Bollywood ର ଏହି ସିଙ୍ଗର Madhuri Dixit ଙ୍କ ସହ ବାହାଘର ପ୍ରସ୍ତାବ କୁ ସଫା ସଫା କରି ଦେଇଥିଲେ ମନା, କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡ ର ଚର୍ଚ୍ଚିତ କଳାକାର ମାଧୁରୀ ଦୀକ୍ଷିତ ଙ୍କୁ ସମସ୍ତେ ଜାଣିଛନ୍ତି। ତାଙ୍କ ସୁନ୍ଦରତା ଓ ଅଭିନୟ ପାଇଁ ଲକ୍ଷାଧିକ ଲୋକ ଆଜି ବି ତାଙ୍କର ଦିବାନା ଅଟନ୍ତି। ୧୯୮୪ ମସିହା ରେ ମାଧୁରୀ ଦୀକ୍ଷିତ ‘ଅବୋଧ’ ଫିଲ୍ମ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ଏହି ଫିଲ୍ମ ଟି ବହୁତ ସଫଳ ହୋଇ ନଥିଲା। କିନ୍ତୁ ୧୯୮୮ ମସିହା ରେ ଫିଲ୍ମ ‘ତେଜାବ’ ରୁ ତାଙ୍କୁ ବଲିଉଡ ରେ ଏକ ପରିଚୟ ମିଳିଥିଲା। ତାଙ୍କ କ୍ଯାରିୟର କୁ ସବୁଠୁ ବଡ ସଫଳତା ମିଳିଥିଲା ଯେତେବେଳେ ସେ ରାଜଶ୍ରୀ ପ୍ରୋଡକ୍ଶନ ର ଫିଲ୍ମ ‘ ହମ ଆପକେ ହେ କୌନ’ ରେ ସେ ନିଶା ଭୂମିକା ରେ ଅଭିନୟ କରିଥିଲେ। ଏହି ଫିଲ୍ମ ହିନ୍ଦୀ ସିନେମା ଜଗତ ର ସାରା ପୃଥିବୀ ରେ ସବୁଠୁ ଅଧିକ ରୋଜଗାର କରିଥିଲା।

ମାଧୁରୀ ଦୀକ୍ଷିତ ଙ୍କ ଜନ୍ମ ୧୫ ମେ ୧୯୬୭ ମସିହାରେ ମୁମ୍ବାଇ ରେ ମରାଠୀ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ। ପିତା ଶଙ୍କର ଦୀକ୍ଷିତ ଓ ମାତା ସ୍ନେହଲତା ଦୀକ୍ଷିତ ଙ୍କ ପ୍ରିୟ ମାଧୁରୀ ଙ୍କୁ ଛୋଟ ବେଳୁ ଡକ୍ଟର ହେବାରେ ଇଚ୍ଛା ଥିଲା।

ସୁରେଶ ୱାଡେକର ଏକ ଜବରଦସ୍ତ ଗାୟକ ଅଟନ୍ତି। ସେ ହିନ୍ଦୀ, ବେଙ୍ଗଲି, ମରାଠୀ, ଭୋଜପୁରୀ ଭଳି ଅନେକ ଭାଷା ରେ ଗୀତା ଗାଇଛନ୍ତି। ଯେତେବେଳେ ସେ ବହୁତ ସଫଳ ଥିଲେ ସେତେବେଳେ ତାଙ୍କର ମାଧୁରୀ ଙ୍କ ସହ ବିବାହ କୁ ନେଇ ଚର୍ଚ୍ଚାରେ ଆସିଥିଲେ। କିନ୍ତୁ ସେତେବେଳେ ମାଧୁରୀ ଙ୍କର ଶାସ୍ତ୍ରୀୟ ନୃତ୍ୟ ପ୍ରତି ବହୁତ ରୁଚି ଥିଲା।

ପରିବାର ର ଲୋକ ମାନେ ସୁରେଶ ୱାଡେକର ଙ୍କ ବିବାହ ପାଇଁ ମାଧୁରୀ ଙ୍କୁ ପସନ୍ଦ କରିଥିଲେ। ଏହା ପରେ ମାଧୁରୀ ଙ୍କ ପରିବାର ସୁରେଶ ଙ୍କ ପରିବାର ସହ ସମ୍ପର୍କ କରିଥିଲେ। ଓ ଏହା ପରେ ସୁରେଶ ମାଧୁରୀ ଙ୍କ ସହ ସାକ୍ଷାତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏବଂ ତାଙ୍କୁ ଦେଖା କଲା ପରେ ଏହା କହି ପ୍ରସ୍ତାବ ଭାଙ୍ଗିଥିଲେ କି, ମାଧୁରୀ ଦେଖିବାକୁ ବହୁତ ଦୁର୍ବଳ ଓ ପତଳା ଥିଲେ । ଏହି ପ୍ରସ୍ତାବ ଟି ହେଉ ହେଉ ରହି ଯାଇଥିଲା।

ଏହା ପରେ ସୁରେଶ ୱାଡେକର କେରଳ ର ପଦ୍ମା ଙ୍କ ସହ ବିବାହ କରିଥିଲେ। ସେ ମଧ୍ୟ ଏକ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଅଟନ୍ତି। ତାଙ୍କର ଦୁଇଟି ଝିଅ ହେଉଛନ୍ତି ଅନନ୍ୟା ଏବଂ ଜିୟା। ସୁରେଶ ଙ୍କର ଏକ ସଙ୍ଗୀତ ବିଦ୍ୟାଳୟ ମଧ୍ୟ ରହିଛି। ଏବଂ ସେ ଅନଲାଇନ ମାଧ୍ୟମ ରେ ମଧ୍ୟ ସଙ୍ଗୀତ ଶିଖାଇ ଥାନ୍ତି। ୨୦୨୦ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା। ଆପଣ ମାନଙ୍କୁ ମାଧୁରୀ ଦୀକ୍ଷିତ ଙ୍କ ସହ ବଲିଉଡ ର କେଉଁ ଅଭିନେତା ଙ୍କ ଯୋଡି ଭଲ ଲାଗେ ଆମକୁ କମେଣ୍ଟ ରେ ନିଶ୍ଚୟ କହିବେ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।