ଲାଇମଲାଇଟ ରୁ ଦୂରେଇ ରୁହନ୍ତି ଯୁହିଙ୍କ ସୁନ୍ଦରୀ ଝିଅ ଜାହ୍ନବୀ, ଲୁଚେଇ ରଖିଛନ୍ତି ଏହି କଥା

ନିଜର ମନମୋହକ ହସରେ ଲୋକଙ୍କୁ ଘାୟଲ କରୁଥିବା ଜୁହି ଚାୱଲା ବହୁତ ସମୟ ପର୍ଯ୍ୟନ୍ତ ଲୋକଙ୍କ ହୃଦୟରେ ରାଜ କରିଥିଲେ । ତାଙ୍କର ପିଲାଳିଆମୀ, ସରଳତା, ଓ ତାଙ୍କର ସ୍ଵଭାବ ଦର୍ଶକଙ୍କ ଉପରେ ଯାଦୁ କରିଥାଏ । ଆଜି ଜୁହି ପରଦା ଠାରୁ ଦୂରରେ ଥିଲେ ମଧ୍ୟ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ଲୋକ ପାଗଳ ହୋଇ ଯାଆନ୍ତି । ନିଜର ସୌନ୍ଦର୍ଜ୍ୟର ଯାଦୁ ଦେଖାଉଥିବା ଜୁହିଙ୍କ ଭଳି ତାଙ୍କ ଝିଅ ମଧ୍ୟ ବହୁତ ସୁନ୍ଦର ଅଟନ୍ତି କିନ୍ତୁ ସେ ମିଡିୟା ନଜରରୁ ଦୂରେଇ ରୁହନ୍ତି ।

Image courtesy: Google

ଜୁହିଙ୍କ ଝିଅ ଜାହ୍ନବୀ

ପରଦା ଉପରେ ନିଜର ସୁନ୍ଦରତାର ଯାଦୁ ଦେଖାଉଥିବା ଜୁହି ୧୯୯୫ ରେ ବିଜିନେସମ୍ୟାନ ଜୟ ମେହେତାଙ୍କୁ ବିବାହ କରିଥିଲେ । ଜୁହିଙ୍କର ଦୁଇଟି ସନ୍ତାନ ଯାହାଙ୍କର ନାମ ଜାହ୍ନବୀ ଓ ଅର୍ଜୁନ ଅଟେ । ସବୁଠୁ ରୋମାଞ୍ଚକ କଥା ହେଲା ଯେଉଁଠି ଅନ୍ୟ ସବୁ ଷ୍ଟାର କିଡ୍ସ ପିଲାଦିନରୁ ହିଁ ମିଡିୟାରେ ଚର୍ଚ୍ଚାରେ ଅଛନ୍ତି ସେଇଠି ଯୁହିଙ୍କ ଝିଅ ଜାହ୍ନବୀ ମିଡିଆ ଓ ସୋସିୟାଲ ମିଡିୟାଠାରୁ ଦୂରେଇ ରୁହନ୍ତି । ସେମିତିରେ ଜୁହି ମଧ୍ୟ ନିଜର ପର୍ଶନାଲ ଲାଇଫ ବିଷୟରେ ଅଧିକ କିଛି କହିବାକୁ ପସନ୍ଦ କରନ୍ତି ନାହିଁ ଓ ତାଙ୍କ ଝିଅକୁ ମଧ୍ୟ ସାଧାରଣ ଜୀବନ ପସନ୍ଦ ।

Image courtesy: Google

ଜାହ୍ନବୀଙ୍କର ଫେବ୍ରେଟ ଷ୍ଟାର

ଜୁହିଙ୍କ ଝିଅ ଜାହ୍ନବୀ ସେମିତି ବି ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି, କିନ୍ତୁ ହୋଇପାରେ କି ସେ ଜୁହିଙ୍କର ପ୍ରଡକ୍ଶନ ହାଉସରୁ ଫିଲ୍ମରେ ଏଣ୍ଟ୍ରି କରି ପାରନ୍ତି । ପ୍ରକୃତରେ ଫିଲ୍ମ ଠାରୁ ଦୂରେଇ ରହିବା ପରେ ମଧ୍ୟ ଜାହ୍ନବୀଙ୍କୁ ଦୀପିକା ଓ ବରୁଣ ଧବନ ବହୁତ ପସନ୍ଦ । ଜୁହି ନିଜ ସ୍ଵାମୀଙ୍କ ସହିତ ବହୁତ ଇଭେଣ୍ଟରେ ନଜର ଆସିଥାନ୍ତି, କିନ୍ତୁ ତାଙ୍କର ପିଲାମାନେ କେବେ ବି ସାଥିରେ ଦେଖାଯାନ୍ତି ନାହିଁ । ସେମିତିରେ ଆଶା କରାଯାଇପାରେ କି ଜାହ୍ନବୀ ଅଚାନକ ସାମ୍ନାକୁ ଆସି ସମସ୍ତଙ୍କୁ ଚମକାଇବେ ।

Image courtesy: Google

ଜୁହି ପରଦାଠାରୁ ଦୂରରେ ଥିଲେ ମଧ୍ୟ ନିଜ ସ୍ଵାମୀ ଜୟଙ୍କ ସହିତ ମିଶି ତାଙ୍କ ବିଜିନେସରେ ତାଙ୍କ ସହିତ କାମ କରୁଛନ୍ତି । ଜୁହି ମୁମ୍ବାଇର କେମ୍ପସ କର୍ନରରେ ପିଜ୍ଜା ମେଟ୍ରୋ ପିଜ୍ଜା ନାମର ଏକ ରେଷ୍ଟୋରେଣ୍ଟ ଚଲାଉଛନ୍ତି । ଆପଣଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ ନିଶ୍ଚୟ ସେୟାର କରନ୍ତୁ ଓ ଆହୁରି ଅଧିକ ମନୋରଞ୍ଜନ ଭରା ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।