Bollywood ର ଏହି 4 ଜଣ ହିରୋଇନ ଙ୍କୁ Karishma Kapoor ଙ୍କ ସହିତ ପଙ୍ଗା ନେବା ପଡିଲା ମହଙ୍ଗା

ବନ୍ଧୁଗଣ କରିସ୍ମା ନିଜ ପିଢ଼ି ର ସବୁଠୁ ଲୋକପ୍ରିୟ ଓ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ।ତାଙ୍କ ନିଆରା ଅଭିନୟ ରେ ସମସ୍ତଙ୍କ ହୃଦୟ ଜିଣିବା ରେ ସଫଳ ହୋଇଥିଲେ। କେବଳ ନିଜର ଅଭିନୟ ନୁହେଁ ବରଂ ନିଜର ନୂତନ ଶୈଳୀ ର ନୃତ୍ୟ ମଧ୍ୟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା। କରିସ୍ମା ନିଜର ଫିଲ୍ମ ପାଇଁ ଚର୍ଚ୍ଚା ରେ ମଧ୍ୟ ରହୁଥିଲେ। କେବଳ ନିଜର ଫିଲ୍ମ ନୁହେଁ ବରଂ ନିଜର ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। କିନ୍ତୁ ବେଶି ସେ ନିଜର ଝଗଡା କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ର ପାତ୍ର ହୁଅନ୍ତି। ସେ ଅନେକ ବଡ଼ ବଡ଼ ଅଭିନେତ୍ରୀ ମାନଙ୍କ ସହ ପଙ୍ଗା ନେଉଥିଲେ। ତେବେ ଚାଲନ୍ତୁ ଜାଣିବା ସେ ଅଭିନେତ୍ରୀ ମାନେ କିଏ ଓ ପଙ୍ଗା ନେବା କେତେ ମହଙ୍ଗା ପଡିଥିଲା।

୧- ପ୍ରଥମ ଅଭିନେତ୍ରୀ ହେଲେ ପୂଜା ଭଟ୍ଟ ଓ ମନୀଷା କୋଇରାଲା – ବର୍ତ୍ତମାନ ର ସଫଳ ଅଭିନେତ୍ରୀ ଆଲିଆ ଭଟ୍ଟ ଙ୍କ ଭଉଣୀ ପୂଜା ଭଟ୍ଟ। କରିସ୍ମା ଓ ପୂଜା ଗୋଟେ ସମୟ ରେ ବହୁତ ଝଗଡା କରୁଥିଲେ। ଦୁଇ ଜଣଙ୍କୁ ଯେତେବେଳେ ବି ସୁଯୋଗ ମିଳୁଥିଲା ସେମାନେ ପରସ୍ପରକୁ କଟୁ କଥା କହିଦେଉଥିଲେ। ସେମାନଙ୍କ ଝଗଡ଼ା ର କାରଣ ଦୁଇ ଜଣଙ୍କ ପିତା ମାତା କୁ କୁହାଯାଏ।

ଯେତେବେଳେ କରିସ୍ମା ଙ୍କ ବାପା ମାଆ ଙ୍କ ର ଛାଡପତ୍ର ହୋଇଥିଲା ସେତେବେଳେ ପୂଜା କରିସ୍ମା ଙ୍କୁ କିଛି ଭୁଲ କଥା କହିଦେଲେ। ଯାହା ଦ୍ବାରା କରିସ୍ମାଙ୍କୁ ବହୁତ ଖରାପ ଲାଗିଥିଲା ଏବଂ ସେ ବହୁତ ରାଗି ଯାଇଥିଲେ। ଏବଂ ପୂଜା ଙ୍କୁ ମଧ୍ୟ ବହୁତ କଥା କହିଥିଲେ କେବଳ ସେତିକି ନୁହେଁ ଏହି ସମୟରେ ମନୀଷା କୋଇରାଲା ମଧ୍ୟ କିଛି ଟ୍ୱିଟ କରି କହିଥିଲେ ଏବଂ କରିସ୍ମା ମଧ୍ୟ ତାଙ୍କୁ ବହୁତ କଟୁ କଥା କହିଥିଲେ। ସେବେଠାରୁ ଏ ପର୍ଯ୍ୟନ୍ତ ସେମାନେ ଶତ୍ରୁ ହୋଇରହିଛନ୍ତି।

୨- ଦ୍ୱିତୀୟ ଅଭିନେତ୍ରୀ ହେଲେ ମାଧୁରୀ ଦୀକ୍ଷିତ- କରିସ୍ମା ଓ ମାଧୁରୀ ବହୁତ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।ବର୍ତ୍ତମାନ ସେ ନିଜର ପରିବାର କୁ ହିଁ ସମ୍ଭାଳୁଛନ୍ତି। ଏବେ ଦୁଇ ଜଣ ଙ୍କୁ ଏକା ଫିଲ୍ମର ପ୍ରସ୍ତାବ ଆସୁଛି। କୁହାଯାଉଛି କି ଯେଉଁ ନିର୍ଦେଶକ ମାଧୁରୀ ଙ୍କ ପାଖକୁ ଫିଲ୍ମର ପ୍ରସ୍ତାବ ଦେଉଛନ୍ତି ପରେ ସେ କରିସ୍ମା ଙ୍କ ପାଖକୁ ମଧ୍ୟ ସେହି ପ୍ରସ୍ତାବ ନେଇ ଯାଉଛନ୍ତି। ସେଥିପାଇଁ ଏବେ ଦୁଇଜଣଙ୍କ ମଧ୍ୟ ରେ ଶୀତଳ ଯୁଦ୍ଧ ଚାଲିଛି।

୩- ତୃତୀୟ ଅଭିନେତ୍ରୀ ହେଲେ ରବିନା ଟଣ୍ଡନ- ରବିନା ଓ ଅଜୟ ଦେବଗନ ଙ୍କ ମଧ୍ୟ ରେ ପ୍ରେମ ର ଚର୍ଚ୍ଚା ତ ଆମେ ସବୁ ଜାଣିଥିବୁ ତାଙ୍କ ର ଏହି ପ୍ରେମ ଦିଲୱାଲେ ଫିଲ୍ମରୁ ଆରମ୍ଭ ହୋଇ ଥିଲା। କୁହାଯାଏ କି ଏହା ରବିନାଙ୍କର ଏକ ତରଫା ପ୍ରେମ ଏବଂ ଏହି ସମୟରେ ଅଜୟ ଙ୍କ ଜୀବନରେ କରିସ୍ମା ଆସିଥିଲେ ଏବଂ ଦୁଇ ଜଣ ଙ୍କ ପ୍ରେମ ର ଚର୍ଚ୍ଚା ବହୁତ ଜୋରରେ ଚାଲିଲା। ଏବଂ ଏହା ଯୋଗୁଁ ଦୁଇ ଜଣଙ୍କ ମଧ୍ୟରେ ଖୁବ ଝଗଡା ହୋଉଥିଲା। ଏବଂ ସାରୁକଖାଁ ଙ୍କ ପାର୍ଟି ରେ ରବିନା କରିସ୍ମା ଙ୍କୁ ବଲିଉଡ ର ଅସୁରକ୍ଷିତ ଅଭିନେତ୍ରୀ କହିଲେ।

ସେତେବେଳେ କରିସ୍ମା ଙ୍କୁ ଏହା ବିଲକୁଲ ପସନ୍ଦ ହେଲା ନାହିଁ ଏବଂ ସେ ଦୁଇ ଜଣ ଏକାଠି ଫଟୋ ମଧ୍ୟ ଉଠାଇଲେ ନାହିଁ। ଯେତେବେଳେ ଏ ଖବର ପୁରା ବଲିଉଡରେ ପ୍ରଚାର ହୋଇଗଲା ସେତେବେଳେ ରବିନା କହିଲେ ମୁଁ କରିସ୍ମା ଙ୍କ ସହ ଫଟୋ ଉଠାଇବା ଅପେକ୍ଷା କୌଣସି ଝାଡୁ ସହ ଫଟୋ ଉଠାଇବା ବେଶୀ ପସନ୍ଦ କରିବି। ଏହି ଝଗଡା ସେ ସମୟ ରେ ସବୁଠୁ ବେଶି ଚର୍ଚ୍ଚା ରେ ଥିଲା।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।