ବହୁତ ସୁନ୍ଦର ଏହି ୬ଜଣ ଭୋଜପୁରୀ ହିରୋଙ୍କ ସ୍ତ୍ରୀ ମାନେ, ଶେଷ ଜଣକ ତ କରି ଦେଇଥିଲେ ଆତ୍ମହତ୍ୟା

ବଲିଉଡ ଫିଲ୍ମ ବ୍ୟତୀତ ଦର୍ଶକ ମାନଙ୍କୁ ଭୋଜପୁରୀ ଫିଲ୍ମ ମଧ୍ୟ ବହୁତ ଭଲ ଲାଗିଥାଏ । ପ୍ରଥମେ ଏହି ଫିଲ୍ମ ଗୁଡିକ କେବଳ ୟୁପି, ବିହାରରେ ହିଁ ଦେଖାଯାଉ ଥିଲା କିନ୍ତୁ ବର୍ତ୍ତମାନ ସାରା ଦେଶରେ ଲୋକ ଏହାକୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଖାସ କରି ଭୋଜପୁରୀ ଫିଲ୍ମର ଗୀତ ଗୁଡିକ ବହୁତ ଶୀଘ୍ର ଭାଇରାଲ ହୋଇ ଯାଇଥାଏ । ସୋସିଆଲ ମିଡିଆର ଏହି ଯୁଗରେ ବର୍ତ୍ତମାନ ଲୋକମାନେ ଭୋଜପୁରୀ ତାରକାଙ୍କ ବିଷୟରେ ବହୁତ କିଛି ଜାଣିଗଲେଣି ।

କିନ୍ତୁ କଣ ଆପଣମାନେ ଭୋଜପୁରୀ ହିରୋଙ୍କ ସ୍ତ୍ରୀମାନଙ୍କ ବିଷୟରେ ଜାଣିଛନ୍ତି ? ଭୋଜପୁରୀ ହିରୋଙ୍କ ପତ୍ନୀ ବହୁତ ସୁନ୍ଦର ଅଟନ୍ତି । କେହି ଦ୍ଵିତୀୟ ବିବାହ କରିଛନ୍ତି ତ ଆଉ କେହି ହିରୋଇନଙ୍କୁ ବିବାହ କରି ଘରକୁ ଆଣିଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ । ତା ହେଲେ ଚାଲନ୍ତୁ ଜାଣିବା ସେହି ହିରୋଙ୍କ ପତ୍ନୀମାନଙ୍କ ବିଷୟରେ ।

କେସରୀ ଲାଲ ଯାଦବ

କେସରୀ ଲାଲ ଯାଦବ ଭୋଜପୁରୀ ଫିଲ୍ମର ଫେମସ ଅଭିନେତା ଅଟନ୍ତି । ସେ ବିଗ ବସ ୧୩ରେ ନଜର ଆସିଥିଲେ । ସେ ୩ ଜୁଲାଇ ୧୯୮୬ରେ ଛପରାରେ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ । ସେ ୨୦୦୬ରେ ଚନ୍ଦାଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ତାଙ୍କର ନାମ ହେଉଛି କୃତି ଏବଂ ଋଷଭ । ତାଙ୍କର ଫିଲ୍ମ ଜଗତରେ ବହୁତ ପ୍ରଶଂସକ ଅଛନ୍ତି ।

ରବି କିଶନ

ଭୋଜପୁରୀ ଫିଲ୍ମରେ ରବି କିଶନଙ୍କର ବହୁତ ବଡ ନାମ ଅଛି । ସେ ବଲିଉଡ ଫିଲ୍ମ ଏବଂ ଟିଭି ଶୋରେ ମଧ୍ୟ କାମ କରିଛନ୍ତି । ସେ ୧୭ ଜୁଲାଇ ୧୯୬୯ରେ ଜୌନପୁର ୟୁପିର ଛୋଟ ଗାଁ ବିସୁଇରେ ଜନ୍ମ ହୋଇଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ପ୍ରୀତି ଅଟେ । ତାଙ୍କର ଚାରିଜନ ପିଲା ରେବା, ତନିଷ୍କ, ଈଶିତା ଏବଂ ସକ୍ଷମ ନାମକ ପିଲା ଅଛନ୍ତି । ରବି ବହୁତ ଶୀଘ୍ର ‘ହେରା ଫେରି ୩’ରେ ମଧ୍ୟ ନଜରକୁ ଆସିବେ ।

ୟଶ କୁମାର ମିଶ୍ରା

୧୯୮୫ରେ ଗୋଡା, ଉତ୍ତରପ୍ରଦେଶରେ ୟଶ କୁମାର ଜନ୍ମ ହୋଇଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ଅଞ୍ଜନା ସିଂହ ଅଟେ । ଅଞ୍ଜନା ମଧ୍ୟ ଜଣେ ଭୋଜପୁରୀ କଳାକାର ଅଟନ୍ତି । ଉଭୟ ୨୦୧୩ରେ ବିବାହ କରିଥିଲେ । ସେମାନଙ୍କର ଏକ ଝିଅ ଅଛି ଯାହାର ନାମ ଆଦିତି ଅଟେ ।

ବିକ୍ରାନ୍ତ ସିଂହ ରାଜପୁତ

୨୯ ସେପ୍ଟେମ୍ବର ୧୯୮୬ରେ ଆଜମାଗଡରେ ବିକ୍ରାନ୍ତ ଜନ୍ମ ହୋଇଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ମୋନାଲିସା ଅଟେ । ମୋନାଲିସା ମଧ୍ୟ ଭୋଜପୁରୀ ଫିଲ୍ମର ଜଣେ ଫେମସ ଅଭିନେତ୍ରୀ ଅଟନ୍ତି । ଉଭୟ ଜାନୁୟାରୀ ୨୦୧୭ରେ ରିୟାଲିଟି ଶୋ ‘ବିଗ ବୋସ ୧୦’ରେ ବିବାହ କରିଥିଲେ । ମୋନାଲିସା ଏବଂ ବିକ୍ରାନ୍ତ ଉଭୟଙ୍କୁ ପ୍ରଥମ ଥର ପାଇଁ ‘ଦୁଲ୍ହା ଅଲବେଲା’ଫିଲ୍ମ ସେଟରେ ଦେଖିଥିଲେ ।

ଦିନେଶ ଲାଲ ଯାଦବ

ଦିନେଶଙ୍କୁ ଲୋକମାନେ ‘ନିରହୁଆ’ ନାମରେ ଅଧିକ ଜାଣିଛନ୍ତି । ୨ଫେବୃୟାରୀ ୧୯୭୯ରେ ୟୁପିର ଗାଜୀପୁରର ଛୋଟ ଗାଁ ଟଣ୍ଡବାରେ ସେ ଜନ୍ମ ହୋଇଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ ମନସା ଦେବୀ ଅଟେ । ସେ ୨୦୦୦ମସିହାରେ ବିବାହ କରିଥିଲେ । ତାଙ୍କର ଅଦିର, ଆଦିତ୍ୟ ଏବଂ ଅମିତ ନାମର ତିନିଜଣ ପିଲା ଅଛନ୍ତି । ତାଙ୍କର ଦୁଇ ଭାଇ ମଧ୍ୟ ଅଛନ୍ତି ଯାହାଙ୍କ ନାମ ବିଜୟ ଲାଲ ଯାଦବ ଏବଂ ପ୍ରବେଶ ଲାଲ ଯାଦବ ।

ପବନ ସିଂହ

ପବନ ସିଂହ ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତା ଅଟନ୍ତି । ୫ ଜାନୁୟାରୀ ୧୯୮୬ରେ ଆରା, ବିହାରରେ ଜନ୍ମ ହୋଇଥିବା ପବନ ସିଂହ ଡିସେମ୍ବର ୨୦୧୪ରେ ପ୍ରିୟାକୁମାରୀ ସିଂହଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ ମାର୍ଚ ୨୦୧୫ରେ ପ୍ରିୟା ଆତ୍ମହତ୍ୟା କରିଥିଲେ । ଏହାପରେ ମାର୍ଚ ୨୦୧୮ରେ ପବନ ବଲିୟାରେ ରହୁଥିବା ଜୋତି ସିଂହଙ୍କୁ ବିବାହ କରିଛନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ ।