ସାଥ ନିଭାନା ସାଥିୟାରେ ଗୋପୀ ବୋହୁର ଝିଅ ବିଦ୍ୟାର ରୋଲ କରିଥିବା ଅଭିନେତ୍ରୀ ଆଜି ଦେଖାଯାଉଛି ଏମିତି, ଆଗରୁ କେବେ ଦେଖି ନଥିବେ ତାଙ୍କର ଏମିତି ଲୁକ

ଷ୍ଟାର ପ୍ଲସ ର ପପୁଲାର ଶୋ ସାଥ ନୀଭାନା ସାଥିଆ ତ ନିଶ୍ଚୟ ଦେଖିଥିବେ ଯାହା ପାରିବାରିକ ଡ୍ରାମାରେ ଭରପୁର ଥିଲା । ଯେଉଁଥିରେ ଜିଆ ମାନିକ, ରୁପଲ ପଟେଲ, ରୁଚା ହସ୍ନବେସ ଏବଂ ମହମ୍ମଦ ନାଜିମ ଙ୍କ ପରି ବହୁତ ବଡ଼ ବଡ଼ କଳାକାର ସାମିଲ ଥିଲେ । ଏମାନଙ୍କ ଭିତରେ ଜଣେ ଏମିତି କଳାକାର ଥିଲେ ଯିଏ ନିଜର ନିରୀହ ହସ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ । ଆମେ ଗୋପୀ ଙ୍କର ସୁନ୍ଦରୀ ଝିଅ ବିଦ୍ୟା ମୋଦି ଙ୍କ ବିଷୟରେ କହୁଛୁ ।

ଏହି ସିରିଏଲ କୁ ଅଫ ହେବାର ବହୁତ ସମୟ ହୋଇସାରିଛି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସିରିଏଲ ରେ ଗୋପିର ଛୋଟ ଝିଅ ବିଦ୍ୟା ମୋଦି ର ରୋଲ କରୁଥିବା ଅଭିନେତ୍ରୀ ଏବେ କେଉଁଠି, କଣ କରୁଛନ୍ତି ଏବଂ କେମିତି ଦେଖାଯାଉଛନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

 

ଷ୍ଟାର ପ୍ଲସର ପପୁଲାର ଶୋ ସାଥ ନିଭାନା ସାଥିଆ ରେ ଥିବା ଗୋପୀ ବହୁ ର ଛୋଟ ଝିଅ ବିଦ୍ୟା ମୋଦି ର ଅଭିନୟ କରି ଫେମସ ହୋଇଥିବା ଅଭିନେତ୍ରୀ ଙ୍କ ଅସଲି ନାମ ସୋନମ ଲମ୍ବା ଅଟେ । ତାଙ୍କର ଜନ୍ମ ୨୭ ଫେବୃଆରୀ, ୧୯୯୫ ରେ ଚଣ୍ଡିଗଡ଼ ହୋଇଥିଲା । ତାଙ୍କର ପାଠ ପଢା ମଧ୍ୟ ଚଣ୍ଡିଗଡ ରୁ ଶେଷ ହୋଇଛି । ଯଦି କଥା ହେବା ତାଙ୍କ ଅଭିନୟ କ୍ୟାରିଅର ବିଷୟରେ ତେବେ ସୋନମ ଲମ୍ବା ପ୍ରଥମରୁ ହିଁ ଅଭିନୟ କରିବାକୁ ଚାହୁଁଥିଲେ ।

ଯେଉଁଠି ପାଇଁ ଆଡ ପଞ୍ଜାବ ରୁ ପାଠ ପଢା ସାରିବା ପରେ ମୁମ୍ବାଇ ଆସିଥିଲେ । ଏବଂ ନିଜର ଟ୍ୟାଲେଣ୍ଟ ଦେଖାଇଥିଲେ । ତାଙ୍କୁ ୨୦୧୩ ରେ ପ୍ରଥମ ବ୍ରେକ ମିଳିଥିଲା । ସୋନି ଟିଭି ର ସିରିଏଲ ଦେଶ କି ନନ୍ଦନି ରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହି ସିରିଏଲ ରେ ସେ ରିତୁ ର ଅଭିନୟ କରିଥିଲେ ଏବଂ ସବୁ ଦର୍ଶକ ମାନଙ୍କ ହୃଦୟ ଜିତିଥିଲେ । ଏହି ଶୋର ସଫଳତା ପରେ ତାଙ୍କୁ ଷ୍ଟାର ପ୍ଲସ ର ସିରିଏଲ ଦିଆ ଅର ବାତି ହମ ରେ ମଧ୍ୟ କାମ କରିବାକୁ ମୌକା ମିଳିଥିଲା ।

 

ଏହା ପରେ ତାଙ୍କୁ ବାଳିକା ବଧୂ ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏହା ପରେ ସେ କିଛି ସମୟ ପାଇଁ ଟିଭି ସିରିଏଲ ରୁ ବ୍ରେକ ନେଇଥିଲେ । ଏବଂ ପରେ ଷ୍ଟାର ପ୍ଲସ ର ଶୋ ସାଥ ନିଭାନା ସାଥିଆ ରୁ ପୁଣି ଥରେ ଆରମ୍ଭ କରିଥିଲେ । ଏବଂ ଗୋପୀର ଝିଅ ହୋଇ ବହୁତ ଚମତ୍କାର ଅଭିନୟ କରିଥିଲେ ଯାହା ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିତିଥିଲେ । ଏହି ସିରିଏଲ ପରେ ତାଙ୍କୁ କୌଣସି ଅନ୍ୟ ସିରିଏଲ ରେ ଦେଖିବାକୁ ମିଳିନଥିଲା । ବର୍ତମାନ ସେ ଟିଭି ଇଣ୍ଡଷ୍ଟ୍ରି ରୁ ବହୁତ ଦୂରରେ ଅଛନ୍ତି ।

 

ଆଜି ସେ ୨୫ ବର୍ଷର ହୋଇଯାଇଛନ୍ତି । ଏବଂ ଆଗ ଅପେକ୍ଷା ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସୋନମ ଏବେ କୌଣସି ସିରିଏଲ କରୁନାହାନ୍ତି । ସେ ବର୍ତମାନ ଟିଭି ଜଗତରୁ ଦୂରେଇ ଯାଇଛନ୍ତି । ସୋନମ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ । ତେବେ ଆପଣଙ୍କୁ ସୋନମ ଲମ୍ବା ଙ୍କ ଅଭିନୟ କେମିତି ଲାଗୁଥିଲା ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।