କର୍ଟିନାଙ୍କ ଭଉଣି ‘କ୍ଵାଥା’ରୁ କରିବେ ଡେବ୍ୟୁ , ହୀରୋଙ୍କର ସଲମାନଙ୍କ ସହ ଅଛି ବହୁତ ଖାସ ସମ୍ପର୍କ

ସଲମାନ ଖାନଙ୍କ ଭିଣେଇ ଆୟୁଷ ଶର୍ମା ଗତ ବର୍ଷ ‘ଲଭୟାତ୍ରି’ ଫିଲ୍ମରୁ ସିନେମା ଜଗତରେ ଏଣ୍ଟ୍ରି କରିଥିଲେ । ଏବେ ସେ ଫିଲ୍ମ ‘କ୍ଵାଥା’ରେ ନଜର ଆସିବେ । ଖାସ କଥା ଏହା ଅଟେ କି ଏହି ଫିଲ୍ମରେ କର୍ଟିନା କୈଫଙ୍କ ଭଉଣୀ ଇଜାବେଲ ବଲିଉଡ ଜଗତରେ ପାଦ ଦେବେ । ଫିଲ୍ମ ସୁଟିଙ୍ଗ ମୁମ୍ବାଇରେ ଆରମ୍ଭ ହୋଇଥିଲା ।

ସେଠାରେ ସିକ୍ୟୁଏନ୍ସ ଶୁଟିଙ୍ଗ ପରେ ଏବେ ଷ୍ଟାରମାନେ ଦିଲ୍ଲୀ ବାହାରିଛନ୍ତି । ଏବେ ଦିଲ୍ଲୀରେ ୧୦ଦିନ ପାଇଁ ସୁଟିଙ୍ଗ ଚାଲିବ । ଏହାଛଡା ନର୍ଥଇସ୍ଟ ରେ ୪୫ ଦିନ ପାଇଁ ସୁଟିଙ୍ଗ ଚାଲିବ । ଏହା ଗୋଟେ ଆକ୍ସନ ଫିଲ୍ମ ଅଟେ ।

ଏହି ଫିଲ୍ମରେ ଆୟୁଷ ଜଣେ ସୈନିକ ରୂପରେ କାମ କରୁଥିବାର ଦେଖାଯିବେ । ଏହା ଏକ ସତ କାହାଣୀ ଉପରେ ନିର୍ମିତ ଯିଏ ଏକ ଫଉଜି ର ସଅଳ କାହାଣୀ ବିଷୟରେ କହିବ । ଏହାର ନିର୍ଦ୍ଦେଶକ କରଣ ଭୁଟାନୀ ଅଟନ୍ତି ।

ଖୁସିର କଥା ଏହା ଅଟେ କି ଆୟୁଷ ଶର୍ମା ବର୍ତ୍ତମାନ ଆଉ ଥରେ ପିତା ହୋଇଛନ୍ତି । ତାଙ୍କ ସ୍ତ୍ରୀ ଓ ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କର ଗୋଟିଏ ଝିଅ ହୋଇଛି ଯାହାର ନାମ ଆୟତ ଅଟେ ।