Indian Idol 12 ର ରନର ଅପ Arunita Kanjilal ଙ୍କ ଲାଇଫ ଷ୍ଟାଇଲ, ଇନକମ, ଘର, ବୟଫ୍ରେଣ୍ଡ ଓ କେତେ ସମ୍ପତ୍ତି ଅଛି ତାଙ୍କ ପାଖରେ ଦେଖନ୍ତୁ

ଛୋଟ ବେଳୁ ନିଜ ଗାୟିକୀରେ ଅନେକ ଲୋକଙ୍କ ହୃଦୟ ଜିତି ପାରିଥିଲେ । ଆଉ ଇଣ୍ଡିଆନ ଆଇଡଲରେ ଆସିବା ପରେ ଆଜି କୋଟି କୋଟି ଲୋକ ତାଙ୍କ ଗାୟିକୀର ଦିୱାନା ଅଟନ୍ତି । ଆମେ ଇଣ୍ଡିଆନ ଆଇଡଲ ସିଜିନ-୧୨ର ଏହି କଡା ପ୍ରତିଯୋଗୀ ଅରୁଣିତା କାଞ୍ଜିଲାଲ ଓରଫ ଅରୁଙ୍କ କଥା କହୁଛୁ । ଅରୁଣିତାଙ୍କ ଜନ୍ମ ୬ ଡିସେମ୍ବର ୨୦୦୩ ରେ କଲିକତା, ୱେଷ୍ଟ ବେଙ୍ଗଲରେ ହୋଇଥିଲା । ସେ କଲିକତାର ସେଣ୍ଟ ଜାଭିୟର ସ୍କୁଲରୁ ନିଜ ପାଠପଢା ଶେଷ କରିଛନ୍ତି ।

ଅରୁଣିତାଙ୍କୁ ଛୋଟ ବେଳୁ ସିଙ୍ଗିଙ୍ଗର ବଡ ସଉକ ଥିଲା । ସେଥିପାଇଁ ସେ ସ୍କୁଲର ସମସ୍ତ ସିଙ୍ଗିଙ୍ଗ କମ୍ପିଟିସନରେ ମଧ୍ୟ ଭାଗ ନେଉଥିଲେ ଓ ଅନେକ ପ୍ରାଇଜ ମଧ୍ୟ ଜିତିଥିଲେ । ସ୍କୁଲ ପାଠପଢା ଶେଷ କରିବା ଅପରେ ଅରୁଣିତା ପଢା ଛାଡିବାକୁ ନିଷ୍ପତ୍ତି ନେଇ ସଙ୍ଗୀତ ଅଭ୍ଯାସ କରିବାରେ ସଂପୂର୍ଣ୍ଣ ସମୟ ଦେଇଥିଲେ । ଏହା ପୂର୍ବରୁ ସେ ମାତ୍ର ୪ ବର୍ଷ ବଯସରୁ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଆରମ୍ଭ କରି ଦେଇଥିଲେ । ତାଙ୍କର ଜଣେ ଅଙ୍କଲ କ୍ଲାସିକାଲ ଶିଂଗାର ଥିବାରୁ, ସେ ତାଙ୍କ ପାଖରେ ଟ୍ରେନିଂ ନେବା ଆରମ୍ଭ କରି ଦେଇଥିଲେ ।

ପରେ ସେ ନିଜ ସିଙ୍ଗିଙ୍ଗ ଦକ୍ଷତା ଆହୁରି ବଢାଇବା ପାଇଁ ପୁନେ ଯାଇଥିଲେ। ଅରୁଣିତା ୨୦୧୩ରେ ଜୀ ବଙ୍ଗଳା ଟିଭିର ରିୟାଲିଟି ଶୋ ସାରେଗାମାପା ଲିଟିଲ ଚାମ୍ପରେ ଭାଗ ନେଇଥିଲେ ଓ ଶୋ ର ଟ୍ରଫି ନିଜ ନାମରେ କରିବାରେ ସଫଳ ମଧ୍ୟ ହୋଇଥିଲେ । ଅରୁଣିତା ବଲିଉଡର ଅତି ଲୋକପ୍ରିୟ ସିଙ୍ଗର ଶାନ ମୁଖାର୍ଜୀଙ୍କ ସହ ମଧ୍ୟ ପରଫର୍ମ କରି ସାରିଛନ୍ତି । ଅରୁଣିତାଙ୍କୁ ଗଜଲ ଏବଂ କ୍ଲାସିକାଲ ଗୀତ ଗାଇବା ଖୁବ ପସନ୍ଦ ଅଟେ ଓ ଏହା ସହ ସେ ବଙ୍ଗାଳୀ ଗୀତ ମଧ୍ୟ ଖୁବ ଭଲଭାବେ ଗାଇପାରନ୍ତି ।

ସେ ନିଜ ହିନ୍ଦୀ ଏବଂ ବଙ୍ଗାଳୀ ଗୀତ ଗୁଡିକୁ ନିଜ ୟୁଟ୍ଯୁବ ଚ୍ଯାନେଲରେ ଅପଲୋଡ କରନ୍ତି । ୨୦୨୦ ରେ ଇଣ୍ଡିଆନ ଆଇଡଲ-୧୨ ରେ ଟପ୍ ୧୨ ପ୍ରତିଯୋଗୀଙ୍କ ମଧ୍ୟରେ ଅରୁଣିତା ନିଜ ଜାଗା ବନାଇବାରେ ସଫଳ ହୋଇଥିଲେ । ତାଙ୍କ ମା ହିଁ ଛୋଟବେଳୁ ଏପର୍ଯ୍ୟନ୍ତ ତାଙ୍କୁ ସିଙ୍ଗିଙ୍ଗରେ ସପୋର୍ଟ କରି ଆସିଛନ୍ତି । ଗୀତିଏ ଗୀତରେ କମ କରିବା ପାଇଁ ଅରୁଣିତା ୧ ଲକ୍ଷ ଟଙ୍କା ଚାର୍ଜ କରନ୍ତି ଓ ଶୋ ଏବଂ କନସର୍ଟ ପାଇଁ ସେ ୩ ଲକ୍ଷ ଟଙ୍କା ନିଅନ୍ତି । ୨୦୨୧ ଅନୁସାରେ ଅରୁଣିତାଙ୍କ ନେଟୱର୍ଥ ୫ କୋଟି ଟଙ୍କା ଅଟେ ।

ସେ ନିଜ ପରିବାର ସହ କଲିକତାରେ ନିଜ ଘରେ ରୁହନ୍ତି । ତାଙ୍କ ଘରେ ଦୁଇଟି ବେଡରୁମ, ଗୋଟିଏ ଲିଭିଙ୍ଗ ରୁମ, ଗୋଟିଏ କିଚେନ ଓ ଛୋଟ ଗାର୍ଡେନ ଅଛି । ତାଙ୍କ ପାଖେ ଗୋଟିଏ ଟାଟା ନାନୋ କାର ଅଛି ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କା ଓ ଗୋଟିଏ ଟାଟା ନେକ୍ସନ କାର ମଧ୍ୟ ଅଛି, ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା ଅଟେ । ଅରୁଣିତା ଇଣ୍ଡିଆନ ଆଇଡଲ ଟାଇଟଲ ଜିତି ପାରି ନ ଥିଲେ ମଧ୍ୟ ଶୋ ର ରନର୍ସଅଫ ହେବା ସହ ନିଜ ଗାୟିକୀରେ କୋଟି କୋଟି ଫ୍ୟାନ ହାସଲ କରି ପାରିଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ