Udit Narayan ହେଉଛନ୍ତି ବହୁତ ଧନୀ, ସମ୍ପତ୍ତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ଫିଲ୍ମ ହିଟ ହେବାର ଗୋଟିଏ କାରଣ ତାହାର ଗୀତ ବି ହୋଇଥାଏ । ମୁକେଶଙ୍କ ଠାରୁ ଆରମ୍ଭ କରି କିଶୋର କୁମାର ପର୍ଯ୍ୟନ୍ତ ସବୁ ମହାନ ଗାୟକ କେତେକ କଳାକାରମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ସାହାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସମୟରେ ଏମିତି ହିଁ ଜଣେ ଗାୟକ ଅଟନ୍ତି ଉଦିତ ନାରାୟଣ । ବଲୀଉଡ ଇଣ୍ଡଷ୍ଟ୍ରିର ଉଦିତ ନାରାୟଣ ଏକମାତ୍ର ଗୟାକ ଅଟନ୍ତି ଯାହାଙ୍କ ଉପରେ କୌଣସି ବଡ ଗାୟକଙ୍କର ଅନ୍ଦାଜ ନଜର ଆସେ ନାହିଁ ।

ସେ ନିଜର ଭିନ୍ନ ଷ୍ଟାଇଲ ଦ୍ଵାରା ହିଁ ବଲୀଉଡରେ ସଫଳତା ହାସଲ କରିଛନ୍ତି । ଉଦିତ ନାରାୟଣଙ୍କ ଜନ୍ମ ୧ ଡିସେମ୍ବର ୧୯୫୫କୁ ବିହାର ଏକ ଗ୍ରାମରେ ହୋଇଥିଲା । ଉଦିତ ନାରାୟଣଙ୍କ ପୁରା ନାଁ ଉଦିତ ନାରାୟଣ ଝା ଅଟେ ।

ତାଙ୍କ ପିତାଙ୍କ ନାମ ହରେ କ୍ରୀଷ୍ଣା ଝା ଓ ମା ଙ୍କ ନାମ ଭୁବନେଶ୍ଵରୀ ଦେବୀ । ଆପଣଙ୍କୁ କହିଦେଉଛୁ କି ଉଦିତ ନାରାୟଣ ନେପାଲର ଏକ ସ୍କୁଲରେ ପଢିଛନ୍ତି । ଉଦିତ ନାରାୟଣ ନିଜର ସଙ୍ଗୀତ କ୍ୟାରିୟର ନେପାଳୀ ଫିଲ୍ମ ସିନ୍ଦୁରରୁ କରିଥିଲେ । ଏହା ପରେ ବର୍ଷ ୧୯୭୮ରେ ସେ ମୁମ୍ବାଇ ଆସିଗଲେ । ୧୯୮୦ରେ ତାଙ୍କୁ ବଲୀଉଡର କୌଣସି ଫିଲ୍ମରେ ଗୀତ ଗାଇବା ପାଇଁ ଚାନ୍ସ ମିଳିଲା । ଫିଲ୍ମ ୧୯୨୦ରେ ସେ ପ୍ରଥମ ଥର କୌଣସି ହିନ୍ଦୀ ଫିଲ୍ମରେ ଗୀତ ଗାଇଲେ ।

କିନ୍ତୁ ତାଙ୍କୁ ଅସଲ ସଫଳତା ମିଳିଲା ବଳ୍କ ବାଷ୍ଟର ଫିଲ୍ମ ‘କୟାମତ ସେ କୟାମତ’ ଫିଲ୍ମରେ । ଏହି ଫିଲ୍ମରେ ଗୋଟିଏ ଗୀତ ପାଇଁ ତାଙ୍କୁ ପୁରଷ୍କାର ବି ମିଳିଥିଲା । ଆପଣଙ୍କୁ କହିଦେଉଛୁ କି ଉଦିତ ନାରାୟଣ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ହଜାରରୁ ବି ଅଧିକ ଗୀତ ଗାଇ ସାରିଛନ୍ତି ଓ ସେ ନିଜର ଏହି କ୍ୟାରିୟରରେ କୋଟି କୋଟି ଟଙ୍କା ବି ଆୟ କରିସାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଉଦିତ ନାରାୟଣଙ୍କ ପାଖରେ ପାଖାପାଖି ୧୪୩ କୋଟି ଟଙ୍କା ଅଛି ।

କହିଦେଉଛୁ କି ଉଦିତ ନାରାୟଣଙ୍କୁ ୨୦୦୯ରେ ଭାରତ ସରକାର ଦ୍ଵାରା ପଦ୍ମଶ୍ରୀ ପୁରଷ୍କାର ଦ୍ଵାରା ସମ୍ମାନିତ କରାଯାଇଛି । ନିଜର ସୁନ୍ଦର ଗାୟକ ପାଇଁ ତାଙ୍କୁ ତିନି ଥର ବେସ୍ଟ ସିଙ୍ଗର ଅଫ ନ୍ୟାସନାଲ ପୁରଷ୍କାର ବି ମିଳିସାରିଛି । ଯଦି ଉଦିତ ନାରାଯଣଙ୍କ ପରିବାର ବିଷୟରେ କହିବା ତେବେ ତାଙ୍କର ସ୍ତ୍ରୀଙ୍କ ନାମ ଦୀପା ନାରାୟଣ ଝା ଓ ତାଙ୍କର ପୁଅଙ୍କ ନାଁ ଆଦିତ୍ୟ ନାରାୟଣ ।

ଯିଏକି ନିଜ ପିତାଙ୍କ ଭଳି ଜଣେ ଗାୟକ ଅଟନ୍ତି । କିନ୍ତୁ ସେ ନିଜ ପିତାଙ୍କ ଭଳି ସେହିଭଳି ସଫଳ ଗାୟକ ହୋଇ ପାରି ନାହାନ୍ତି । ସେ କେତେକ ହିନ୍ଦୀ ଗୀତ ଗାଇଛନ୍ତି । କିନ୍ତୁ ତାଙ୍କର ପିତାଙ୍କୁ ଯେଉଁ ସମ୍ମାନ ଓ ଭଲ ପାଇବା ମିଳିଥିଲା ସେହିଭଳି ତାଙ୍କୁ ମିଳି ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।