ପ୍ରଥମ ସାଲାରୀ ଥିଲା ମାତ୍ର 500 ଟଙ୍କା ଆଜି କୋଟି କୋଟି ଟଙ୍କାର ମାଲିକ ! ପତ୍ନୀ ଏତେ ସୁନ୍ଦର କି Bollywood ହିରୋଇନ ବି ଫେଲ ହେଇଯିବେ !

ପ୍ରସିଦ୍ଧ କମେଡିୟାନ ଓ ଅଭିନେତା ସୁନୀଲ ଗ୍ରୋବର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି । ଯେମିତି ହିଁ ଏହି ଖବର ସାମ୍ନାକୁ ଆସିଲା ତେବେ ତାଙ୍କର ଫ୍ୟାନମାନେ ଜଲ୍ଦି ହିଁ ସୁସ୍ଥ ହେବା ପାଇଁ କାମନା କରିବା ଆରମ୍ଭ କରିଦେଲେ । କୁହାଯାଉଛି ୪୪ ବର୍ଷୀୟ ସୁନୀଲ ଗ୍ରୋବରଙ୍କ ହାର୍ଟ ସର୍ଜରୀ କରାଯାଇଛି ଓ ଏହି କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । କିନ୍ତୁ ଚିନ୍ତାର କରିବାର କୌଣସି କଥା ନାହିଁ । ସୁନୀଲ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ସୁନୀଲ ହସ୍ପିଟାଲରେ ଭର୍ତ୍ତି ହେବା ଓ ତାଙ୍କର ହାର୍ଟ ସର୍ଜରୀ ସମ୍ବନ୍ଧିତ ସୂଚନା ଜଣା ଶୁଣା ଅଭିନେତ୍ରୀ ସିମୀ ଗ୍ରେବାଲ ଟ୍ୱୀଟ କରି ଦେଇଛନ୍ତି । ଆଜି ଆମେ ଆପଣଙ୍କୁ ସୁନୀଲ ଗ୍ରୋବରଙ୍କ ପରିବାର ଓ ସମ୍ପତ୍ତି ବିଷୟରେ କହିବୁ । ୩ ଅଗଷ୍ଟ ୧୯୭୭ରେ ସୁନୀଲଙ୍କ ଜନ୍ମ ମଣ୍ଡୀ ଡବୱାଲିରେ ହୋଇଥିଲା । ସୁନୀଲଙ୍କୁ ଲୋକପ୍ରିୟ କମେଡିୟନ କପିଲ ଶର୍ମାଙ୍କ ଶୋ ‘ଦ କପିଲ ଶର୍ମା ଶୋ’ରୁ ଖାସ ପରିଚୟ ମିଳିଥିଲା ।

ଏହି ଶୋ ରେ ସେ କେତେବେଳେ ଡା. ମଶହୁର ଗୁଲାଟି ତ କେତେବେଳେ ଗୁଥିର ରୋଲ ନଜର ଆସୁଥିଲେ । ଏହି ରୋଲରେ ଦର୍ଶକମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ । ସୁନୀଲ ଗ୍ରୋବର ଟିଭି ଉପରେ କାମ କରିବା ସହିତ ଫିଲ୍ମ ଓ ୱେବ ସିରିଜରେ ବି କାମ କରିସାରିଛନ୍ତି ।

ସଲମାନ ଖାନ ଓ କ୍ୟାଟ୍ରିନା କେଫଙ୍କ ଫିଲ୍ମ ‘ଭାରତ’ରେ ସେ ନଜର ଆସିସାରିଛନ୍ତି । ସେ ବାଗୀ ଫିଲ୍ମରେ ବି ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ସହ ନଜର ଆସିସାରିଛନ୍ତି । ସେ ୱେବ ସିରିଜ ତାଣ୍ଡବରେ ବି କାମ କରିଛନ୍ତି । କହିବାକୁ ଗଲେ ସୁନୀଲ ବି ଅନ୍ୟ ଷ୍ଟାରମାନଙ୍କ ଭଳି କିଛି କରିବା ପାଇଁ ମୁମ୍ବାଇ ଆସିଥିଲେ । ଏକ ସାକ୍ଷାତକରରେ ସୁନୀଲ କହିଥିଲେ କି ସେ ପ୍ରଥମେ ଯେଉଁ କାମ କରିଥିଲେ ତାଙ୍କୁ ସେଥିପାଇଁ ୫୦୦ ଟଙ୍କା ମିଳିଥିଲା । କିନ୍ତୁ ସେ ଜାଣିଥିଲେ କି ସେ ଆଗକୁ ଯାଇ ସଫଳ ହେବେ ଓ ବହୁତ ଟଙ୍କା ଆୟ କରିବେ ।

ସୁନୀଲ ସର୍ବେ ପ୍ରଥମେ କମେଡୀ ସୀରୀଜ ହଂସୀ କେ ଫୱ୍ୱାରେ ନଜର ଆସିଥିଲେ । ଏଠି ସେ ସୁଡ ନାମକ କିରଦାର କରିଥିଲେ ଓ ଲୋକପ୍ରିୟ ହୋଇଗଲେ । ସେ ଫିଲ୍ମ ‘ପ୍ୟାର ତୋ ହୋନା ହୀ ଥା’ରୁ ବଲୀଉଡରେ ଗୋଡ ରଖିଲେ । କିନ୍ତୁ କମେଡୀ ନାଇଟ୍ସ ୱିଦ କପିଲ’ ଓ ‘ଦ କପିଲ ଶର୍ମା ଶୋ’ରେ ତାଙ୍କୁ ସବୁଠୁ ଅଧିକ ଲାଇମଲାଇଟ ମିଳିଲା । ଯେଉଁ କାରଣରୁ ସେ ପୁରା ଭାରତରେ ପରିଚିତ ହେଲେ । ସୁନୀଲଙ୍କ ପ୍ରଥମ ଆୟ ମାତ୍ର ୫୦୦ ଟଙ୍କା ଥିଲା ।

କିନ୍ତୁ ବର୍ତ୍ତମାନ ସେ ଗୋଟିଏ ଏପିସୋଡ ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି । ଯେତେବେଳେ କି ଗୋଟିଏ ଫିଲ୍ମ ପାଇଁ ୫୦ ଲକ୍ଷ ଟଙ୍କା ନେଇଥାନ୍ତି । ସେ ବର୍ତ୍ତମାନ ସମୟରେ ମୋଟ ୧୮ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ଯଦି ତାଙ୍କର କାର କଲେକ୍ସନ ବିଷୟରେ କହିବା ତେବେ ତାଙ୍କର BMW କାର ଅଛି । ମୁମ୍ବାଇରେ ତାଙ୍କର ଗୋଟିଏ ଘର ଅଛି ଯେଉଁଠି ସେ ତାଙ୍କର ପରିବାର ସହ ରୁହନ୍ତି । ସୁନୀଲଙ୍କ ବିବାହ ଆରତୀ ଗ୍ରୋବରଙ୍କ ସହ ହୋଇଛି । ତାଙ୍କର ଗୋଟିଏ ପୁଅ ବି ଅଛି ଯାହାର ନାଁ ମୋହନ ଗ୍ରୋବର ଅଟେ ।