ସାଉଥ ଫିଲ୍ମର ଏହି ଦିଗ୍ଗଜ କଳାକାରଙ୍କ ଝିଅ ଦେଖିବାକୁ ବହୁତ ସୁନ୍ଦର

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଅଭିନେତା ମାନେ ଅଛନ୍ତି ,ଯେଉଁମାନେ ବହୁତ ଫିଲ୍ମରେ ନାୟକ ଓ ଖଳନାୟକର ଭୂମିକା ନିଭେଇଛନ୍ତି । ଏହି ଅଭିନେତା ମାନଙ୍କ ମଧ୍ୟରେ ପ୍ରକାଶ ରାଜ ଙ୍କ ନାମ ବି ବହୁତ ଲୋକପ୍ରିୟ ଅଟେ । ସେ ଫିଲ୍ମରେ ନାୟକ ଓ ଖଳନାୟକ ର ଅଭିନୟ କରି ଲୋକମାନଙ୍କର ହୃଦୟ ଜିଣିଛନ୍ତି ।

ସେ ଆଜି ସାଉଥ ଇଣ୍ଡଷ୍ଟ୍ରିର ବହୁତ ନାମୀ କଳାକାର ଅଟନ୍ତି । ତାଙ୍କର ଜନ୍ମ ୧୯୬୫ ମସିହା ମାର୍ଚ୍ଚ ୨୬ ତାରିଖରେ ହୋଇଥିଲା । ସେ ସେଣ୍ଟ ଜୋସେଫ ବାଙ୍ଗାଲୁରୁ ରେ ପାଠ ପଢ଼ିଥିଲେ । ସେ ତାଙ୍କର ଅଭିନୟ କ୍ୟାରିୟର ଦୂରଦର୍ଶନର ଏକ ଧାରାବାହିକରୁ ଆରମ୍ଭ କରିଥିଲେ ।

ଏହା ପରେ ସେ ବହୁତ ସିରିଏଲରେ କାମ କରିଥିଲେ । ସେ କନ୍ନଡ଼ ଟେଲିଭିଜନ ଉଦ୍ୟୋଗ ଓ କନ୍ନଡ଼ ସିନେମାରେ କିଛି ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ । ଏହା ପରେ ସେ ବଲିଉଡରେ ହିଟଲର ଫିଲ୍ମରେ ତାଙ୍କର ଡେବ୍ୟୁ କରିଥିଲେ । ଏହା ପରେ ସେ ଅନେକ ହିନ୍ଦୀ ଫିଲ୍ମରେ କାମ କରିଥିଲେ । ସେ ୱାଣ୍ଟେଡ଼ , ବୁଢା ହୋଗା ତେରା ବାପ , ହିରୋ ପନ୍ତି , ସିଂଘମ , ଏଣ୍ଟରଟେଣ୍ଟମେଣ୍ଟ ଆଦି ବହୁତ ଫିଲ୍ମରେ କାମକରିଛନ୍ତି ।

ତାଙ୍କୁ ଏହି ଫିଲ୍ମରେ ବହୁତ ପସନ୍ଦ କରାଯାଇଥିଲା । ବର୍ତ୍ତମାନ ସେ ବଲିଉଡ ଓ ଟଲିଉଡ଼ରେ ବହୁତ ଜଣାଶୁଣା ନାମ ଅଟନ୍ତି । ସେ ଜଣେ ସଫଳ ଅଭିନେତା ସହିତ ଜଣେ ସଫଳ ନିର୍ଦେଶକ ମଧ୍ୟ ଅଟନ୍ତି । ସେ ବର୍ତ୍ତମାନ ସୁଦ୍ଧା ବହୁତ ତେଲଗୁ ,ତାମିଲ ଓ କନ୍ନଡ଼ ଫିଲ୍ମରେ ନିର୍ଦେଶନା ଦେଇସାରିଛନ୍ତି ।

ସେ ତାଙ୍କର ୨୯ ବର୍ଷ ଫିଲ୍ମ କ୍ୟାରୀୟରରେ ତାଙ୍କୁ ୫ଥର ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରକାଶ ରାଜଙ୍କ ଝିଅଙ୍କ ନାମ ପୂଜା ଓ ମେଘନା ଅଟେ । ଏ ଦୁହେଁ ତାଙ୍କର ପଥମ ପତ୍ନୀ ଙ୍କ ଲଳିତାଙ୍କ ପିଲା ଅଟନ୍ତି । ମେଘନା ଏବେ ପାଠ ପଢୁଛନ୍ତି ଓ ସେ ତାଙ୍କର ପିତାଙ୍କ ଭଳି ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି ।

ତାଙ୍କର ସାନ ଝିଅ ପୂଜା ମଧ୍ୟ ବର୍ତ୍ତମାନ ପାଠ ପଢୁଛନ୍ତି । କିନ୍ତୁ ତାଙ୍କର ଅଭିନୟରେ କୌଣସି ରୁଚି ନାହିଁ । ଏ ହୁହେଁ କୌଣସି ଅଭିନେତ୍ରୀଙ୍କ ଠାରୁ କମ ସୁନ୍ଦରୀ ନୁହନ୍ତି । ଏମାନେ ଦୁହେଁ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।