5 Famous କ୍ରିକେଟର ଯେଉଁମାନେ ନିଜ ସାଙ୍ଗଙ୍କ ସ୍ତ୍ରୀ ଓ ନିଜ ଭଉଣୀଙ୍କୁ କରିଛନ୍ତି ବିବାହ

କ୍ରିକେଟ ଭାରତୀୟ କ୍ରୀଡାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଟେ । ଆମ ଦେଶରେ କ୍ରିକେଟ ସହ କ୍ରିକେଟ ଖେଳାଳୀ ଙ୍କ ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ତେବେ କ୍ରିକେଟର ମାନେ ନିଜ ଖେଳ ସହ ନିଜ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି । କିଏ ବଲିଉଡ ଅଭିନେତ୍ରୀଙ୍କ ଡେଟ୍ କଲାଣି ତ କିଏ ବିବାହ କଲାଣି । ଆଉ କାହାର ଛାଡ଼ପତ୍ର ହେଲାଣି ତ କିଏ ଦ୍ଵିତୀୟ ବିବାହ କଲାଣି । ଆସନ୍ତୁ ସେହିପରି କିଛି କ୍ରିକେଟର ଙ୍କ ବିବାହ ସମ୍ବନ୍ଧରେ ଜାଣିବା ।

ମୁରଲୀ ବିଜୟ ଓ ନିକିତା

ଭାରତୀୟ କ୍ରିକେଟର ମୁରଲୀ ବିଜୟ ୨୦୧୨ ମସିହାରେ ନିକିତାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏହା ନିକିତାଙ୍କ ଦ୍ଵିତୀୟ ବିବାହ ଅଟେ । ମୁରଲୀ ବିଜୟ ଙ୍କ ପୂର୍ବରୁ ସେ ଆଉ ଜଣେ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ଙ୍କୁ ବିବାହ କରିଥିଲେ । ନିକିତାଙ୍କ ସହ ମୁରଲୀ ବିଜୟ ଙ୍କ ପ୍ରେମ ବିବାହ ହୋଇଥିଲା । ସେମାନେ ଛୋଟବେଳୁ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ ।

ଉପୁଲ ଥରଙ୍ଗା ଓ ନିଲାଙ୍କା ଥରଙ୍ଗା

ଉପୁଲ ଥରଙ୍ଗା ଶ୍ରୀଲଙ୍କାର ଜଣେ କ୍ରିକେଟ ଖେଳାଳୀ । ସେ ନିଲାଙ୍କା ଉପୁଲ ଥରଙ୍ଗା ଙ୍କୁ ବିବାହ କରିଛନ୍ତି । ଉପୁଲ ଥରଙ୍ଗା ଙ୍କ ପତ୍ନୀ ନିଲାଙ୍କା ତାଙ୍କ ପୂର୍ବରୁ ଆଉ ଜଣେ ଶ୍ରୀଲଙ୍କା କ୍ରିକେଟର ତିଲକରତ୍ନ ଦିଲସାନ୍ ଙ୍କୁ ବିବାହ କରିଥିଲେ । ଉପୁଲ ଥରଙ୍ଗା ଓ ଦିଲସାନ୍ ଙ୍କ ପତ୍ନୀ ନିଲାଙ୍କା ଙ୍କ ମଧ୍ୟରେ ନିକଟତା ବଢିବାରୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଯାହାଫଳରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା ଓ ପରେ ନିଲାଙ୍କା, ଉପୁଲ ଥରଙ୍ଗାଙ୍କୁ ପ୍ରେମ ବିବାହ କରିଥିଲେ ।

ବିରେନ୍ଦ୍ର ସେହୱାଗ ଓ ଆରତୀ ଅହ୍ଲାୱତ୍

୨୦୦୪ ମସିହା ଏପ୍ରିଲ ୨୨ ତାରିଖରେ ଆରତୀ ଅହ୍ଲାୱତ୍ ଙ୍କୁ ବିବାହ କରିଥିଲେ ଭାରତୀୟ ଧୂଆଁଧାର କ୍ରିକେଟର ବିରେନ୍ଦ୍ର ସେହୱାଗ । ଆରତୀ ଓ ସେହୱାଗ ପ୍ରକୃତରେ ଦୁହେଁ ଦୁହିଁଙ୍କ ଦୂର ସମ୍ପର୍କୀୟ ଅଟନ୍ତି । ସେମାନଙ୍କର ପ୍ରେମ ବିବାହ ହୋଇଥିଲା ଓ ବର୍ତ୍ତମାନ ସେମାନେ ଆର୍ଯ୍ୟଭିର ଓ ବେଦାନ୍ତ ନାମକ ଦୁଇ ପୁତ୍ର ସନ୍ତାନଙ୍କ ପିତାମାତା ଅଟନ୍ତି ।

ସାହିଦ୍ ଆଫ୍ରିଦି ଓ ନାଦିଆ ଆଫ୍ରିଦି

ପାକିସ୍ତାନୀ କ୍ରିକେଟର ସାହିଦ୍ ଆଫ୍ରିଦି, ନାଦିଆଙ୍କୁ ବିବାହ କରିଛନ୍ତି । ନାଦିଆ ହେଉଛନ୍ତି ସେହୱାଗ ଙ୍କ ଜଣେ ମାତୃ ସମ୍ପର୍କୀୟ ଭଉଣୀ । ତଥାପି ସାହିଦ୍ ଆଫ୍ରିଦି ଙ୍କ ପିତା ସେମାନଙ୍କ ବିବାହ ଠିକ୍ କରିବା ପରେ ସେମାନେ ବିବାହ କରିଥିଲେ । ସାହିଦ୍ ଆଫ୍ରିଦି ଓ ନାଦିଆ ୪ଟି ସୁନ୍ଦର ସୁନ୍ଦର ଝିଅଙ୍କ ପିତାମାତା ଅଟନ୍ତି ।

ସଇଦ୍ ଅନୱର୍ ଓ ଲୁବନା

ସଇଦ୍ ଅନୱର୍ ମଧ୍ୟ ନିଜ ସମ୍ପର୍କୀୟ ଭଉଣୀ ଲୁବନାଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ । ସଇଦ୍ ଅନୱର୍ ଙ୍କ ପତ୍ନୀ ଲୁବନା ପେଶାରେ ଜଣେ ଡାକ୍ତର । ଲୁବନା, ସଇଦ୍ ଅନୱର୍ ଙ୍କ ଦୂର ସମ୍ପର୍କୀୟ ଅଟନ୍ତି । ସେମାନଙ୍କର ଏକ ସୁନ୍ଦର ଝିଅ ଅଛି, ଯାହାର ନାମ ସେମାନେ ବିସମାହ୍ ରଖିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।