ସେ ମୋତେ ପଚାରିଲା କେତେ ଦିନ ମୋତେ ଭଲ ପାଉଥିବ, ମୁ ବି ଟିକେ ହସି ଦେଇ କହି ଦେଲି …

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

୧. ରାତି ସାରା ଛୋଟ ଛୁଆକୁ କାନ୍ଦିବାର ଦେଖି ସ୍ତ୍ରୀ ସେତିକି ଚିନ୍ତିତ ହୁଏ ନାହିଁ,

ଯେତିକି ଚିନ୍ତା ପିଲାର ବାପାକୁ ମଜାରେ ଶୋଇବାର ଦେଖି ହୁଏ ।

୨. ଜଣେ ବ୍ୟକ୍ତି କହିଲେ କି

ସେ ଗତ ୨୦ ବର୍ଷ ହେବ ଗୀତା ଉପଦେଶ ଶୁଣି ଆସୁଛନ୍ତି ।

ପରେ ଜଣା ପଡିଲା କି ଗୀତା ତାଙ୍କର ସ୍ତ୍ରୀଙ୍କ ନାମ

ଅଟେ………

୩. ଗୋଟିଏ ଝିଅ ସୁନସାନ ରାସ୍ତା ରେ ଏକୁଟିଆ ଠିଆ ହୋଇଥିଲା

ଅଚାନକ ଏକ ଗାଡିବାଲା ଆସିଲା ।

ଝିଅ – ମୋତେ ଲିଫ୍ଟ ଦବ ?

ପୁଅ – ହଁ ହଁ କାହିଁକି ନୁହେଁ ।

ଝିଅ – ମୋତେ ଲିଫ୍ଟ ଦବ ତ

ମୁ ତୁମକୁ ମୋ ନମ୍ବର ଦେବି ।

ପୁଅ – ନମ୍ବର ଦରକାର ନାହିଁ

୧୦୦ ଟଙ୍କାର ପେଟ୍ରୋଲ ପକାଇ ଦବ ।

ଝିଅ – ଚାଲ ଯା ପଳା ଏଠୁ ।

୪. କଣ ହେଲା କି ଆମର ଟଙ୍କା ଡଲାର ର ମୁକାବିଲା କରି ପାରିଲା ନାହିଁ ।

କିନ୍ତୁ ଆମ ପିଆଜ ତ ପୁରା ଟକ୍କର ଦେଉଛି ।

୫. ସେ କହିଲା ମୋର ବାହାଘରରେ ଆସିବ ତ

ମୁଁ କହିଲି ଆରେ ପାଗେଳି

ମୁ ତ ୫୦ କିଲୋମିଟର ଦୂର ପର୍ଯ୍ୟନ୍ତ ବି ଯାଇ ମାଗଣା ଖାଇ ଆସୁଛି

ତୁ ତ ପୁଣି କେବେ ନିଜର ଥିଲୁ ।

୬. ଭୟଭୀତ ଅଟନ୍ତି ସେମାନେ

ଯେଉଁମାନେ onlineରେ ଆସିବାକୁ ଡରନ୍ତି ।

କଲିଜା ଦରକାର

ଟାଇମ ବରବାଦ

କରିବା ପାଇଁ……………..

୭. ଝିଅଟି excuse me ଭାଇ କହିବା ପୂର୍ବରୁ

ମୁଁ – ‘ଭଉଣୀ ଟିକେ ସାଇଡ ଦେବେ କି’

କହି ନିଜ ହୃଦୟ ଭାଙ୍ଗିବାରୁ ବଞ୍ଚାଇ ଦେଲି ।

୮. ଆଠ ନ ଜଣ ଜୁଆ ଖେଳୁଥିଲେ

ସେତକି ବେଳେ ପୁଲିସ ଆସିଗଲା ।

ଜଣେ ଜୁଆରି ଦୌଡି ଯାଇ

ପୁଲିସ ଗାଡିରେ ବସିଗଲା ।

ପୁଲିସ – ତୁ କଣ ନିଜେ ନିଜେ ଗାଡିରେ ବସିଗଲୁ ।

ଜୁଆରି – ପୂର୍ବ ଥର ବି ମୁଁ ଧରା ପଡି ଥିଲି

ଗାଡିରେ ସିଟ ନ ଥିବାରୁ ଛିଡା ହୋଇ ଯାଇ ଥିଲି ।

୯. ପିଲାଦିନେ ସ୍କୁଲ ସାରଙ୍କୁ ଖାତା ଦେଖାଇଲା ବେଳେ

ସାର good ଲେଖି ଦିଅନ୍ତି ।

ସେହି ସମୟରେ

ଆମକୁ ଏମିତି ଲାଗେ କି

ସାର ତାଙ୍କ ସମ୍ପତ୍ତିରୁ ଆମକୁ ଅଧା ଦେଇ ଦେଲେ ।

୧୦. ପିଆଜ ତ ଠିକ ଅଛି

ଯଦି fair and lovely ମହଙ୍ଗା ହୋଇଯିବ ତ

ଅଧା ଭାରତ ୱେଷ୍ଟ ଇଣ୍ଡିଜ ହୋଇ ଯିବ ।

୧୧. ବେସରକାରୀ ଚାକିରିରେ ସବୁଦିନ ବେଜିତ ହେବା ପରେ

ଦିନକୁ ଥରେ ଗୁପଚୁପ କିମ୍ବା ପାନ ଦୋକାନ କରିବା ପାଇଁ

ମନରେ ଭାବନା ଆସେ ।

୧୨. ସେ ମୋତେ ପଚାରିଲା

କେତେ ଦିନ ମୋତେ ଭଲ ପାଉଥିବ ।

ମୁ ବି ଟିକେ ହସି ଦେଇ କହି ଦେଲି

ମୋ ସ୍ତ୍ରୀକୁ ଯେତେ ଦିନ ପର୍ଯ୍ୟନ୍ତ ଜଣା ନ ପଡିଛି ସେତେ ଦିନ ପର୍ଯ୍ୟନ୍ତ……

୧୩. ବାହାଘରରେ କିଛି ପିଲା କ୍ୟାମେରା ସାମ୍ନାରେ

ବର ସାଇଡରେ ଛିଡା ହୋଇ ଫୋନ

କାନରେ ଲଗାଇ ଏମିତି ଛିଡା ହୋଇଥାନ୍ତି କି

ଯେମିତିକ ସେମାନଙ୍କ ପାଖକୁ ଅମ୍ବାନୀର ଫୋନ ଆସିଛି ।

୧୪. ଯେଉଁ ମାନେ ଥଣ୍ଡା ଦିନରେ ସବୁଦିନ

ଗାଧୋଇ ପାଣି ବର୍ବାଦ କରନ୍ତି

ସେମାନଙ୍କୁ ହିଁ ଆସନ୍ତା ଜନ୍ମରେ

ଓଟ କରି ମରୁଭୂମିରେ ଛାଡି ଦିଆ ଯାଏ ।

୧୫. ସ୍ଵାମୀ ଯଦି ଖାଇଲା ବେଳେ ଆଚାର ମାଗନ୍ତି ତ

ବୁଝି ଯିବ କି

ନା ତରକାରିରେ ଦମ ଅଛି

ନା ହିଁ ସିଧା ସିଧା କହିବାରେ ଦମ ଅଛି………

୧୬. ପୁଅ ହେବାର ଗୋଟିଏ ଲାଭ ଏହା ବି ଅଛି

ଯେତେବେଳେ ଘରେ ବେଇଜତ ହେବାକୁ ଲାଗିବ

ତେବେ ଘର ଛାଡି ଚାଲି ଯାଅ

କିନ୍ତୁ ବାପଙ୍କ ପରିମାନଙ୍କୁ ପୁରା କବାଲି ଶୁଣିବାକୁ ପଡିଥାଏ ।

୧୭. ସ୍ତ୍ରୀ ହୋଲିରେ ଭାଙ୍ଗ ଖାଇକି ପଚାରିଲା ତୁମେ କିଏ

ସ୍ଵାମୀ କହିଲେ – ପାଗଳ ହୋଇଗଲଣି କି…ନିଜ ସ୍ଵାମୀ ସ୍ଵାମୀ କୁ ଭୁଲିଗଲ

ସ୍ତ୍ରୀ କହିଲା – ନିଶା ସବୁ ଦୁଖକୁ ଭୁଲାଇ ଦିଏ ଭାଇନା !