ଯେତେବେଳେ Emraan Hashmi ଚିହ୍ନି ପାରିଥିଲେ Sushant ଙ୍କ ଅସଲି ଟ୍ୟାଲେଣ୍ଟ, କହିଥିଲେ ଏମିତି କଥା

ସୁଶାନ୍ତ ସିଂହ ରାଜପୁତ ଜଣେ ପ୍ରତଭିବାନ ଅଭିନେତା ଥିଲେ । ବଲୀଉଡ ସହ କୌଣସି ସମ୍ପର୍କ ନ ଥାଇ ମଧ୍ୟ ସେ କେବଳ ନିଜର ପରିଶ୍ରମ ବଳରେ ସଫଳତା ଓ ପରିଚୟ ହାସଲ କରିଥିଲେ । ସେହି କାରଣରୁ ସେ ଏହି ଦୁନିଆକୁ ଛାଡି ଯିବା ପରେ ବି ଆଜି ପର୍ଯ୍ୟନ୍ତ ତାଙ୍କର ଫ୍ୟାନମାନେ ତାଙ୍କୁ ଭୁଲି ନାହାନ୍ତି । ନିଜ କାମ ଦ୍ଵାରା ଓ ନିଜ ଫିଲ୍ମ ଦ୍ଵାରା ସୁଶାନ୍ତ ଧୀରେ ଧୀରେ ବଲୀଉଡର ଷ୍ଟାର ହୋଇଯାଇଥିଲେ । ଏହି କାରଣ ଅଟେ କି ତାଙ୍କର ଯିବା ପରେ ଯେତେବେଳେ ପକ୍ଷପାତ ଉପରେ ବିତର୍କ ଚାଲିଲା ତେବେ ସମସ୍ତେ ବଲୀଉଡର ଷ୍ଟାରକିଡ୍ସଙ୍କୁ ଟାର୍ଗେଟ କରିବାକୁ ଲାଗିଲେ ।

ଏହା ସହିତ ଫ୍ୟାନମାନେ ଏହା ବି କହିଲେ କି ବଲୀଉଡ କେବେ ବି ସୁଶାନ୍ତଙ୍କ ଭଳି ପ୍ରତିଭାବାନ ଅଭିନେତାମାନଙ୍କର ସମ୍ମାନ କରେ ନାହିଁ ଓ ନା ହିଁ ଏହି ଇଣ୍ଡଷ୍ଟ୍ରି ତାଙ୍କର ଅସଲ ପ୍ରତିଭାକୁ ଚିହ୍ନି ପାରିଛି । କିନ୍ତୁ ବଲୀଉଡରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନେ ସୁଶାନ୍ତଙ୍କୁ ନା ହିଁ ଜଣେ ଭଲ ଅଭିନେତା ବୁଝିଛନ୍ତି ଅଥବା ତାଙ୍କର ପ୍ରତିଭାକୁ ଚିହ୍ନି ଏହା ବି ମାନିଛନ୍ତି କି ସୁଶାନ୍ତ ବହୁତ ଷ୍ଟାରକିଡ୍ସଙ୍କ ଠାରୁ ଆଗକୁ ଯିବେ ଓ ସଫଳତାର ଶୀର୍ଷରେ ପହଞ୍ଚିବେ ।

ଏହି ଷ୍ଟାରମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଇମରାନ ହାଶମୀ । କହିବାକୁ ଗଲେ କରଣ ଜୋହରଙ୍କ ଶୋ କଫି ୱୀଥ କରଣର ଗୋଟିଏ ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଚର୍ଚା ଚାଲିଛି । କରଣ ଜୋହାରଙ୍କ ଏହି ଶୋରେ ଇମରାନ ହାଶମୀ ଓ ମହେଶ ଭଟ୍ଟ ନଜର ଆସୁଛନ୍ତି ।

ଏହି ଭିଡିଓରେ କରଣ ଇମରାନ ହାଶମୀଙ୍କୁ ପ୍ରଶ୍ନ କରୁଛନ୍ତି କି ଏହି ଷ୍ଟାରମାନଙ୍କ ମଧ୍ୟରୁ କେଉଁ ଷ୍ଟାରର ଭବିଷ୍ୟତ ବହୁତ ଉଜ୍ଜ୍ଵଳ ଅଟେ ଓ ଏହା ପରେ ସେ କେତେକ ଷ୍ଟାରକିଡ୍ସଙ୍କ ଉଦାହରଣ ବି ଦେଲେ । ଯେମିତି କି ସୁଶାନ୍ତ ସିଂହ ରାଜପୁତ, ବରୁଣ ଧବନ, ସିଦ୍ଧାର୍ଥ ମଲ୍ହୋତ୍ରା, ଅର୍ଜୁନ କପୁର, ଆୟୁଷ୍ମାନ ଖୁରାନା ଓ ଆଦିତ୍ୟ ରୟ କପୁର । ଏହା ପରେ ଇମରାନ ହାଶମୀ ଗୋଟିଏ ମୁହୂର୍ତ ବି ଅପେକ୍ଷା ନ କରି ସର୍ବେ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ନେଉଛନ୍ତି ।

ଏହା ପରେ ବରୁଣ ଓ ସିଦ୍ଧାର୍ଥଙ୍କ ନାଁ ନେଉଛନ୍ତି । ଏମିତିରେ ଏହି ଭିଡିଓକୁ ଦେଖି ବର୍ତ୍ତମାନ ଫ୍ୟାନମାନେ କହୁଛନ୍ତି କି ଇମରାନ ହାଶମୀଙ୍କୁ ସୁଶାନ୍ତଙ୍କ କ୍ଷମତା ଉପରେ ବିଶ୍ଵାସ ଥିଲା । ଇମରାନ ହାଶମୀ ସବୁ ଷ୍ଟାରମାନଙ୍କ ମଧ୍ୟରେ ଜଣେ ଥିଲେ ଯିଏ ସୁଶାନ୍ତଙ୍କ ପ୍ରତିଭାକୁ ଜାଣି ପାରିଥିଲେ । ଆପଣଙ୍କୁ କହିଦେଉଛୁ କି ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ୨୦୨୦କୁ ସବୁଦିନ ପାଇଁ ନିଜର ଫ୍ୟାନଙ୍କୁ ଛାଡି ଚାଲି ଯାଇଛନ୍ତି ।

ଯଦି ଇମରାନ ହାଶମୀଙ୍କ ବିଷୟରେ କହିବା ତେବେ ବର୍ତ୍ତମାନ ଦିନରେ ସେ ନିଜର ଫିଲ୍ମ ମୁମ୍ବାଇ ସାଗାକୁ ନେଇ ବହୁତ ଚର୍ଚାରେ ଅଛନ୍ତି । ଏହି ଫିଲ୍ମ ଗୁଣ୍ଡା ହୋଇଥିବା ଜନ ଆବ୍ରହାମ ଓ ପୋଲିସ ଅଫିସର ହୋଇଥିବା ଇମରାନ ହାଶମୀଙ୍କ ମଧ୍ୟରେ ହେଉଥିବା ବିବାଦ ଉପରେ ଆଧାରିତ ଓ ଏହି ଫିଲ୍ମ ୧୯ ମାର୍ଚ୍ଚକୁ ଥିଏଟର ଉପରେ ରିଲିଜ ହେଉଛି । ଏହା ସହିତ ଇମରାନ ହାଶମୀ ସଲମାନ ଖାନଙ୍କ ଫିଲ୍ମ ଟାଇଗର ୩କୁ ନେଇ ବି ଲାଇମଲାଇଟରେ ଅଛନ୍ତି । ଖବର ଅନୁସାରେ ଇମରାନ ହାଶମୀ ଏହି ଫିଲ୍ମରେ ଖଳନାୟକ ରୂପରେ ନଜର ଆସିପାରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।