ଏହି କାରଣରୁ ମା’ଙ୍କୁ ଘରୁ ବାହାର କରିବାକୁ ଚାହୁଁଥିଲେ ଦୀପିକା ପାଦୁକୋନ, ପିତା ଓ ଭଉଣୀ ବି ହେଇ ଯାଇଥିଲେ ଅତିଷ୍ଠ

ଦୀପିକା ପାଦୁକୋନ ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଦୀପିକା ନିଜର ଫିଲ୍ମି କ୍ୟାରିୟରରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ବର୍ତ୍ତମାନ ଦୀପିକା ବଲୀଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଛନ୍ତି ଓ ବର୍ତ୍ତମାନ ଦୀପିକା ପାଦୁକୋନ ନିଜର ଆସନ୍ତା ଫିଲ୍ମ ‘ଛପାକ’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଏସିଡ ଆଟାକ ସର୍ବାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କର ବାୟୋପିକ ଅଟେ । କୁହାଯାଉଛି କି ଏହି ଫିଲ୍ମ ଦୀପିକାଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଭଲ ଫିଲ୍ମ ହେବ ।

ଏହା ଛଡା ଦୀପିକା ନିଜ ପରିବାରକୁ ବି ବହୁତ ଭଲ ପାଆନ୍ତି । ଦୀପିକା ନିଜ ପରିବାର ସମସ୍ତ ସଦସ୍ୟଙ୍କର ବହୁତ ନିକଟତ୍ତର ଅଟନ୍ତି । କିନ୍ତୁ ତାଙ୍କର ମା’ ସହିତ ତାଙ୍କର ଖାସ କନେକ୍ସନ ଅଛି । ଏହା ଛଡା ପ୍ରାୟତଃ ଇଣ୍ଟରଭ୍ୟୁରେ ଦୀପିକା ନିଜ ପରିବାର ବିଷୟରେ ବିଭିନ୍ନ କଥା କହିଥାନ୍ତି । କିନ୍ତୁ ଏଥର ଦୀପିକା ନୁହେଁ ତାଙ୍କର ମା’ ଏକ ବଡ ରହସ୍ୟ ଖୋଲିଛନ୍ତି ।

Image courtesy: Google

କହିଦେଉଛୁ କି ଦୀପିକାଙ୍କ ପରିବାରରେ ତାଙ୍କର ମା, ବାପା ଓ ଛୋଟ ଭଉଣୀ ଅନୀଶା ଅଛନ୍ତି । ଦୀପିକାଙ୍କର ପିତା ପ୍ରକାଶ ପାଦୁକୋନ ଏକ ଫେମସ ବ୍ୟାଡମିଣ୍ଟନ ପ୍ଲେୟର ବି ରହି ସାରିଛନ୍ତି ଓ ମା ଉଜ୍ଜଲା ଗୃହିଣୀ ଅଟନ୍ତି । ବର୍ତ୍ତମାନ ଦୀପିକାଙ୍କର ମା’ ଉଜ୍ଜଲା ଏକ ଇଣ୍ଟରଭ୍ୟୁରେ ଏକ ମଜାଦାର କଥା ଶେୟାର କରିଲେ । ସେ କହିଲେ କି କେମିତି ତାଙ୍କର ଦୁଇ ଝିଅ ତାଙ୍କୁ ଘରୁ ବାହାରକୁ ବାହର କରିବାକୁ ଚାହୁଁଥିଲେ ।

କହିଲେ – ଘରୁ ବାହାର କରିଦେବାର ପ୍ଲାନିଙ୍ଗ କରୁଥିଲେ ଝିଅମାନେ

Image courtesy: Google

ଦୀପିକାଙ୍କର ମା ଉଜ୍ଜଲା କହିଲେ କି, ମୋର ପିତା ବ୍ରିଟିଶ ବୋର୍ଡିଂଗ ସ୍କୁଲରେ ପଢିଛନ୍ତି । ଏହି କାରଣରୁ ସେ ବହୁତ ଡିସିପ୍ଲିନରେ ରହୁଥିଲେ ଓ ଘରେ ବି ଡିସିପ୍ଲିନ ମେଣ୍ଟେନ କରୁଥିଲେ । ଏମିତିରେ ମୋତେ ବି ସେହିଭଳି ଅଭ୍ୟାସ ହୋଇଗଲା । ସେଥିପାଇଁ ମୁଁ ବି ଘରେ ବହୁତ ସ୍ଟ୍ରିକ୍ଟ ରହୁଥିଲି । ବୋଧେ ଏହି କାରଣ ଅଟେ କି ମୋର ସ୍ଵାମୀ ଓ ଦୁଇ ଝିଅ ମୋତେ ଘରୁ ବାହରକୁ ବାହାର କରିଦେବା ପାଇଁ ପ୍ଲାନିଙ୍ଗ କରୁଥିଲେ । ସେ ମୋର ବ୍ୟବହାର ଦ୍ଵାରା ବହୁତ ଚିନ୍ତିତ ହୋଇ ଯାଇଥିଲେ ।

ଏସିଡ ଆଟାକ ସର୍ବାଇବରର ଅଭିନୟ କରୁଛନ୍ତି ଦୀପିକା

Image courtesy: Google

‘ଛପାକ’ର ଫାଷ୍ଟ ଲୁକ ସାମ୍ନାକୁ ଆସିବା ମାତ୍ରେ ହିଁ ଦୀପିକାଙ୍କର ନିଉ ଲୁକ କୁ ପ୍ରଶଂସା କରାଯାଉଛି । ଏହି ପୋଷ୍ଟରେ ଦୀପିକା ପୂରାପୂରି ଲକ୍ଷ୍ମୀ ଅଗ୍ରୱାଲଙ୍କ ଭଳି ଦେଖାଯାଉଛନ୍ତି । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।