Salman Khan ଙ୍କ ବଡିଗାର୍ଡ ବିଷୟରେ ଏହି କଥା ଜାଣି ନ ଥିବେ ଆପଣ

ବଲୀଉଡର ଭାଇଜାନ ଅର୍ଥାତ ସଲମାନ ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ମିଡିଆରେ ଛାଇ ରହିଥାନ୍ତି । କହିବାକୁ ଗଲେ ସଲମାନ ଖାନ ବଲୀଉଡକୁ ବହୁତ ସୁପରହିଟ ଫିଲ୍ମ ବି ଦେଇଛନ୍ତି । ସେହି ସମସ୍ତ ଫିଲ୍ମ ମଧ୍ୟରୁ ଗୋଟିଏ ଫିଲ୍ମ ଥିଲା ‘ବଡିଗାର୍ଡ’ । ଯେଉଁ ଫିଲ୍ମ ଦର୍ଶକମାନଙ୍କ ହୃଦୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲା । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ସଲମାନ ଖାନଙ୍କ ବଡିଗାର୍ଡ ସେରାଙ୍କ ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ ସଲମାନ ଖାନଙ୍କ ସୁରକ୍ଷାର ଦାୟିତ୍ଵ ସେରାଙ୍କ କାନ୍ଧ ଉପରେ ଅଛି । ସେରା ପାଖାପାଖି ୨୨ ବର୍ଷ ହେବ ସଲମାନ ଖାନଙ୍କ ସହିତ ଅଛନ୍ତି ।

ଆପଣଙ୍କୁ କହିଦେଉଛୁ କି ସେରା ସଲମାନ ଖାନଙ୍କ ପୂର୍ବରୁ ଭାରତକୁ ଆସୁଥିବା ପ୍ରସିଦ୍ଧ ଷ୍ଟାରମାନଙ୍କ ସୁରକ୍ଷାରେ ଲାଗି ରହୁଥିଲେ । ସେରା ଜଣେ ଶିଖ ଅଟନ୍ତି ଓ ତାଙ୍କର ଅସଲ ନାମ ଗୁରୁମିତ ସିଂହ ଜଳି ଅଟେ । ଏମିତିରେ ଆପଣଙ୍କୁ କହିଦେଉଛୁ କି ସେରା ଓ ସଲମାନ ଖାନଙ୍କ ସାକ୍ଷାତ କେମିତି ହେଲା ।

୧୯୯୫ରେ ଗୋଟିଏ ପାର୍ଟିରେ ସେରାଙ୍କ ସାକ୍ଷାତ ସଲମାନ ଖାନ ଓ ଅରବାଜ ଖାନଙ୍କ ସହ ହୋଇଥିଲା । ଏହା ପରେ ଦିନେ ଅରବାଜ ଖାନ ସେରାଙ୍କୁ ତାଙ୍କ ଘରକୁ ଡାକି ସଲମାନ ଖାନନାକ ବଡିଗାର୍ଡର ଦାୟିତ୍ଵ ତାଙ୍କୁ ଦେଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେରା ସଲମାନ ଖାନଙ୍କ ସହିତ ସେବୁବେଳେ ଦେଖା ଯାଆନ୍ତି । ସଲମାନ ଖାନ ଯେଉଁ ଜାଗାକୁ ଯିବାର ପ୍ଲାନିଙ୍ଗ କରିଥାନ୍ତି, ସେରା ସେହି ଜାଗାକୁ ଗୋଟିଏ ଦିନ ପୂର୍ବରୁ ହିଁ ଯାଇ ସମସ୍ତ ପ୍ରକାରର ସୁବିଧା ଅସୁବିଧାକୁ ଦେଖି ନିଅନ୍ତି ।

ସେରା ଓ ସଲମାନଙ୍କ ସହ ବହୁତ ଭଲ ସମ୍ପର୍କ ଅଛି । ସେଥିପାଇଁ ସଲମାନ ଖାନ ନିଜର ଫିଲ୍ମ ବଡିଗାର୍ଡ ସେରାଙ୍କୁ ସମର୍ପିତ କରିଥିଲେ । ଆପଣଙ୍କୁ କହିଦେଉଛୁ କି ସେରା ନିଜର ଏକ ସିକ୍ୟୁରିଟି କମ୍ପାନୀ ବି ଚଲାନ୍ତି । ସେରା ୧୯୯୩ରେ ଟାଇଗର ସିକ୍ୟୁରିଟି କମ୍ପାନୀ ଖୋଲିଛନ୍ତି । ଏହି କମ୍ପାନୀ ବହୁତ ବର୍ଷ ହେବ ବଲୀଉଡ ଷ୍ଟାରଙ୍କୁ ସିକ୍ୟୁରିଟି ଦେଉଛି । ସେରାଙ୍କୁ ସଲାମାନ ଖାନଙ୍କ ବଡିଗାର୍ଡ କରିବା ପାଇଁ ମାସକୁ ପ୍ରାୟତଃ ୧୮ରୁ ୨୦ ଲକ୍ଷ ଟଙ୍କା ମିଳିଥାଏ ।

ଅର୍ଥାତ ସେରାଙ୍କ ବର୍ଷକ ସ୍ୟାଲେରୀ ୨.୫ କୋଟି ଟଙ୍କା ଅଟେ । ସେରା ଅମିତାଭ ବଚ୍ଚନଙ୍କ ବି ସିକ୍ୟୁରିଟି ଗାର୍ଡ ରହି ସାରିଛନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ସଲମାନ ଖାନଙ୍କ ଫିଲ୍ମ ସୁଲ୍ତାନରେ ସେରାଙ୍କ ପୁଅ ଟାଇଗର ସହାୟକ ଡାଇରେକ୍ଟର ରୂପରେ କାମ କରିଥିଲେ । ଆପଣଙ୍କୁ କହିଦେଉଛୁ କି ସଲମାନ ଖାନ ସେରାଙ୍କ ପୁଅକୁ ବଲୀଉଡରେ ଜଲ୍ଦି ଲଞ୍ଚ ବି କରିବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।