ରିୟା ଚକ୍ରବର୍ତ୍ତୀକୁ NCB କଲେ ଗିରଫ, ମାନିଲେ ନିଜର ଏହି ସବୁ ଭୁଲ

ସୁଶାନ୍ତ ସିଂହ ରାଜପୁତ ସୁସାଇଡ ମାମଲାରେ ଆଜି NCB ଟୀମ ଏକ ବଡ ନିସ୍ପତି ନେଇଛନ୍ତି । NCB ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରି ନେଇଛନ୍ତି । ରିୟା NCB ର ଜେରାରେ ମଙ୍ଗଳବାର ଦିନ ମାନେ ଆଜି ନିଜେ ଡ୍ରଗ୍ସ ନେଉଥିବାର କଥା ମାନି ଯାଇଛନ୍ତି । ଆଜି ସନ୍ଧ୍ୟା 4 ଟା ସମୟରେ ଏହାର ଆଧିକାରିକ ଘୋଷଣା କରା ଯାଇଛି ।

NCB ରିୟାଙ୍କୁ ଡ୍ରଗ୍ସ ନେବା, ରଖିବା ଓ ବିକିବା ର ମାମଲାରେ ଗିରଫ କରିଛନ୍ତି । ଯେବେଠୁ ଏହି ପଚରା ଉଚରା ଆରମ୍ଭ ହୋଇଥିଲା ସେବେ ଠୁ ଲାଗୁଥିଲା କି ରିୟାଙ୍କ ଠାରୁ ସବୁ ଆଙ୍ଗେଲ ରୁ ପକ୍କା ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯିବ ।

କହିଦେଉଛୁ କି ପୂର୍ବରୁ ଏମିତି ଖବର ଆସୁଥିଲା କି ତାଙ୍କୁ ରବିବାର ଦିନ ହିଁ ଗିରଫ କରାଯିବ । କିନ୍ତୁ NCB ରବିବାର ଦିନ ତାଙ୍କୁ ପଚରା ଉଚରା କରିବା ପରେ ଛାଡି ଦେଇଥିଲା । ରିୟାଙ୍କ ଉପରେ ଡ୍ରଗ୍ସ କିଣିବା, ବିକିବା ଓ ବ୍ୟବହାର କରିବାର ଆରୋପ ଲାଗିଛି । କିଛି ସମୟ ପୂର୍ବରୁ ଏକ ଇଣ୍ଟରଭ୍ୟୁ ସମୟରେ ରିୟା କହିଥିଲେ କି ସୁଶାନ୍ତଙ୍କୁ ଡ୍ରଗ୍ସ ନେବାର ଅଭ୍ଯାସ ଥିଲା, ସେ କେବେ ବି ଡ୍ରଗ୍ସ କୁ ହାତ ଲଗେଇ ନାହାଁନ୍ତି ।

କିନ୍ତୁ ଯେତେବେଳେ ରିୟାଙ୍କର ହ୍ଵାଟ୍ସଆପ ଚ୍ୟାଟ ସାମ୍ନା କୁ ଆସିଲା ତ ମାମଲା ଓଲଟି ଗଲା । ରିୟା 2017 ରୁ ହିଁ ଡ୍ରଗ୍ସ ପ୍ୟାଡଲର ର ସମ୍ପର୍କ ରେ ଥିଲେ । ରିୟାଙ୍କ ଭାଇ ଶୋବିକ ଚକ୍ରବର୍ତ୍ତୀ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ଟୀମ ପ୍ରଥମରୁ ହିଁ ଗିରଫ କରି ନେଇଥିଲେ । ଏହା ବ୍ଯତୀତ ଦିପେଶ ସାବନ୍ତ ଓ ସ୍ୟାମୂଲ ମିରାଣ୍ଡା ଙ୍କୁ ବି ଗିରଫ କରା ଯାଇଛି ।

କହି ଦେଉଛୁ କି 14 ଜୁନ କୁ ସୁଶାନ୍ତ ସିଂହ ରାଜପୁତ ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟ ରେ ମୃତ ଅବସ୍ଥାରେ ମିଳିଥିଲେ । କେସ ରେ ଏବେ CBI ଯାଞ୍ଚ ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ପରିବାର ରିୟାଙ୍କ ଉପରେ ସନ୍ଦେହ କରି FIR ଦେଇଥିଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।