Ajay Devgan ଙ୍କ ଡେବ୍ୟୁ ଫିଲ୍ମ ‘ଫୁଲ ଔର କାଣ୍ଟେ’ ରୁ ଫେମସ ହୋଇଥିବା ଷ୍ଟାର ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପାର୍ଟନର ଓ ପିଲା

୧୯୯୧ରେ ରିଲିଜ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ଫୁଲ ଔର କାଣ୍ଟେ ଆପଣ ସମସ୍ତେ ଦେଖିଥିବେ । ଏହି ଫିଲ୍ମର ଗୀତ ଯେତେ ଭଲ ଥିଲା ତାହା ଠାରୁ ଅଧିକ ଏହି ଫିଲ୍ମର କାହାଣୀ ଭଲ ଥିଲା । ସେଥିପାଇଁ ଏହି ଫିଲ୍ମ ଦର୍ଶକମାନଙ୍କର ହୃଦୟ ଜିତି ନେଇଥିଲା । ସେଥିପାଇଁ ଏହି ଫିଲ୍ମରେ ଯେଉଁ ସବୁ କଳାକାରମାନେ କାମ କରିଥିଲେ ସେମାନେ ସମସ୍ତେ ପପୁଳାର ଅଟନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା କିଛି କଳାକାରମାନଙ୍କର ରିୟଲ ଲାଇଫ ପାର୍ଟନର ଓ ତାଙ୍କର ସନ୍ତାନମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଅରୁଣା ଈରାନୀ

ଫିଲ୍ମରେ ପ୍ରଫେସର ଭୂମିକାରେ ନଜର ଆସିଥିବା ଅରୁଣା ଈରାନୀ ଫିଲ୍ମରେ ନିଜର ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ଥିଲେ । କିନ୍ତୁ ଯଦି ତାଙ୍କର ପରିବାର ବିଷୟରେ କହିବା ତେବେ ତାଙ୍କର ସ୍ଵାମୀଙ୍କକ ନାଁ ହେଉଛି କୁକୁ କୋହଲି ।

ଯାହାଙ୍କୁ ସେ ୧୯୯୦ରେ ଲଭ ମ୍ୟାରେଜ କରିଥିଲେ ଓ ଆଜି ତାଙ୍କ ସହିତ ସୁଖମୟ ଜୀବନ ବ୍ୟତିତ କରୁଛନ୍ତି । କହିଦେଉଛୁ କି ତାଙ୍କ ସ୍ଵାମୀ ଜଣେ ଫିଲ୍ମ ନିର୍ଦେଶକ ଅଟନ୍ତି । ଯିଏକି ବହୁତ ହିଟ ହିଟ ଫିଲ୍ମକୁ ନିର୍ଦେଶନ କରିଛନ୍ତି । କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଏହି ଦମ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ନିସନ୍ତାନ ଅଛନ୍ତି ।

ରଜା ମୁରାଦ

ଫିଲ୍ମରେ ଶଙ୍କର ଧନରାଜର ନକାରତ୍ମକ କିରଦାରକୁ ଅଭିନୟ କରିଥିବା ଅଭନେତା ରଜା ମୁରାଦ ସବୁବେଳେ ବଲୀଉଡରେ ନକରାତ୍ମକ ଭୂମିକାରେ ନଜର ଆସିଥାନ୍ତି । କିନ୍ତୁ ଯଦି ତାଙ୍କର ରିୟଲ ଲାଇଫ ପାର୍ଟନର ଓ ପିଲାମାନଙ୍କ ବିଷୟରେ କହିବା ତେବେ ତାଙ୍କର ପତ୍ନୀଙ୍କ ନାଁ ସମିନା ମୁରାଦ । ଯିଏକି ଜଣେ ଗୃହିଣୀ ଅଟନ୍ତି । ଆଜି ଏମାନଙ୍କର ଦୁଇଟି ସନ୍ତାନ ଅଛନ୍ତି । ଯାହାଙ୍କର ନାଁ ହେଉଛି ଝିଅ ଆୟସା ମୁରାଦ ଓ ପୁଅ ଅଲି ମୁରାଦ । ପୁଅ ଅଲି ମୁରାଦ ଜଣେ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି ଓ ତାଙ୍କର ଝିଅ ଆୟସା ଜଲ୍ଦି ହିଁ ବଲୀଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଅଜୟ ଦେବଗନ

ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ନଜର ଆସିଥିବା ଅଜୟ ଦେବଗନଙ୍କ ପରିବାର ବିଷୟରେ କହିବା ତେବେ ତାଙ୍କ ପତ୍ନୀ କାଜୋଲଙ୍କ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ଏମାନେ ଦୁଇ ଜଣ ୧୯୯୯ରେ ପ୍ରେମ ବିବାହ କରିଥିଲେ ଓ ବର୍ତ୍ତମାନ ଏହି ଯୋଡି ଦୁଇଟି ସନ୍ତାନର ମାତା ପିତା ଅଟନ୍ତି । ଯାହାଙ୍କର ନାଁ ଅଟେ ୟୁଗ ଦେବଗନ ଓ ନ୍ୟାସା ଦେବଗନ ।

ଆରିଫ ଖାନ

ଏହି ଫିଲ୍ମରେ ନକରାତ୍ମକ ଭୂମିକା ରକିର କିରଦାରରେ ନଜର ଆସିଥିବା ଆରିଫ ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ବର୍ତ୍ତମାନ ସେ ବଲୀଉଡର ଚମକ ଧମକ ଠାରୁ ବି ଦୂରରେ ଅଛନ୍ତି ଓ ଏକ ସାଧାରଣ ଜୀବନ ଜାପାନ କରୁଛନ୍ତି ।

ମଧୁ

ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ପୂଜା ରୂପରେ ନଜର ଆସିଥିବା ଅଭିନେତ୍ରୀ ମଧୁ ଅଜୟଙ୍କ ପତ୍ନୀଙ୍କ କିରଦାରକୁ ବହୁତ ସୁନ୍ଦର ପରିଦର୍ଶନ କରିଥିଲେ । କିନ୍ତୁ ଯଦି ତାଙ୍କର ସ୍ଵାମୀ ଓ ପିଲାମାନଙ୍କ ବିଷୟରେ କହିବା ତେବେ ତାଙ୍କର ସ୍ଵାମୀଙ୍କ ନାଁ ଆନନ୍ଦ ସାହା ଓ ଯିଏକି ଜଣେ ବିଜନେସମ୍ୟାନ ଅଟନ୍ତି । ଏହି ଦମ୍ପତ୍ତିଙ୍କର ଦୁଇଟି ଝିଅ ବି ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ