ପ୍ରିୟା ଚୌଧୁରୀଙ୍କ ଜୀବନୀ, ତାଙ୍କ ବିଷୟରେ କିଛି ଅଜଣା କଥା ପ୍ରଥମ ଥର

ଓଡିଆ ଚଳଚିତ୍ରର କଥା ହିଁ ନିଆରା ଆରେ । ଏଠି ସବୁ ବର୍ଷ ଭିନ୍ନ ପ୍ରକାରର ଚଳଚିତ୍ର ପରଦାରେ ରିଲିଜ ହୋଇଥାଏ । ଯାହା ସବୁ ଓଡିଆ ଦର୍ଶକମାନଙ୍କ ମନୋରଞ୍ଜନ କରିବାରେ ବି ସଫଳ ହୋଇଥାଏ । ଯଦି ଓଡିଆ ଚଳଚିତ୍ରର ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ କହିବା ତେବେ ଏମାନେ ଅଭିନୟ ଓ ସୁନ୍ଦରତା ମାମଲାରେ କାହା ଠାରୁ କମ ନୁହନ୍ତି ।

ଏମିତିରେ ଆଜି ଆମେ ଆପଣଙ୍କୁ ଓଡ଼ିଆ ଚଳଚିତ୍ରର ସବୁଠୁ ଚର୍ଚିତ ଅଭିନେତ୍ରୀଙ୍କ ବିଷୟରେ କିଛି ଅକୁହା ଯଥା କହିବାକୁ ଯାଉଛୁ । ଯିଏକି ନିଜ ଜୀବନରେ ବହୁତ ସଫଳତା ବି ହାସଲ କରିଛନ୍ତି ପାଇଛନ୍ତି । ସେହି ଅଭିନେତ୍ରୀଙ୍କ ନାମ ହେଉଛି ପ୍ରିୟା ଚୌଧୁରୀ । ପ୍ରିୟା ଚୌଧୁରୀଙ୍କ ଜନ୍ମ ୨୫ ନଭେମ୍ବର ୧୯୮୯ ଭୁବନେଶ୍ୱରରେ ହୋଇଥିଲା ।

ତାଙ୍କ ବାପାଙ୍କ ନାମ ପ୍ରତାପ ଚୌଧୁରୀ ଓ ମା ଙ୍କ ନାମ ଗୀତାଞ୍ଜଳି ଚୌଧୁରୀ ଅଟେ । ଭୁବନେଶ୍ୱର ଛଡା କଟକରେ ତାଙ୍କ ବାପାଙ୍କର ପୈତୃକ ଘର ଅଛି । ୨୦୧୩ ମସିହାରେ ତାଙ୍କର ବାହାଘର ହୋଇଥିଲା । ପ୍ରିୟା ଓ ତାଙ୍କ ସ୍ଵାମୀଙ୍କ ଯୋଡ଼ି ବହୁତ ସୁନ୍ଦର ଅଟେ । ତାଙ୍କର ଗୋଟିଏ କୁନି ପୁଅ ଅଛି ।

ସେହି ପୁଅର ନାମ ହେଉଛି କାନିଶୀ । ପ୍ରିୟା ତାଙ୍କ ପୁଅକୁ ବହୁତ ଭଲ ପାଆନ୍ତି । ଯଦି ତାଙ୍କର ଅଭନିୟ ଜୀବନ ବିଷୟରେ କଥାବାର୍ତ୍ତା କରିବା ତେବେ ପ୍ରିୟା ପ୍ରଥମେ ଜଣେ ଉପସ୍ଥାପିକା ଅର୍ଥାତ ଏକ ଶୋ ହୋସ୍ଟ ରୂପରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରଥମେ ୨୦୦୮ ମସିହାରେ ‘ଡ୍ରିମ ଗାର୍ଲ’ ଫିଲ୍ମରେ ନାୟିକା ରୂପରେ ଅଭିନୟ କରିଥିଲେ । ପୁଣି ୨୦୦୯ ମସିହାରେ ‘ଅଭିମନ୍ୟୁ’ ଫିଲ୍ମରେ ମଧ୍ୟ ନାୟିକା ରୂପରେ ସେ ନଜର ଆସିଲେ ।

ସେଥିରେ ନାୟକ ରୂପରେ ଅନୁଭବ ମହାନ୍ତି ଅଭିନୟ କରିଥିଲେ । ସମସ୍ତେ ତାଙ୍କ ଯୋଡ଼ିକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ସୁପର ହିଟ ପ୍ରମାଣିତ ହୋଇଥିଲା । ଏହି ଫିଲ୍ମ ସମସ୍ତଙ୍କ ମନକୁ ଆକର୍ଷିତ କରିଥିଲା । ୨୦୧୩ ମସିହାରେ ଫିଲ୍ମ ‘ରୁମକୁ ଝୁମାନା’ ରିଲିଜ ହୋଇଥିଲା ଯାହାକି ତାଙ୍କର ଅନ୍ୟ ଏକ ହିଟ ଚଳଚିତ୍ର ମଧ୍ୟରୁ ଗୋଟିଏ ଥିଲା । ସେ ଅଭିନେତା ବାବୁସାନଙ୍କ ସହ ବି ଫିଲ୍ମ କରିଛନ୍ତି । ଏହିଭଳି ସେ ପ୍ରାୟତଃ ସବୁ ଅଭିନେତାଙ୍କ ସହ ଫିଲ୍ମ କରିଛନ୍ତି ।

ପ୍ରିୟା ୧୦ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମରେ କାମ କରିସାରିଛନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବି କିଛି ଟିଭି ଶୋକୁ ହୋସ୍ଟ କରୁଛନ୍ତି । ସେ ଭେଜିଟେରିଆନ ଖାଇବାକୁ ପସନ୍ଦ କରିଥାନ୍ତି । ତାଙ୍କୁ ବେସି ସଂତୁଲା ଖାଇବାକୁ ଭଲ ଲାଗେ । ତାଙ୍କୁ ନୂଆ ନୂଆ ଜାଗା ବୁଲିବାକୁ ଓ ଦେଖିବାକୁ ଭଲ ଲାଗେ । ସେ ସବୁବେଳେ ଫସେନେବୁଲ ରହିବାକୁ ପସନ୍ଦ କରିଥାନ୍ତି ।

ସେ ଅଧିକ ଭାରତୀୟ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି । ତାଙ୍କୁ ଫଟୋ ଉଠେଇ ବାକୁ ବି ଭଲ ଲାଗେ । ପ୍ରାୟତଃ ତାଙ୍କ ସାଙ୍ଗ ସାଥୀ, ନିଜର ପୁଅ ଓ ପରିବାର ସହିତ ସେ ଫଟୋ ଉଠାଇଥାନ୍ତି । ଜଗନ୍ନାଥ ଠାକୁରଙ୍କ ଉପରେ ତାଙ୍କର ବହୁତ ବିଶ୍ୱାସ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।