Ollywood ର ଚୁଲବୁଲି ନାୟିକା Archita Sahu ଙ୍କ Family & Biography

ଇଣ୍ଡଷ୍ଟ୍ରିରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ମାନେ ଆଜିକା ଡେଟରେ ନିଜର ରିୟଲ ଲାଇଫରେ ବେଶ ହସଖୁସିରେ ସମୟ ଅତିବାହିତ କରୁଛନ୍ତି । ଓଡିଆ ସିନେମାରେ ଅଭିନୟ କରି କଳାକାର ମାନେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଡିଆ ଜଗତର ଫ୍ୟାମ୍ସ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଲାଇଫ ଷ୍ଟାଇଲ ଓ ପରିବାର ସମ୍ଭଧରେ କିଛି କହିବାକୁ ଯାଉଛୁ । ଓଡିଆ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ କିଏ ନ ଜାଣିଛନ୍ତି । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଓଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ନାଁ କମାଇ ପାରିଛନ୍ତି । ସେ ୧୯୯୦ ମସିହା ଜୁନ ୨୯ରେ ଜନ୍ମଗ୍ରହଣ କରିଥିଲେ ।

ସେ ତାଙ୍କ ପୁରା ପରିବାର ସହ ଭୁବନେଶ୍ବରରେ ରୁହନ୍ତି । ପିଲା ଦିନୁ ଅର୍ଚ୍ଚିତାଙ୍କର ଅଭିନୟ ପ୍ରତି ଅଧିକ ଆଗ୍ରହ ରହିଥିଲା । ସେ ନିଜର ପାଠପଢା ଜାରି ରଖିବା ସହ ଅଭିନୟ ମଧ୍ୟ କରୁଥିଲେ । ସେ ୨୦୦୫ରେ ଓଡିଆ ଫିଲ୍ମ “ଓ ମାଇଁ ଲଭ” ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରି ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାଙ୍କ ପରିବାରରେ ତାଙ୍କ ମା ଓ ତାଙ୍କ ବଡ ଭଉଣୀ ଅଛନ୍ତି । ତାଙ୍କ ମାଙ୍କ ନାଁ ହେଉଛି ଧରାଶ୍ରୀ ମହାପାତ୍ର ଅଟେ । ତାଙ୍କ ବଡ ଭଉଣୀଙ୍କ ନାଁ ହେଉଛି ଅର୍ପିତା ସାହୁ ଯିଏ ଦେଖିବାକୁ ଅର୍ଚ୍ଚିତାଙ୍କ ପରି । ଅର୍ପିତା ସାହୁ ବ୍ୟାଙ୍କରେ ଚାକିରି କରନ୍ତି । ଏହି ଭିଡିଓରେ ଅର୍ଚ୍ଚିତାଙ୍କର ଆଈ ଓ ଅଜା ନଜର ଆସୁଛନ୍ତି ।

ଯାହାଙ୍କ ସହ ତାଙ୍କର ବେଶ ଭଲ ସମ୍ପର୍କ ରହିବା ସହ ଅର୍ଚ୍ଚିତା ନିଜ ଆଈ ଅଜାଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି । ଓଲିଉଡ ଜଗତରେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତାଙ୍କର ଯୋଡି ବେଶ ଚର୍ଚ୍ଚାରେ ରହିବା ସହ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି । ଦୁହେଁ ପରସ୍ପର ସହ  ୨୦୨୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ଓଡିଆ ସିନେମାରେ ଅନେକ ଚଳଚ୍ଚିତ୍ରରେ ଏକାଠି ହୋଇ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି ।

ଓଡିଆ ଜଗତରେ ଅର୍ଚ୍ଚିତା “ଆକାଶେ କି ରଙ୍ଗ ଲାଗିଲା”, “ପାଗଳ କରିଛି ପାଉଁଜି ତୋର”, “ବାବୁ ଆଇ ଲଭ ୟୁ” ଆଦି ଫିଲ୍ମରେ କାମ କରିଛନ୍ତି । ଓଡିଆ ଜଗତର ଅନେକ କଳାକାର ମାନଙ୍କ ସହ ଅର୍ଚ୍ଚିତା ଖୁବ ସୁନ୍ଦର ଅଭିନୟ କରି ଅନେକ ଫିଲ୍ମ ହିଟ କରିବାରେ ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତି । ଅର୍ଚ୍ଚିତା ତାଙ୍କ ପରିବାର ଲୋକଙ୍କ ସହ ଅଧିକ ଟାଇମ ସ୍ପେନ୍ଡ କରିବାକୁ ଭଲ ପାଆନ୍ତି ।

ତାଙ୍କର ତାଙ୍କ ବଡ ଭଉଣୀ ଅର୍ପିତାଙ୍କ ସହ ମଜାମସ୍ତି କରିବାରେ ସମୟ ବିତାଇଥାନ୍ତି । ଦୁଇ ଭଉଣୀଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ରହିଛି । ସେ ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ଅଭିନୟ ମଧ୍ୟ ସେତିକି ଜବରଦସ୍ତ ହୋଇଥାଏ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।