ଇଏ ହେଉଛନ୍ତି ବଲିଉଡର 5 ଜଣ ହିରୋଇନ ଯାହାଙ୍କୁ ପ୍ରଥମ ପ୍ରେମ ମିଳି ନଥିଲା, ନଂ 5ତ ଆଜି ବି ଅଛନ୍ତି ଏକୁଟିଆ

ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ସମସ୍ତେ କେବେ ନା କେବେ କାହାକୁ ନା କାହାକୁ ପ୍ରେମ କରିଛନ୍ତି ଓ କୁହାଯାଏ କି କେହି ବି ନିଜର ପ୍ରଥମ ପ୍ରେମକୁ ଭୁଲି ପାରେ ନାହିଁ । ଯଦି ବଲୀଉଡ ବିଷୟରେ କଥାବାର୍ତ୍ତା କରିବା ତେବେ ଏଠି ପ୍ରାୟତଃ ଅଭିନେତା ଓ ଅଭିନେତ୍ରୀମାନଙ୍କ ଅଫେୟାର ଖବର ଶୁଣିବାକୁ ମିଳିଯାଏ ।

କିନ୍ତୁ ଏମାନଙ୍କ ମଧ୍ୟରେ କିଛି ସମ୍ପର୍କ ବହୁତ ଦୂର ପର୍ଯ୍ୟନ୍ତ ଯାଇ ଥାଏ ତ ଅନ୍ୟ ପଟେ ଅନ୍ୟ କିଛି ଷ୍ଟାରମାନେ ବ୍ରେକଅପ ପରେ ଅଲଗା ହୋଇ ଯାଆନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ବଲୀଉଡର ସେହି ୫ ଜଣ ପ୍ରସିଦ୍ଧ ଅଭସିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ତାଙ୍କର ପ୍ରଥମ ପ୍ରେମ ମିଳି ନାହିଁ ।

ଶିଲ୍ପା ଶେଟ୍ଟୀ

ଶିଲ୍ପା ଶେଟ୍ଟୀ ୯୦ ଦଶକରେ ଅକ୍ଷୟ କୁମାରଙ୍କ ସହ ରିଲେସନଶିପରେ ଥିଲେ । ଦୁଇ ଜଣଙ୍କୁ ଫିଲ୍ମ ‘ତୁ ଖିଲାଡି ତୁ ଅନାଡୀ’ ରେ ପ୍ରଥମ ଥର  ପାଇଁ ଦେଖାଯାଇଥିଲା । ଏହି ଫିଲ୍ମ ସୁପର ହିଟ ବି ହୋଇଥିଲା । ଏହା ପରେ ବହୁତ ଫିଲ୍ମରେ ଏକତ୍ରିତ କାମ କରିବା ଦ୍ଵାରା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହା ଶାୟତ ଏମାନେ ବିବାହ କରିବା ପାଇଁ ନିଷ୍ପତି ମଧ୍ୟ ନେଇ ଯାଇଥିଲେ ।କିନ୍ତୁ ଅକ୍ଷୟ କୁମାର ରାଜି ନ ହେବାରୁ ଏହି ବିବାହ ହୋଇ ପାରିଲା ନାହିଁ ।

ରବିନା ଟଣ୍ଡନ

ରବିନା ଟଣ୍ଡନ ବି ଅକ୍ଷୟ କୁମାରଙ୍କୁ ପ୍ରେମ କରୁଥିଲେ । ରବିନା ଓ ଅକ୍ଷୟଙ୍କ ସାକ୍ଷାତ ଫିଲ୍ମ ‘ମୋହରା’ରେ ହୋଇଥିଲା । ଏହା ପରେ ଏହି ଯୋଡି ଫିଲ୍ମ ଖିଲାଡ଼ିଓଂ କି ଖିଲାଡି, ବାରୁଦ ଭଳି ଅନ୍ୟ କିଛି ଫିଲ୍ମରେ ଏକାଠି କାମ କରିଥିଲେ । କିନ୍ତୁ ରବିନା ଓ ଅକ୍ଷୟଙ୍କ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ରହି ନ ଥିଲା ଏବଂ ଏହି ପ୍ରେମ ସମ୍ପର୍କ ଭାଙ୍ଗି ଯାଇଥିଲା ।

ସୋନାଲି ବେନ୍ଦ୍ରେ

୯୦ ଦଶକର ସୁନ୍ଦର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ସେହି ସମୟରେ ସୁନୀଲ ଶେଟ୍ଟୀଙ୍କ ପ୍ରେମ ସମ୍ପର୍କରେ ଥିଲେ । ଦୁଇ ଜଣଙ୍କ ସାକ୍ଷାତ ଫିଲ୍ମ ‘ଟକ୍କର’ ରେ ହୋଇଥିଲା । ଏହା ପରେ ସେମାନେ ବହୁତ ହିଟ ଫିଲ୍ମରେ ଏକାଠି କାମ କରିଥିଲେ ଏବଂ ସେମାନଙ୍କ ବିବାହ ମଧ୍ୟ ସ୍ଥିର ହୋଇ ଯାଇଥିଲା । କିନ୍ତୁ ସୁନୀଲ ଶେଟ୍ଟୀ ପୂର୍ବରୁ ହିଁ ବିବାହିତ ଥିଲେ ସେଥିପାଇଁ ସୁନୀଲ ଶେଟ୍ଟୀ ଏହି ପ୍ରେମ ସମ୍ପର୍କ ଠାରୁ ଦୂରେଇ ଗଲେ ।

କରିଶ୍ମା କପୁର

କରିଶ୍ମା କପୁର ୯୦ ଦଶକରେ ସବୁଠୁ ଚର୍ଚିତ ଅଭିନେତ୍ରୀ ଥିଲେ ଓ ଏହି ସମୟରେ ସେ ଅଜୟ ଦେବଗନଙ୍କୁ ନିଜର ହୃଦୟ ଦେଇ ବସିଥିଲେ । ଅଜୟ ଦେବଗନଙ୍କ ଓ କରିଶ୍ମା କପୁର ଫିଲ୍ମ ଜିଗର, ଧନବାନ, ସଂଗ୍ରାମ, ଶକ୍ତିମାନରେ ନଜର ଆସିଥିଲେ । ଦୁହିଁଙ୍କ ପରସ୍ପରକୁ ଭଲ ପାଉ ଥିଲେ । କଥା ବିବାହ ପର୍ଯ୍ୟନ୍ତ ଯାଇଥିଲା କିନ୍ତୁ ଏହି ସମୟରେ ରବିନା ଓ ଅଜୟଙ୍କ ପ୍ରେମ ସମ୍ପର୍କର ଖବର ସାମ୍ନାକୁ ଆସିବା ପରେ ଦୁଇ ଜଣ ଏହି ସମ୍ପର୍କକୁ ଭାଙ୍ଗି ଦେଲେ ।

ରେଖା

ରେଖା ଅମିତାଭ ବଚ୍ଚନଙ୍କ ପ୍ରେମ କାହାଣୀ ବଲୀଉଡର ସବୁଠୁ ଚର୍ଚିତ ବିଷୟ ଅଟେ । କିନ୍ତୁ ଅମିତାଭ ପୂର୍ବରୁ ବିବାହିତା ଥିବାରୁ ରେଖା ତାଙ୍କର ପ୍ରଥମ ପ୍ରେମରେ ଅସଫଳ ରହିଲେ । ସେ ଅମିତାଭଙ୍କ ସହ ଫିଲ୍ମ ଦୋ ଅଂଜାନେ, ଶୁହାଗ, ମୁଖଦର କି ସିକନ୍ଦର, ସିଲସିଲାରେ ଅଭିନୟ କରିଥିଲେ ।