ସଲମାନ ଖାନ ଓ ବିରାଟ କୋହଲିଙ୍କ ମଧ୍ୟରୁ ସବୁଠୁ ଅଧକ ଧନୀ କିଏ !

ବଲିଉଡରେ ସେଲିବ୍ରେଟି ମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ଆଗରେ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ଠିକ ସେହି ଭଳି କ୍ରିକେଟ ଦୁନିଆ ଦେଖିବାକୁ ଗଲେ ଖେଳାଳି ମାନେ ନିଜର ସାନଦାର ପରଫୋମାଂସରେ ପୁରା ବିଶ୍ବରେ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରି ପାରିଛନ୍ତି ।

ବଲିଉଡ ହେଉ କି କ୍ରିକେଟ ଦୁନିଆ ହଉ କଳାକାର ବା ଖେଳାଳି ମାନେ କେହି କାହା ଠାରୁ କମ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ସୁପରଷ୍ଟାର ସଲମାନ ଖାନ ଓ ଭାରତ କ୍ରିକେଟ ଟିମର କପ୍ତାନ ବିରାଟ କୋହଲିଙ୍କ ମଧ୍ୟରୁ କିଏ ଧନୀ ଅଟନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବଲିଉଡର ଦବଙ୍ଗ ଖାନ ଅଭିନେତା ସଲମାନ ଖାନଙ୍କର ପର୍ଫୋମାଂସ ପାଇଁ ଫ୍ୟାନ୍ସ ମାନଙ୍କର କମି ନାହି । ସଲମାନଙ୍କର କୌଣସି ଫିଲ୍ମ ହିଟ ହେଉ ବା ନ ହେଉ କିନ୍ତୁ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା କମାଇଥାଏ ।

ଠିକ ସେହି ଭଳି ଭାରତ କ୍ରିକେଟର ଖେଳାଳି ବିରାଟ କୋହଲି ନିଜର ସାନଦାର ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ଦିଲ ଜିତିଛନ୍ତି । ବଲିଉଡର ଭାଇଜାନ ସଲମାନ ଖାନ ସବୁଠାରୁ ମସୁର ଅଭିନେତା ମାନଙ୍କ ମଧ୍ୟରେ ଜଣେ ଅଟନ୍ତି । ସେ ଗୋଟେ ଷ୍ଟେଜ ସୋ “ବିଗ ବସ”ରେ ଆଙ୍କରିଙ୍ଗ କରିବା ପାଇଁ ୨୭୦ କୋଟି ଚାର୍ଜ କରନ୍ତି । ସେ ଆଡ ସୋ କରିବା ପାଇଁ ୧୦ କୋଟି ଚାର୍ଜ କରିଥାନ୍ତି । ଏହା ବ୍ଯତୀତ ତାଙ୍କର ମୁମ୍ବାଇ ଓ ଦୁବାଇରେ ସମ୍ପତି ମଧ୍ୟ ରହିଛି ।

ଏହା ଛଡା ତାଙ୍କ ପାଖରେ ମରସେଜିଡ ବେଞ୍ଜ ଏସ କ୍ଳାସ, ଜିଏଲ କ୍ଳାସ, ବିଏମ ଡବ୍ଲୁ ଏକ୍ସ-୬, ଅଡି ଆରଏଶ-୭ ଆଦି ମହଙ୍ଗା କାର ଅଛି । ଏହା ଛଡା ତାଙ୍କର ଅନେକ ବାଇକ ମଧ୍ୟ ରହିବା ସହ କୋଟି କୋଟି ଟଙ୍କାର ଜାହାଜ ମଧ୍ୟ ରହିଛି । ତାଙ୍କର ସମୁଦାୟ ସମ୍ପତି ଦେଖିବାକୁ ଗଲେ ୧୮୦୦ କୋଟି ଟଙ୍କା ଅଟେ । ଅନ୍ୟ ପାଟରେ ଦେଖିବାକୁ ଗଲେ କ୍ରିକେଟର ବିରାଟ କୋହଲି ବିସିସିଆଇ ଖେଳିବାକୁ ୭ କୋଟି ଟଙ୍କା ଚାର୍ଜ କରନ୍ତି । ଅନେକ ମ୍ଯାଚ ଖେଳିବା ପାଇଁ ତାଙ୍କୁ କୋଟି କୋଟି ଟଙ୍କା ମିଳିଥାଏ ।

ଏହା ଛଡା ଆପିଏଲରେ ମ୍ଯାଚ ଖେଳିବା ପାଇଁ ମଧ୍ୟ ସେ କୋଟି କୋଟି ଟଙ୍କା ନେଇଥାନ୍ତି । ଆପିଏଲ ଖେଳିବା ପାଇଁ ବିରାଟ ୧୫ କୋଟି ଟଙ୍କା ନେଇଥାନ୍ତି । ସେ ଗୋଟିଏରେ ଆଡ କରିବା ପାଇଁ ୫ କୋଟି ଟଙ୍କା ଚାର୍ଜ କରନ୍ତି । ସେ ହିମାଲୟା, ମିନ୍ତରା, ପିୟୁମା, ହିରୋ ମୋଟର କପ, କୋଲଗେଟ ଆଦି ଆଡରେ ନଜର ଆସି ସାରିଛନ୍ତି । ତାଙ୍କର ମୁମ୍ବାଇରେ ଗୋଟିଏ ଆଲିଶାନ ଘର ରହିଛି ଜହରା ମୂଲ୍ୟ ହେଉଛି ୯ କୋଟି ଟଙ୍କା ଅଟେ । ତାଙ୍କ ପାଖରେ AUDI R8 LMX, AUDI R8 V10, ଡଷ୍ଟର ଆଦି ମହଙ୍ଗା କାର ରହିବା ସହ ଅନେକ ସ୍ପୋର୍ଟ୍ସ ବାଇକ ମଧ୍ୟ ରହିଛି । ତାଙ୍କର ସମୁଦାୟ ସମ୍ପତି ଦେଖିବାକୁ ଗଲେ ୩୯୦ କୋଟି ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।