TV ସିରିଏଲ “ରାମାୟଣ” ର ରାମଙ୍କ ରିଅଲ ଲାଇଫ ସ୍ତ୍ରୀ ଓ ଝିଅ ଲାଗନ୍ତି ବହୁତ ସୁନ୍ଦର, ବିଶ୍ଵାସ ହେଉନଥିଲେ ନିଜେ ଦେଖି ନିଅନ୍ତୁ

ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରବାହିକ ରାମାୟଣ ଆଜି ଦୂରଦର୍ଶନରେ ଶେଷ ହୋଇ ଯାଇଥିଲେ ମଧ୍ୟ ଦର୍ଶକ ଏବେ ମଧ୍ୟ ସେହି ଧାରାବାହିକର ଷ୍ଟାର୍ କାଷ୍ଟ୍ ଓ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ଆଗ୍ରହୀ ହୋଇଥାନ୍ତି ।

ରାମାୟଣରେ ରାମଙ୍କ ଚରିତ୍ରରେ ଅଭିନୟ କରି ଅରୁଣ ଗୋଭିଲ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ସେ ଆଜିକାଲି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । ତେବେ ଆସନ୍ତୁ ତାଙ୍କ ଜୀବନ ବିଷୟରେ କିଛି ଜାଣିବା । ଗତ ବର୍ଷ କରୋନା ମହାମାରୀ ସମୟରେ ଲକ୍ ଡାଉନ୍ ହେତୁ ସମସ୍ତ ସୁଟିଂ କାର୍ଯ୍ୟ ବନ୍ଦ ହୋଇଥିଲା । ଯାହା ଫଳରେ ଚାଲିଥିବା ସମସ୍ତ ଧାରାବାହିକ ଓ ଟିଭି ପ୍ରୋଗ୍ରାମ ଟେଲିକାଷ୍ଟ ମଧ୍ୟ ସ୍ଥଗିତ ହୋଇଗଲା ।

ଏପରି ସମୟରେ ସରକାର ଲୋକଙ୍କୁ ମନୋରଞ୍ଜନ କରାଇବା ପାଇଁ ଏକ ନିଧାର୍ଯ୍ୟ ସମୟରେ ଆଉ ଥରେ ରାମାୟଣ ଟେଲିକାଷ୍ଟ କରିବା ପାଇଁ ଘୋଷଣା କରିଥିଲେ ଓ ସମସ୍ତେ ଖୁବ୍ ଖୁସି ହୋଇଥିଲେ । ଅନେକ ତାଙ୍କ ପିଲା ଦିନ କଥା ମଧ୍ୟ ମନେ ପକାଇଥିଲେ । କିପରି ରବିବାର ସକାଳେ ରାମାୟଣ ଦେଖିବା ପାଇଁ ପରିବାରର ସମସ୍ତେ ଏକାଠି ହେଉଥିଲେ ଓ ସେତେବେଳେ ଜୀବନ କେତେ ସରଳ ଓ ସୁନ୍ଦର ଥିଲା ବୋଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିଲା ।

କରୋନା ମହାମାରୀ ସମୟରେ ଲୋକଙ୍କ ଆଧ୍ୟାତ୍ମିକ ଭାବ ବୃଦ୍ଧି ପାଇବା ପାଇଁ ଓ ମନ ଶାନ୍ତ ରଖିବା ପାଇଁ ସରକାରଙ୍କ ଏହି ପ୍ରୟାସକୁ ସମସ୍ତେ ଖୁବ୍ ପ୍ରଶଂସା କରିଥିଲେ । ସେହି ରାମାୟଣର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ଆଜି କାଲି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି । କିଛି ଦିନ ପୂର୍ବରୁ ଅରୁଣ ଗୋଭିଲ୍ ଏକ ସାକ୍ଷାତକାରରେ ରାମ ଚିରିତ୍ରରେ ଅଭିନୟ କରିବା ପାଇଁ ତାଙ୍କୁ କୌଣସି ସମ୍ମାନ ନ ମିଳିଥିବା କଥା କହିଥିଲେ ।

ଏହା ସହ କଥାବାର୍ତ୍ତା ସମୟରେ ସେ ନିଜ ପରିବାର ବିଷୟରେ ମଧ୍ୟ କଥା ହୋଇଥିଲେ । ଅରୁଣ ଗୋଭିଲ୍ ଅଭିନେତ୍ରୀ ଶ୍ରୀଲେଖା ଗୋଭିଲ୍ ଙ୍କୁ ବିବାହ କରିଥିଲେ, ଯିଏ କି ଦେଖିବାକୁ ଖୁବ୍ ସୁନ୍ଦରୀ ଅଟନ୍ତି । ବିବାହ ପରେ ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ ଝିଅ ହୋଇଥିଲେ । ତାଙ୍କ ପୁଅଙ୍କ ନାମ ଅମଲ୍ ଗୋଭିଲ୍ ଓ ତାଙ୍କ ଝିଅଙ୍କ ନାମ ସୋନିକା ଗୋଭିଲ୍ ଅଟେ । ଝିଅ ମଧ୍ୟ ଦେଖିବାକୁ ତାଙ୍କ ପତ୍ନୀଙ୍କ ପରି ସୁନ୍ଦରୀ ।

ତାଙ୍କ ପୁଅ ଅମଲ୍ ଗୋଭିଲ୍ ଜଣେ କର୍ପୋରେଟ ବ୍ୟାଙ୍କର୍ । ସେ ମୁମ୍ବାଇରେ ତାଙ୍କ ସହ ହିଁ ରୁହନ୍ତି ଓ ତାଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି । ଅରୁଣ ଗୋଭିଲ୍ କହିଥିଲେ ଉତ୍ତରପ୍ରଦେଶ ତାଙ୍କ ଜନ୍ମସ୍ଥାନ ଓ ଗତ ୫୦ ବର୍ଷରୁ ସେ ମହାରାଷ୍ଟ୍ରରେ ରହୁଛନ୍ତି । ମାତ୍ର କୌଣସି ରାଜ୍ୟର ସରକାର ତାଙ୍କୁ ଏ ପର୍ଯ୍ୟନ୍ତ ରାମ ଚରିତ୍ରରେ ଅଭିନୟ କରିବା ପାଇଁ କୌଣସି ପ୍ରକାର ସମାନ ପ୍ରଦତ୍ତ କରି ନାହାଁନ୍ତି । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅନେକ ଲୋକ ମଧ୍ୟ ଏପରି ମାନୁଛନ୍ତି କି ଅରୁଣ ଗୋଭିଲ୍ ଆମ ଦେଶର ସମ୍ମାନ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।