ତରଂଗ ସିରିଏଲ ର ହିରୋଇନ ମାନଙ୍କ ଅସଲ ନାମ କଣ ଜାଣିଛନ୍ତି କି ? ଜାଣିବାକୁ ଚାହୁଁଥିଲେ ଜଲ୍ଦି ଦେଖନ୍ତୁ

ସନ୍ଧ୍ୟା ହେଲେ ଓଡିଶାରେ ଘରେ ଘରେ ଲାଗିଯାଏ ଟିଭି । ତରଙ୍ଗ ଟିଭିରେ ପ୍ରସାରିତ ନାନା ଧାରାବାହିକ ସବୁ ଦେଖିବା ପାଇଁ ଓଡିଆ ଘରର ମା ବୋହୂ ମାନେ ସମସ୍ତ କାମ ସାରି ବସିଯାନ୍ତି ଟିଭି ପାଖରେ । ମନ ପସନ୍ଦର ଧାରାବାହିକ ଓ ପ୍ରିୟ ଅଭିନେତ୍ରୀଙ୍କୁ ଦେଖି ନିଜ କାର୍ଯ୍ୟ ବ୍ୟସ୍ତ ଜୀବନରୁ ଅଳ୍ପ ସମୟ ପାଇ ଖୁସି ହୁଅନ୍ତି ।

ମନ ପସନ୍ଦ ଟିଭି ଧାରାବାହିକର ନିଜ ପ୍ରିୟ ଅଭିନେତ୍ରୀଙ୍କ ସହ ହସନ୍ତି ଓ କାନ୍ଦନ୍ତି ମଧ୍ୟ । ଆଉ ମଜା କଥା ହେଉଛି ପ୍ରିୟ ଅଭିନେତ୍ରୀଙ୍କ ଉପରେ ନକରାତ୍ମକ ଚରିତ୍ରରେ ଥିବା କଳାକାରଙ୍କ ନିର୍ଯ୍ୟାତନା ମଧ୍ୟ ସହ୍ୟ କରି ନ ପାରି, ସେମାନଙ୍କୁ ଦେଖିଲେ ଦାନ୍ତ କାମୁଡି ହୁଅନ୍ତି । କିନ୍ତୁ ଟିଭି ପରଦାରେ ଦେଖୁଥିବା ଏହି ଅଭିନେତ୍ରୀ ମାନଙ୍କ ଅସଲ ନାମ କଣ ଆପଣ ଜାଣିଛନ୍ତି କି ? ଅନେକ ସମୟରେ ସମସ୍ତେ ଜାଣିବାକୁ ଚାହିଁଥାନ୍ତି କି ଟିଭିରେ ନିଜ ଅଭିନୟର କମାଲ ଦେଖାଉଥିବା ଏହି ଅଭିନେତ୍ରୀଙ୍କ ନାମ ଅସଲରେ କଣ ହୋଇଥିବ ।

ତେବେ ଆଜି ଆମେ ଆପଣଙ୍କ ଜିଜ୍ଞାସାର ଶେଷ କରିବାକୁ ନେଇ ଆସିଛୁ ଆପଣଙ୍କ ପ୍ରିୟ ତରଙ୍ଗ ଟିଭି ଅଭିନେତ୍ରୀଙ୍କ ଅସଲ ନାମ । ପ୍ରଥମରେ ହେଉଛନ୍ତି ‘ମଙ୍ଗଳା’ । ଯିଏ ଧାରାବାହିକ ‘ମଙ୍ଗଳା ଚରଣ’ ରେ ମୁଖ୍ୟ ଅଭିନେତ୍ରୀ ମଙ୍ଗଳାଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ଆପଣଙ୍କ ପ୍ରିୟ ମଙ୍ଗଳାଙ୍କ ଅସଲ ନାମ ହେଉଛି ସୁଶ୍ରୀ ସୁଭାସିନୀ ।

ତାପରେ ହେଉଛନ୍ତି ରୁଦ୍ରି । ଯିଏ କି ‘ମାୟା- କାହାଣୀ ଏକ ନାଗୁଣୀର’ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରି ଦର୍ଶକଙ୍କ ମନମୁଗ୍ଧ କରୁଛନ୍ତି । ରୁଦ୍ରିଙ୍କ ଅସଲ ନାମ ହେଉଛି ଜସ୍ମିନ ରଥ ।ତା ପରେ ହେଉଛନ୍ତି ଶ୍ରଦ୍ଧା । ସେ ‘କୁଆଁରୀ ବୋହୁ’ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଅଟନ୍ତି । ତେବେ ଆପଣଙ୍କ ପ୍ରିୟ ଶ୍ରଦ୍ଧାଙ୍କ ଅସଲ ନାମ ହେଉଛି ପ୍ରିୟଙ୍କା ରଥ ।

ତା ପରେ ଆସୁଛନ୍ତି ଧାରାବାହିକ ‘ନୂଆ ବୋହୂ’ ରେ ମୁଖ୍ୟ ଅଭିନେତ୍ରୀଙ୍କ ଭୂମିକାରେ ଅଭିନୟ କରୁଥିବା ରାଧିକା । ମିତାଳି ସାର୍ଘାରିଆ ହେଉଛି ରାଧିକାଙ୍କ ଅସଲ ନାମ । ଆପଣଙ୍କ ପ୍ରିୟ ଧାରାବାହିକ ‘ସିନ୍ଦୁରର ଅଧିକାର’ ରେ ମୁଖ୍ୟ ଭୂମିକାରେ ଅଛନ୍ତି ଇତି । ଇତିଙ୍କ ପ୍ରକୃତ ନାମ ହେଉଛି ନିଳାକ୍ଷୀ ପାତ୍ର ।

ଅତି ଲୋକପ୍ରିୟ ଧାରାବାହିକ ‘ତାରିଣୀ ଆଖିର ତାରା’ ରେ ମୁଖ୍ୟ ଭୂମିକାରେ ଅଭିନୟ କରନ୍ତି ତାରିଣୀ ଏବଂ ତାରାଙ୍କୁ ମଧ୍ୟ ଏହି ଧାରାବାହିକରେ ଅଭିନୟ କରିବାର ଦେଖୁଥିବେ । ତେବେ ଆପଣଙ୍କ ପ୍ରିୟ ଅଭିନେତ୍ରୀ ତାରିଣୀଙ୍କ ପ୍ରକୃତ ନାମ ହେଉଛି ସୁମନ ପଟ୍ଟନାୟକ ଓ ତାରାଙ୍କ ପ୍ରକୃତ ନାମ ହେଉଛି ଅସୀମା ପତି । ଆପଣଙ୍କ ପ୍ରିୟ ଅଭିନେତ୍ରୀ ମାନଙ୍କ ପ୍ରକୃତ ନାମ ଜାଣି ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।