ଦେଖନ୍ତୁ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା Mr Gulua ଙ୍କ ନିର୍ବନ୍ଧ, ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କି ବର୍ତ୍ତମାନ ସମୟରେ ବହୁତ ବିବାହ, ନିର୍ବନ୍ଧ ଆଦି ମଧ୍ୟ ହେଉଛି ତେବେ ବର୍ତ୍ତମାନ ଆଉ ଏକ ସେଲିବ୍ରେଟି ଯିଏ ୟୁଟୁୟୁବ ରେ ନିଜର ଭିଡିଓ ଜରିଆରେ ଘରେ ଘରେ ପରିଚିତ । ତେବେ ସେ ହେଉଛନ୍ତି ମିଷ୍ଟର ଗୁଲୁଆ । ସାରା ଓଡ଼ିଶାରେ ଗୋଟିଏ ଡାଇଲଗ ଫେମସ “ଗୋଟେ ଖୁସି ଆଉ ” ,ତେବେ ଏହି ଡାଇଲଗ କାହିଁକି ଏମିତି ଭାଇରଲ ହେଇଗଲା ,ଏବଂ କିଏ ଏହାକୁ କହିଥିଲେ ,ଆଜି ଚାଲନ୍ତୁ ଜାଣିବା ସେହି ଅସଲ ନାୟକ ଙ୍କ ବିଷୟରେ ।

ସେ ହେଉଛନ୍ତି ହାସ୍ୟକଳାକାର ମିସ୍ଟର ଗୁଲୁଆ । ଏମିତିରେ ତ ତାଙ୍କ ନାମ ଆଶିଷ କୁମାର ଦାସ କିନ୍ତୁ ମିଷ୍ଟର ଗୁଲୁଆ ଭାବରେ ସେ ବେଶ ପରିଚିତ । ୟୁଟୁବ ରେ ତାଙ୍କ ଭିଡିଓ ଆସିବା ମାତ୍ରେ ଲକ୍ଷାଧିକ ଭିୟୁଜ ଆସିଥାଏ । ନିକଟରେ ଟ୍ରାଫିକ ନିୟମ କୁ ନେଇକି ଏକ ଭିଡିଓ କରିଥିଲେ ଯେଉଁଥିରେ କି ଜଣେ କିନ୍ନର ବେଶରେ ତାଙ୍କୁ ଦେଖିବାକୁ ମିଳିଥିଲା । ଟ୍ରାଫିକ ପୋଲିସ ତାଙ୍କୁ ପଚାରୁଛନ୍ତି ଲାଇସେନ୍ସ ଆଣିଛ ?

ଗୁଲୁଆ :ଗୋଟେ ଖୁସି ଆଉ ,ପ୍ଲୁସନ :ଗୁଲୁଆ :ଗୋଟେ ଖୁସି ଆଉ,ହେଲମେଟ ? ଗୁଲୁଆ :ଗୋଟେ ଖୁସି ଆଉ ..ଏହିଭଳି ଭାବରେ ତାଙ୍କର ଏହି ଗୋଟେ ଖୁସି ଆଉ ଡାଇଲଗ ଏମିତି ଲୋକଙ୍କ ହୃଦୟ କୁ ଛୁଇଁଯାଇଛି ଯେ ଏବେ ସବୁଆଡେ ଚର୍ଚା ହେଉଛି ‘ଗୋଟେ ଖୁସି ଆଉ । ତେବେ ବର୍ତ୍ତମାନ ଏହି ମିଷ୍ଟର ଗୁଲୁଆ ଙ୍କ ନିର୍ବନ୍ଧ ହୋଇ ସାରିଛି । ତେବେ ସେ ନିଜର ଦୀର୍ଘ ଦିନର ପ୍ରେମିକା ବର୍ଷା ଙ୍କ ସହ ନିର୍ବନ୍ଧ ରେ ବାନ୍ଧି ହୋଇଛନ୍ତି ।

ତେବେ ଏହି ସବୁ ଆଲବମ କୁଇନ ରାଣୀ ପଣ୍ଡା ନିଜ ଇଂଷ୍ଟାଗ୍ରାମ ର ଲାଇଭ ଭିଡିଓ ରେ ଦେଖାଇ ଥିଲେ । ତେବେ ଏହି ଦୁଇ ଯୋଡି ନାଲି ରଙ୍ଗର ପୋଷାକ ରେ ଖୁବ ସୁନ୍ଦର ଦେଖା ଯାଉଥିଲେ ଏବଂ ବହୁତ ଖୁସି ମଧ୍ୟ ନଜର ଆସୁଥିଲେ । ତେବେ ରାଣୀ ପଣ୍ଡା ନିଜର ଲାଇଭ ଭିଡିଓ ରେ ସେହି ଦୁଇଜଣ ଙ୍କ ର ସବୁ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ଗୁଡିକ ଦର୍ଶକ ମାନେ ମଧ୍ୟ ଦେଖି ପାରିଥିଲେ ।

ତେବେ ଏହି ଯୋଡି ପ୍ରଥମେ ପରସ୍ପରକୁ ମୁଦି ପିନ୍ଧାଇ ଥିଲେ ଏବଂ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ତେବେ ଏହି ଉତ୍ସବ ରେ ରାଣୀ ପଣ୍ଡା, କାଳିଆ ଷଣ୍ଢ, ସମେତ ଅନେକ ବଡ଼ ବଡ଼ ସେଲିବ୍ରେଟି ମାନେ ମଧ୍ୟ ଯୋଗଦାନ କରିଥିଲେ । ତେବେ ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ମଧ୍ୟ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।