ଆସନ୍ତା ବର୍ଷ ଶ୍ରଦ୍ଧା କପୁର କରିବେ ଏହି ବ୍ୟକ୍ତିକୁ ବିବାହ, ଡେଟ ଫିକ୍ସ ହେବା ପରେ ହିଁ ଆରମ୍ଭ ହୋଇ ଯାଇଛି ବିବାହର ସବୁ ପ୍ରସ୍ତୁତି

କହିବାକୁ ଗଲେ ବଲିଉଡରେ ବହୁତ ଷ୍ଟାର ଅଛନ୍ତି । ସେଥି ମଧ୍ୟରେ ଜଣେ ଥିଲେ ଶକ୍ତି କପୂର । ବର୍ତ୍ତମାନ ତାଙ୍କର ଝିଅ ଶ୍ରଦ୍ଧା କପୁର ବି ଏହି ବଲିଉଡ ଇଣ୍ଡଷ୍ଟ୍ରିରେ ରାଜ କରୁଛନ୍ତି ଓ ସେ ଜଣେ ଜଣା ଶୁଣା ସେଲେବ୍ରିଟି ହୋଇ ଯାଇଛନ୍ତି । ଶ୍ରଦ୍ଧା କପୁରଙ୍କର ନାମ ଆଜି ବଲିଉଡର ଟପ ହିରୋଇନମାନଙ୍କ ମଧ୍ୟରେ ନିଆ ଯାଇଥାଏ ।

ବହୁତ କମ ବୟସରେ ହିଁ ଶ୍ରଦ୍ଧା କପୁର ବଲୀଉଡରେ ନିଜର ନାଁ କରିଛନ୍ତି । ଫିଲ୍ମ ଛଡା ଶ୍ରଦ୍ଧା ନିଜର ରିଲେସନଶିପକୁ ନେଇ ମଧ୍ୟ ବହୁତ ଚର୍ଚ୍ଚାରେ ରୁହନ୍ତି । ଶ୍ରଦ୍ଧା କପୁର ବଲିଉଡରେ ଫିଲ୍ମ ‘ଆଶିକୀ ୨’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ସୁପରହିଟ ପ୍ରମାଣିତ ହୋଇଥିଲା ଓ ସେ ରାତାରାତି ଷ୍ଟାର ହୋଇଗଲେ ।

ଏହା ପରେ ତାଙ୍କର ଅନ୍ୟ କିଛି ହିଟ ଫିଲ୍ମ ବି ଆସିଲା ଓ ଏହା ସହିତ ତାଙ୍କର ଅଫେୟାର ଖବର ବି ସାମ୍ନାକୁ ଆସିବାକୁ ଲାଗିଲା । ଏହା ପରେ ତାଙ୍କର ନାମ ସହିତ ବଲିଉଡର ଅଭିନେତା/ଡାୟରେକ୍ଟର/ଗାୟକ ଫରହାନ ଅଖତର ଙ୍କ ସହ ବି ଯୋଡା ଯାଇଥିଲା ।

ଫରହାନଙ୍କ ସହିତ ଥିଲା ଲିବ ଇନ ରିଲେଶନଶିପ

ଖବର ଅନୁସାରେ ଶ୍ରଦ୍ଧା କପୁର କିଛି ସମୟ ପର୍ଯ୍ୟନ୍ତ ଫରହାନଙ୍କୁ ଡେଟ ବି କରୁଥିଲେ । ଏହି କଥା ବିଷୟରେ ନିଜେ ଶ୍ରଦ୍ଧା କପୁର ଏକ ଇଣ୍ଟଭିୟୁରେ କହିଥିଲେ । କିନ୍ତୁ ଖବର ଆସୁଥିଲା କି ଶକ୍ତି କପୁର ଏହି ସମ୍ପର୍କ ବିରୁଦ୍ଧରେ ଥିଲେ ଓ ଯେତେବେଳେ ତାଙ୍କୁ ଏହି ବିଷୟରେ ଜଣା ପଡିଲା ତେବେ ସେ ଶ୍ରଦ୍ଧାଙ୍କ ଉପରେ ବହୁତ ରାଗି ବି ଯାଇଥିଲେ ।

କିନ୍ତୁ ଶ୍ରଦ୍ଧା କିଛି ମାନିଲେ ନାହିଁ ଓ ନିଜ ଘର ଛାଡି ଫରହାନଙ୍କ ସହିତ ଲିବ ଇନରେ ରହିବାକୁ ଲାଗିଲେ । କିନ୍ତୁ ବର୍ତ୍ତମାନ ସମୟରେ ଶ୍ରଦ୍ଧା ଓ ଫରହାନଙ୍କର ବ୍ରେକଅପ ହୋଇ ଯାଇଛି । ବର୍ତ୍ତମାନ ଶ୍ରଦ୍ଧାଙ୍କ ଜୀବନରେ ଆଉ ଜଣେ ଏଣ୍ଟ୍ରି ନେଇ ସାରିଛି ।

ଏହି ଖାସ ବ୍ୟକ୍ତିକୁ କରୁଛନ୍ତି ଡେଟ

ରିପୋର୍ଟ ଅନୁସାରେ ଶ୍ରଦ୍ଧା ବର୍ତ୍ତମାନ ସମୟରେ ଯେଉଁ ଯୁବକକୁ ଡେଟ କରୁଛନ୍ତି ସେ କୌଣସି ଅଭିନେତା ନୁହେଁ ସେ ଜଣେ ଫୋଟୋଗ୍ରାଫର ଅଟନ୍ତି । କହିଦେଉଛୁ କି ଶ୍ରଦ୍ଧା ସେଲିବ୍ରିଟି ଫୋଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କୁ ଡେଟ କରୁଛନ୍ତି । ଖବର ଆସୁଛି କି ଦୁଇ ଜଣ ଆସନ୍ତା ବର୍ଷ ୨୦୨୧ରେ ବିବାହ ବି କରି ପାରନ୍ତି । ଦୁଇ ଜଣ ବର୍ତ୍ତମାନ ସମୟ ରୁ ହିଁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଶ୍ରଦ୍ଧା ଓ ରୋହନ ପିଲାବେଳୁ ହିଁ ପରସ୍ପରଙ୍କୁ ଜାଣିଛନ୍ତି ଓ ସେ ଭଲ ବନ୍ଧୁ ବି ଅଟନ୍ତି । ରୋହନଙ୍କର ପିତା ରାକେଶ ବି ବଲିଉଡର ଜଣେ ଜଣା ଶୁଣା ଫୋଟୋଗ୍ରାଫର ଅଟନ୍ତି ।

ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ବ୍ୟସ୍ତ ରହିବେ ଶ୍ରଦ୍ଧା

କିନ୍ତୁ ଏକ ନ୍ୟୁଜ ପୋର୍ଟଲ ରେ ଦେଇଥିବା ଇଣ୍ଟରଭିୟୁରେ ଶକ୍ତି କପୁର ଏହି ବିବାହ ଖବରକୁ ମିଛ ବୋଲି କହିଛନ୍ତି । ସେ କହିଲେ କି ବର୍ତ୍ତମାନ ଶ୍ରଦ୍ଧା ପାଖରେ ବହୁତ କାମ ଅଛି । ସେ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ବ୍ୟସ୍ତ ଅଛନ୍ତି । ୪ – ୫ ବର୍ଷ ପରେ ହିଁ ସେ ଏହା ବିଷୟରେ ଚିନ୍ତା କରିବେ । କହିଦେଉଛୁ କି ଶ୍ରଦ୍ଧାଙ୍କ ପାଖରେ ‘ଷ୍ଟ୍ରିଟ ଡ୍ୟାନ୍ସର ୩ ଡି’ ଓ ‘ବାଗୀ ୩’ ଭଳି ବିଗ ବଜେଟ ଫିଲ୍ମ ଅଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।