ଝିଅ ବାହା ହେବାକୁ କରିଦେଲା ମନା, ତ ଶାଶୁ ଜ୍ଵାଇଁର ହାତ ଧରି କରିଲା ବିବାହ, ସାତଫେରେ ନେଲା ପରେ ଏବେ…

ଆଜିକାଲି ପ୍ରାୟତଃ ଲୋକମାନେ ବିବାହ କରିବାକୁ ମନା କରୁଛନ୍ତି । ଏହା ଛଡା କେତେକ ପରିବାର ଆଜି ବି ଝିଅମାନଙ୍କର ଜବରଦସ୍ତୀ ବିବାହ କରି ଦେଉଛନ୍ତି । ଏହିଭଳି କିଛି ମାମଲା ଉତ୍ତର ପ୍ରଦେଶରୁ ସାମନାକୁ ଆସିଛି । ଯେଉଁଠି ଝିଅ ତାହା ଠାରୁ ଦୁଇ ଗୁଣା ଅଧିକ ବୟସର ବ୍ୟକ୍ତିକୁ ଦେଖି ବିବାହ କରିବା ପାଇଁ ମନା କରିଦେଲା । ଏହା ପରେ କନ୍ୟାର ମା ବର ର ହାତ ଧରି ୭ ଫେରା ନେଲା ।

କହିବାକୁ ଗଲେ ଆଗ୍ରାରେ ରହୁଥିବା ଜଣେ ବ୍ୟକ୍ତି ବିବାହ ପାଇଁ ନିଜର ବରଯାତ୍ରୀ ନେଇ କାନପୁର ପହଞ୍ଚି ଥିଲା । କିନ୍ତୁ ଯେଉଁ ଜାଗାରେ ତାହାର ବାହାଘର ଠିକ ହୋଇଥିଲା ସେହି ଜାଗାରେ ସେ ଝିଅର ମାକୁ ନିଜର ପତ୍ନୀ କରି ନିଜ ସହିତ ନେଇ ଆସିଲା । ଖବର ଆନୁସାରେ ଏହି ବ୍ୟକ୍ତିର ବିବାହ କାନପୁରର ଭିସାର ଗ୍ରାମରେ ତାହାର ସମ୍ପର୍କୀୟଙ୍କ ମଧ୍ୟରେ ଠିକ ହୋଇଥିଲା ।

ଯେତେବେଳେ ବର ଆଗ୍ରାରୁ ବରଯାତ୍ରୀ ନେଇ କାନପୁର ପହଞ୍ଚିଲା ତେବେ ଝିଅ ଜୟମାଳା ସମୟରେ ବରକୁ ଦେଖି ବିବାହ କରିବା ପାଇଁ ମନା କରିଦେଲା । ଝିଅ ସ୍ଟେଜ ଉପରେ ପହଞ୍ଚିଲା ତେବେ ସେ ବରକୁ ଦେଖି ରାଗି ଗଲା । ଏହା ପରେ ସେ ବରମାଳା ପକାଇ କହିଲା କି ଏହି ବୟସ୍କ ବ୍ୟକ୍ତି ସହ ସେ ବିବାହ କରିବ ନାହିଁ । ଏହା ପରେ ଧୀରେ ଧୀରେ ସେଠି ହଙ୍ଗାମା ଆରମ୍ଭ ହୋଇଗଲା । ବରଯାତ୍ରୀରେ ଆସିଥିବା ଲୋକମାନେ ବି ବହୁତ ଚିନ୍ତିତ ହୋଇଗଲେ ।

ଝିଅର କହିବା ଅଟେ କି ଯେଉଁ ପୁଅର ଫଟୋ ଦେଖି ସେ ବିବାହ ପାଇଁ ରାଜି ହୋଇଥିଲା ସେ ସେହି ପୁଅ ନୁହେଁ । ଏହି ବ୍ୟକ୍ତି ତାହା ଠାରୁ ଦୁଇ ଗୁଣା ବୟସର ଲୋକ ଅଟେ । ଝିଅର ମା ଝିଅକୁ ବହୁତ ବୁଝାଇଲା, କିନ୍ତୁ ଝିଅ ନିଜ ଜିଦ୍ଦରେ ଅଡି ବସିଲା । ଶେଷରେ ଝିଅର ମା ବରର ହାତ ଧରି ତାହା ସହିତ ୭ ଫେରେ ନେଲା ଓ ବର ସହିତ ଆଗ୍ରା ଚାଲି ଆସିଲା ।

କୁହାଯାଉଛି କି ଝିଅର ପିତାର କିଛି ବର୍ଷ ହେବ ମୁର୍ତ୍ୟୁ ହୋଇ ଯାଇଛି । ଝିଅର ଘରେ କେବଳ ମା ଓ ତାର ଏକ ଛୋଟ ଭଉଣୀ ଓ ଭାଇ ଅଛି । ବର୍ତ୍ତମାନ ତାଙ୍କର ମାର ପୁଣି ଥରେ ବିବାହ ହୋଇ ଯାଇଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।