Amir Khan ଙ୍କ ଝିଅ Ira Khan ଙ୍କ ବଡ ଖୁଲାସା, କହିଲେ- ଯେତେବେଳେ ମୁଁ ବଡ ହେଉଥିଲି ତ ମା ମତେ ସେକ୍ସ…’

ବଲିଉଡରେ ମିଷ୍ଟର ପରଫେକ୍ଟଶନିଷ୍ଟ ନାମରେ ପ୍ରସିଦ୍ଧ ଅଭିନେତା ଅମିର ଖାନ ହିନ୍ଦୀ ସିନେମା ଜଗତରେ ଏକ ଲମ୍ବା ଯାତ୍ରା କରି ସାରିଲେଣି । ଅମିର ଖାନ ପ୍ରାୟତଃ ନିଜ ଫିଲ୍ମ କ୍ଯାରିଅର ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇକ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି ।

ସେହିପରି ତାଙ୍କ ପରିବାର ମଧ୍ୟ ପ୍ରାୟତଃ ଚର୍ଚ୍ଚାରେ ରୁହେ । ଆପଣଙ୍କୁ ଜଣାଇ ରଖୁଛୁ କି, ଅମିର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ଓ ଚର୍ଚ୍ଚାରେ ମଧ୍ୟ ରୁହନ୍ତି । ଅମିର ଖାନ ଙ୍କ ଝିଅ ଇରା ଖାନ ଏ ପର୍ଯ୍ୟନ୍ତ ବଲିଉଡରେ ଡେବ୍ୟୁ ତ କରି ନାହାନ୍ତି, କିନ୍ତୁ ଲୋକପ୍ରିୟତା କେଉଁ ବଲିଉଡ କଳାକାର ଙ୍କ ଠାରୁ କିଛି କମ ନୁହେଁ । ସେ ନିଜ ପୋଷ୍ଟ ଯୋଗୁଁ ପ୍ରାୟତଃ ସୋସିଆଲ ମିଡିଆରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟି ଥାଆନ୍ତି ।

ଏବେ ଆଉ ଥରେ ସେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଇରା ସୋସିଆଲ ମିଡିଆ ମାଧ୍ୟମରେ ନିକଟରେ ନିଜ ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ସେ ସୋସିଆଲ ମିଡିଆରେ ଏପରି ଏକ ଖୁଲାସା କରିଛନ୍ତି ଯାହା ହେତୁ ତାଙ୍କୁ ନେଇ ଖୁବ ଆଲୋଚନା ଚାଲିଛି । ସେ ସମସ୍ତଙ୍କୁ ଜଣାଇଛନ୍ତି କି, ସେ ଯେତେବେଳେ ଧୀରେ ଧୀରେ ବଡ ହେଉଥିଲେ ତାଙ୍କ ମା ତାଙ୍କୁ ସେକ୍ସ ଏଜୁକେଶନ ଦେଇଥିଲେ ଓ ଇରାଙ୍କୁ ଏହି ବିଷୟରେ ଶିକ୍ଷା ଦେବା ନିମନ୍ତେ ଏକ ବହି ମଧ୍ୟ ଦେଇଥିଲେ ।

ଇରା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜର ଏକ ଫଟୋ ଦେଇ ତା ସହ ଲେଖିଥିଲେ, “ମୋତେ ଲାଗୁ ନାହିଁ ମୁଁ ଆଗରୁ କେବେ ନିଜକୁ ସଂପୂର୍ଣ୍ଣ ଭାବେ ଦେଖିଛି । ଯେତେବେଳେ ମୁଁ ବଡ ହେଉଥିଲି ସେତେବେଳେ ମୋ ମା ମୋତେ ସେକ୍ସ ଏଜୁକେଶନ ର ଏକ ବହି ଦେଇଥିଲେ ଓ ଏହା ମୋତେ ନିଜକୁ ଆଇନାରେ ଦେଖିବାକୁ କହିଥିଲା । କିନ୍ତୁ ମୁଁ ସେପରି କରି ନ ଥିଲି । ମୋ ଶରୀର ମଧ୍ୟ ସାମାନ୍ଯ ରୂପେ ବଦଳି ଯାଇଥିଲା । ଏବେ ଆଉ ଏକ ଲମ୍ବା ରାସ୍ତା ଚଳିବାର ଅଛି ।”

ଇରା ଖାନ ଏହା ପୂର୍ବରୁ ଖୁଲାସା କରି ସାରିଛନ୍ତି କି ସେ କିପରି ଅତି କମ ବୟସରୁ ଯୌନ ଶୋଷଣର ସ୍ଝିକର ହୋଇଥିଲେ । ଇରା ଖାନ କହିଥିଲେ କି, ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେ ଯୌ-ନ ଶୋ-ଷ-ଣ-ର ଶି-କା-ର ହୋଇଥିଲେ ଓ ସେ ଏଥିପାଇଁ ଡିପ୍ରେସନରେ ଚାଲି ଯାଇଥିଲେ । ଏହି ଘଟଣାର ତାଙ୍କ ଉପରେ ଖୁବ ଗଭୀର ପ୍ରଭାବ ପଡିଥିଲା । ଇରା ଖାନ ନିଜ ଡିପ୍ରେସନ ପୋଷ୍ଟରେ ଲେଖିଥିଲେ କି, “ଯେତେବେଳେ ମୁଁ ୧୪ ବର୍ଷର ଥିଲି ଓର ଯୌ-ନ ଶୋ-ଷ-ଣ କରାଯାଇ ଥିଲା ।”

“ସେତେବେଳେ ମୋତେ ଜଣା ନ ଥିଲା କି ଏହା କଣ ହେଉଛି ମୋ ସହ । କିନ୍ତୁ ପରେ ଯେତେବେଳେ ମୁଁ ଜାଣି ପାରିଲି ଏହାଠୁ ଦୂରେଇ ଗଲି । ହାଁ ମୋତେ ବହୁତ ଖରାପ ଲାଗିଥିଲା କି ମୁ ନିଜ ସହ ଏପରି କାହିଁକି ହେବାକୁ ଦେଲି । କିନ୍ତୁ ଏହା ସାରା ଜୀବନ ପାଇଁ ଏତେ ବଡ ଝଟକା ମଧ୍ୟ ନ ଥିଲା କି ମୁଁ ଡିପ୍ରେସନରେ ଚାଲିଯିବି । ନିଜ ସାଙ୍ଗସାଥି ଓ ମା ବାପାଙ୍କୁ ତ କହି ପାରିବି । କିନ୍ତୁ କଣ କହିବି ? ସେମାନେ ମୋତେ କଣ ପଚାରିବେ ? କିଛି ପଚାରିଲେ ମୁଁ କଣ କହିବି ?”