Bollywood ର ସବୁଠୁ ଧନୀ 9 ହିରୋଇନ, ଯାହାଙ୍କର ସମ୍ପତି କେତେ ଶୁଣିଲେ ଆପଣଙ୍କର ହୋସ ଉଡିଯିବ ! ଦେଖନ୍ତୁ ନମ୍ବର 1 ରେ ଅଛନ୍ତି କେଉଁ ହିରୋଇନ ?

ବଲିଉଡ ଦୁନିଆରେ ସବୁଠାରୁ ଦ୍ଵିତୀୟ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି । ବଲିଉଡରେ ପ୍ରତ୍ୟେକ ବର୍ଷ ପାଖାପାଖି ୧୨୦୦ ଫିଲ୍ମ ବନେ । ଫିଲ୍ମ ବନିବା ସମ୍ବନ୍ଧରେ ବଲିଉଡ ହଲିଉଡ୍କୁ ଟକ୍କର ଦେଇଥାଏ । ଖାଲି ବଲିଉଡ ନୁହେଁ, ଭାରତର ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ ଶିଘ୍ର ବଢୁଛି ଏବଂ ଫିଲ୍ମର ଆୟ ଲଗାତାର ବଢ଼ି ବଢ଼ି ଚାଲିଛି ତେବେ ଫିଲ୍ମରେ କାମ କରୁଥିବା କଳାକାରଙ୍କ ଆୟ ମଧ୍ୟ ବଢ଼ି ଚାଲିଛି । ଏମିତିରେ ଭାରତରେ ଫିଲ୍ମରେ କାମ କରୁଥିବା ତାରକାଙ୍କ ପାଠରେ ପଇସା, ସମ୍ମାନ ସବୁକିଛି ଥାଏ ।

ଯଦି ସବୁଠାରୁ କୈାଣସି ଜିନିଷର ଚର୍ଚ୍ଚା ହୁଏ ତାହା ପଇସାର । କେଉଁ କଳାକାର କି ଫିଲ୍ମ କଲେ, କେତେ ବକ୍ସ ଅଫିସରେ କମାଇଲା ଫିଲ୍ମ ଏବଂ କେଉଁ କଳାକାର କେତେ ପଇସା ନେଲେ ଏବଂ କିଏ ସବୁଠାରୁ ଧନୀ ଅଟନ୍ତି ? ଏହି ସବୁ ପ୍ରଶ୍ନ ଏମିତି ହୋଇଥାଏ ଯାହା ସବୁବେଳେ ଚର୍ଚ୍ଚାରେ ରହିଥାଏ । ଆଜି ଆମେ ଆପଣଙ୍କୁ ସେହି ପ୍ରଶ୍ନର ଉତ୍ତର ବିଷୟରେ କହିବୁ ।

୯- ପରିନୀତି ଚୋପ୍ରା- ପରିନୀତିଙ୍କ ଏବେ ରିଲିଜ ହୋଇଥିବା କୈାଣସି ବି ଫିଲ୍ମ ସଫଳ ହୋଇନାହିଁ ତଥାପି ସେ ଧନୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ୨୦୦୯ ରେ ବଲିଉଡରେ ‘ଲେଡିସ୍ v/s ରିକି ଭେଲ୍’ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ । ତାଙ୍କ ଡେବ୍ୟୁ ଫିଲ୍ମ ସଫଳ ପରେ ଆୱାର୍ଡ଼ ମଧ୍ୟ ପାଇଥିଲେ ତାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ । ତାଙ୍କର ସମସ୍ତ ଆୟ ପାଖାପାଖି ୬୦ କୋଟି ଟଙ୍କା ।

୮- ସୋନମ୍ କପୁର- ବଲିଉଡରେ ସୋନମ୍ ଫ୍ୟାସନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଧନୀ ଅଭିନେତ୍ରୀଙ୍କ ଭିତରୁ ସୋନମ୍ କପୁର ଜଣେ । ଅନିଲ଼ କାପୁର୍ଙ୍କ ଝିଅ ସୋନମ୍ ନିଜର ପ୍ରଥମ ଫିଲ୍ମ ‘ସାୱରିୟା’ ଫ୍ଲପ୍ ହୋଇଥିଲା ତାପରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ଏବେ ତାଙ୍କର ଆୟ ୭୫ କୋଟି ।

୭- ଆଲିଆ ଭଟ୍ଟ- ମହେଶ ଭଟ୍ଟଙ୍କ ଝିଅ ଆଲିଆ ଯିଏ ନିଜର ସୁନ୍ଦରତା ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ‘ଷ୍ଟୁଡେଣ୍ଟ୍ ଅଫ୍ ଦି ୟିଅର’ ରେ ସେ ଡେବ୍ୟୁ କରିଥିଲେ । ଫିଲ୍ମ ଟି ହିଟ୍ ହେବା ପରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ସେ ପାଖାପାଖି ୭୬ କୋଟି ଟଙ୍କା ଆୟ କରିଛନ୍ତି ।

୬- କଙ୍ଗନା ରାଣାୱତ- ଗ୍ୟାଙ୍ଗଷ୍ଟର ଫିଲ୍ମରେ ଡେବ୍ୟୁ କରିଥିଲେ ହେଲେ ପରେ ତାଙ୍କୁ ବହୁତ ସଂଘର୍ଷ କରିଥିଲେ । ଅନେକ ଫିଲ୍ମ ପରେ ‘ତନୁ ୱେଡ୍ସ ମନୁ’ ଫିଲ୍ମ ତାଙ୍କୁ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଚିତ ହୋଇଥିଲେ । ସେ ଏବେ ପାଖାପାଖି ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ କରିଛନ୍ତି ।

୫- ଅନୁଷ୍କା ଶର୍ମା- କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରିଥିବା ହିରୋଇନ୍ ଅନୁଷ୍କା ଶର୍ମା ତାଙ୍କର ପ୍ରଥମ ଫିଲ୍ମ ‘ରବନେ ବନାଦି ଯୋଡ଼ି’ ଫିଲ୍ମରେ ଅଭିନୟ କରିଥିଲେ । ଅନେକ ହିଟ୍ ଫିଲ୍ମ ଦେବା ପରେ ଏବେ ସେ ୧୮୦ କୋଟି ଟଙ୍କା ଆୟ କରିଛନ୍ତି ।

୪- କ୍ୟାଟ୍ରିନା କୈଫ୍ – ନିଜର ସୈାନ୍ଦର୍ଯ୍ୟ ପାଇଁ ଚର୍ଚ୍ଚିତ ଏହି ହିରୋଇନ୍ ନିଜର ଡେବ୍ୟୁ ଫିଲ୍ମ ଫ୍ଲପ୍ ପରେ ମଧ୍ୟ ଅନେକ ସଫଳତା ପାଇଥିଲେ । ତାପରେ ସେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ତାଙ୍କର ଆୟ ୨୦୦ କୋଟିରୁ ଉର୍ଦ୍ଧ୍ବ ।

୩- ପ୍ରିୟଙ୍କା ଚୋପ୍ରା- ମିସ୍ ୱାର୍ଲ୍ଡ ହୋଇଥିବା ଅଭିନେତ୍ରୀ ପ୍ରିୟଙ୍କା ହଲିଉଡ୍ ଏବଂ ବଲିଉଡ ଉଭୟ ଯାଗାରେ କାମ କରନ୍ତି । ସେ ପ୍ରଥମେ ତାମିଲ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଏହାପରେ ସେ ଅନେକ ହିନ୍ଦୀ ହିଟ୍ ଫିଲ୍ମ ରେ କାମ କରିଥିଲେ । ତାଙ୍କର ଆୟ ୨୨୫ କୋଟି ଟଙ୍କା ।

୨- କରୀନା କାନପୁ- ବଲିଉଡର ଟପ୍ ହିରୋଇନ୍ ମାନଙ୍କ ମଧ୍ୟରୁ ଜଣେ । ମଡେଲିଂ ପରେ ଫିଲ୍ମ ‘ରେଫୁଜୀ’ ରେ ଅଭିନୟ କରିଥିଲେ । ତାପରେ ସେ ଲମ୍ବା ସମୟ ଧରି ଟପ୍ ହିରୋଇନ୍ ଭାବେ ରାଜ୍ କରିଥିଲେ । ଏବେ ତାଙ୍କର ପାଖାପାଖି ୪୦୦ କୋଟି ଟଙ୍କା ।

୧- ଦୀପିକା ପାଦୁକୋନ୍- ବଲିଉଡର ସୁନ୍ଦର ଅଭିନେତ୍ରୀ ଯିଏ କନ୍ନଡ଼ ଫିଲ୍ମରୁ ଡେବ୍ୟୁ କରି ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଓମ୍ ଶାନ୍ତି ଓମ୍ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା । ଅନେକ ହିଟ୍ ଫିଲ୍ମ ଦେବା ପରେ ରନବୀର ସିଂ କୁ ସେ ବିବାହ କରିଥିଲେ । ଏବେ ତାଙ୍କର ଆୟ ପାଖାପାଖି ୪୮୦ କୋଟି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।