କେବେ ଯାହା ପାଇଁ ଏହି ଷ୍ଟାରମାନଙ୍କର ହୃଦୟରେ ଥିଲା ପ୍ରେମ, ବ୍ରେକଅପ ପରେ ତାଙ୍କର ହିଁ ବାହାଘରରେ ନାଚି ବି ଥିଲେ, ଦେଖନ୍ତୁ କେଉଁ ଷ୍ଟାର ସବୁ ଅଛନ୍ତି ଏଥିରେ ସାମିଲ

ବ୍ରେକଅପ ସମସ୍ତଙ୍କ ପାଇଁ ସବୁଠୁ ଖରାପ ସମୟ ଅଟେ । ବ୍ରେକଅପ ପରେ ପ୍ରାୟତଃ ଲୋକମାନେ ପରସ୍ପରଙ୍କ ସହିତ ସମ୍ପର୍କ ଭାଙ୍ଗି ଦିଅନ୍ତି । କିନ୍ତୁ କିଛି ଦମ୍ପତି ଏମିତି ଅଛନ୍ତି ଯେଉଁମାନେ ବ୍ରେକଅପ ପରେ ବି ପରସ୍ପରଙ୍କ ସହିତ ବନ୍ଧୁ ହୋଇ ରହିଥାନ୍ତି । କିନ୍ତୁ ଏହା ବହୁତ କମ ହୋଇଥାଏ, କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ପରମ୍ପରା ବହୁତ ଦେଖିବାକୁ ମିଳେ । ବ୍ରେକଅପ ହେବା ପରେ ବି ସେମାନେ ବନ୍ଧୁ ହୋଇ ଥାନ୍ତି ଏବଂ ଏକା ସହିତ ପାର୍ଟି କରିବା ଏବଂ ବୁଲିବା ବିଲକୁଲ ସାଧାରଣ କଥା ଅଟେ ।

ଏତିକି ନୁହେଁ, ସେମାନେ ଖୁସି ଖୁସି ନିଜର ଏକ୍ସ ଗର୍ଲ ଫ୍ରେନ୍ଡ ବାହାଘରକୁ ବି ଯାଆନ୍ତି ଏବଂ ମସ୍ତି ବି କରନ୍ତି । ଆଜିର ଏହି ପୋସ୍ଟରେ ଆମେ ଆପଣମାନଙ୍କୁ ବଲୀଉଡର କଛି ଏହିଭଳି କପଲଙ୍କ ବିଷୟରେ କହିବାକୁ ଯାଉଛୁ ।

ପ୍ରିୟଙ୍କାର ଅତିଥି ହେଲେ ଶାହିଦ

ଆପଣମାନଙ୍କୁ କହିଦେଉଛୁ ଯେ ଜୋନସଙ୍କୁ ବିବାହ କରିବା ପୂର୍ବରୁ ପ୍ରିୟଙ୍କାର ନାମ ବଲୀଉଡର ବହୁତ ହିରୋଙ୍କ ସହ ଜଡିତ ଥିଲା । କିନ୍ତୁ ଶାହିଦ କପୁରଙ୍କ ସହ ତାଙ୍କର ଅଫେୟାର ଖବର ଅଧିକା ଚର୍ଚାରେ ରହିଥିଲା । କୁହାଯାଏ କି ‘କମୀନେ’ ଫିଲ୍ମର ଶୁଟିଙ୍ଗ ସମୟରେ ଦୁଇଜଣ ପରସ୍ପରଙ୍କୁ ଡେଟ କରୁଥିଲେ । କିନ୍ତୁ ଦୁଇଜଣଙ୍କର ସମ୍ପର୍କ କିଛି ସମୟ ପରେ ଭାଙ୍ଗି ଗଲା । ଏହା ସତ୍ବେ ବି ପ୍ରିୟଙ୍କାଙ୍କର ବାହାଘରରେ ଶାହିଦ ଜମକର ଡାନ୍ସ କରିଥିଲେ ।

ସୋନମ କପୂରଙ୍କର ରିସେପ୍ଶନରେ ରଣବୀର କପୂର

ଗୋଟିଏ ସମୟରେ ସୋନମ କପୂର ଏବଂ ରଣବୀର କପୂର ପରସ୍ପରକୁ ଡେଟ କରୁଥିଲେ । ଫିଲ୍ମ ‘ସାଂବରିୟା’ ରୁ ଦୁଇଜଣ ଏକା ସହିତ ହିଁ ଡେବ୍ୟୁ କରିଥିଲେ । ଖବର ଅନୁସାରେ ଫିଲ୍ମ କରିବା ପୂର୍ବରୁ ହିଁ ଦୁଇଜଣ ରିଲେଶନଶିପରେ ଥିଲେ । କିନ୍ତୁ ଏହି ଯୋଡି ଅଧିକ ଦିନ ପର୍ଯ୍ୟନ୍ତ ଚାଲିଲା ନାହିଁ । ଏହା ସତ୍ବେ ବି ସୋନମ ନିଜର ରିସେପ୍ଶନରେ ରଣବୀର କପୂରଙ୍କୁ ନିମନ୍ତ୍ରଣ କରିଥିଲେ । ଯେଉଁଥିରେ ସେ ନିଜର ଗର୍ଲଫ୍ରେଂଡ ଆଲିୟା ଭଟ୍ଟଙ୍କ ସହ ପହଞ୍ଚି ଥିଲେ ।

ଅନୁଷ୍କା ଶର୍ମାଙ୍କର ରିସେପ୍ଶନରେ ରଣବୀର ସିଂହ

କହିଦେଉଛୁ ଯେ ବିରାଟ କୋହଲିଙ୍କ ପୂର୍ବରୁ ଅନୁଷ୍କାଙ୍କର ଅଫେୟାର ରଣବୀର ସିଂହଙ୍କ ସହ ବି ଚାଲି ଥିଲା । ତାଙ୍କର ଫିଲ୍ମ ‘ବୈଂଡ ବାଜା ବାରାତ’ ପରେ ତାଙ୍କର ଅଫେୟାର ଖବର ଆସିବାକୁ ଲାଗିଲା । କିନ୍ତୁ କିଛି ସମୟ ପରେ ଦୁଇଜଣଙ୍କର ବ୍ରେକଅପ ହୋଇଗଲା । ବ୍ରେକଅପ ହେବା ପରେ ବି ଅନୁଷ୍କାଙ୍କର ବିବାହର ରିସେପ୍ଶନରେ ରଣବୀର ସିଂହ ନଜର ଆସିଥିଲେ ।

ନେହା ଧୂପିୟାଙ୍କର ବାହାଘରରେ ପହଞ୍ଚିଥିଲେ ଯୁବରାଜ ସିଂହ

କ୍ରିକେଟର ଯୁବରାଜ ସିଂହଙ୍କର ନାମ ବଲୀଉଡର କେତେକ ଅଭିନେତ୍ରୀଙ୍କ ସହ ଯୋଡି ଥିଲା । ସେଥି ମଧ୍ୟରୁ ଜଣେ ଥିଲେ ନେହା ଧୂପିୟା । ଗତ ବର୍ଷ ହିଁ ନେହା ଅଙ୍ଗଦ ବେଦୀଙ୍କ ସହ ବିବାହ କରିଥିଲେ । କହିଦେଉଛୁ ଯେ ନେହା ନିଜର ବାହାଘରରେ ଯୁବରାଜ ସିଂହଙ୍କୁ ନିମନ୍ତ୍ରଣ ଦେଇଥିଲେ ଏବଂ ଯୁବରାଜ ପହଞ୍ଚି ମଧ୍ୟ ଥିଲେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।