ଆଜିର ରାଶିଫଳ, 25 ମାର୍ଚ୍ଚ 2021, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୫ ମାର୍ଚ୍ଚ ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି: ଆଜି ଆପଣଙ୍କ ଦିନ ଭଲ ରହିବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ । ଶୁକ୍ର ଗ୍ରହ ରାଶି ଉପରେ ଗୋଚର କରିଥିବାରୁ ଆପଣଙ୍କ ଯାତ୍ରା ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣଙ୍କୁ ପଇସା ଦରକାର ହେଲେ ସାଙ୍ଗଠାରୁ କରଜ କରିପାରିବେ । ଘରେଲୁ ଜୀବନରେ ସମସ୍ୟା ସୃଷ୍ଟି ହେବ । ଏହି ସ୍ଥିତିରେ ଆପଣଙ୍କ କାମରେ ମନ ଲାଗିବ ନାହିଁ । ଯଦି ଆପଣ ବିଦ୍ୟାର୍ଥୀ ତେବେ ପାଠ ପଢାରେ ଧ୍ୟାନ ଦେବେ । ମା ଦୂର୍ଗାଙ୍କୁ ଲାଲ ଚୂନିରୀ ଚଢେଇଲେ ଭବିଷ୍ୟତରେ ଆଗକୁ ବଢି ପାରିବେ ।

ବୃଷ ରାଶି : ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । ପିଲାମାନଙ୍କର ଜୀବନରେ ନୂଆ ପରିବର୍ତ୍ତନ ଆସିବ । ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବ ଯାହା ଆପଣଙ୍କ ପାଇଁ ଭଲ ହେବ । ନୂଆ ଲୋକଙ୍କ ସହ ଭେଟ ହେବ । ଧନ ରୋଜଗାର କରିବା ଓ ତାକୁ ବ୍ୟବହାର କରିବା ଆପଣଙ୍କୁ ଭଲ ଭାବେ ଜଣ । ଅଛି । ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ । କନ୍ୟାମାନଙ୍କୁ ଖାଇବାକୁ ଦିଅନ୍ତୁ ଓ ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ । ଆପଣଙ୍କ ସବୁ କଷ୍ଟ ଦୂର ହେବ ।

ମିଥୁନ ରାଶି : ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ନିଜର କଥା ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । କାହା ଉପରେ ଭରସା କରନ୍ତୁ ନାହିଁ । ସମାଜରେ ମାନ ସମାନ ବଢିବ । ବନ୍ଧୁମାନଙ୍କ ସହ ଭଲ ସମ୍ପର୍କ ରହିବ । ନିଜ ନିଷ୍ପତି ଉପରେ ଧ୍ୟାନ ଦିଅନ୍ତୁ । ଏହା ଆପଣଙ୍କ ପାଇଁ ମହତ୍ଵପୂର୍ଣ ପରିବର୍ତ୍ତନ ଆଣିପାରେ । ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ଆଣିପରେ ତେଣୁ ଏହାକୁ ଖୁସି ଖୁସି ଗ୍ରହଣ କରନ୍ତୁ ।

କର୍କଟ ରାଶି : ଆଜି ଆପଣଙ୍କ ଦିନଟି ଭଲ ରହିବ । ଅନୁଭବି ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ମିଳିବ । ଯେଉଁ କାମ କରିବେ ସେଥିରେ ଆପଣ ପଇସାର ଲୋଭ ଉପରେ କାବୁ କରି ପାରିଲେ ସଫଳତା ପାଇପାରିବେ । ଧାର୍ମିକ କାମରେ ବ୍ୟସ୍ତ ରହିବେ । ସମାଜ କଲ୍ୟାଣ ପାଇଁ ଦାନ ଧର୍ମ କରିବେ । ଯେଉଁମାନେ ଗ୍ରାହକ ମାନଙ୍କ ସହ କାମ କରୁଛନ୍ତି ସେମାନେ ଦିନ ତମାମ ବ୍ୟସ୍ତ ରହିବେ । ନିଜର କୌଣସି କାମକୁ ଅଧା ଛାଡିବେ ନହିଁ । ଖାଇବା ପିଇବାରେ ପରିବର୍ତ୍ତନ କଲେ ନିଜ ସ୍ୱାସ୍ଥ୍ୟ ଭଲ ରହିବ । ମା ଦୂର୍ଗାଙ୍କର ମନ ଧ୍ୟାନ ଦେଇ ପୂଜା କଲେ କର୍ମ କ୍ଷେତ୍ରରେ ସଫଳତା ପାଇବେ ।

ସିଂହ ରାଶି : ଆପଣଙ୍କ ଦିନ ଭଲ ରହିବ । କୌଣସି ଲକ୍ଷ ପାଇଁ ନୂଆ ଯୋଜନା କରିବେ । ଘର ସମସ୍ୟାର ସମାଧାନ ହେବ । ନିଜ ଲକ୍ଷ ସ୍ଥଳରେ ପହଞ୍ଚିବେ । ଧାର୍ମିକ କ୍ଷେତ୍ରରେ ମନ ଲାଗି ରହିବ । ନିଜ ଲକ୍ଷକୁ ହାସଲ କରିବେ । ନିଜ ସାଙ୍ଗ ସାଥିଙ୍କ ସହ ସମୟ ବିତାଇବେ । କାମରେ ବ୍ୟସ୍ତ ରହିବାରୁ ପ୍ରଶଂସା ପାଇବେ । ପରିବାର ଲୋକଙ୍କ ସହ ମତଭେଦ ସୃଷ୍ଟି ହେବ । ଏହି ସମୟରେ ମନକୁ ଶାନ୍ତ ରଖି ସମସ୍ୟାର ସମାଧାନ କରନ୍ତୁ । ଏହା କରିବା ଦ୍ଵାରା ନିଜ ଜୀବନ ସାଥି ସହ ଭଲ ସମ୍ପର୍କ ଗଢି ଉଠିବ ।

କନ୍ୟା ରାଶି : ଆଜି ଆପଣଙ୍କ ଦିନ ଶୁଭରେ କଟିବ । ଛାତ୍ରମାନଙ୍କୁ ଗୁରୁମାନଙ୍କର ସହଯୋଗ ମିଳିବ । ବିବାହ ଜୀବନରେ ଭଲ ପାଇବା ସୃଷ୍ଟି ହେବ । ଏହା ଦ୍ଵାରା ଜୀବନ କ୍ଷେତ୍ରରେ ଆପଣ ଆଗକୁ ବଢି ପାରିବେ । ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ମିଳିବ । ପ୍ରିୟଜନଙ୍କ ସହ ଭଲ ସମୟ କଟିବ । କାରବାରକୁ ବଢେଇବା ପାଇଁ ଏଇଟା ଭଲ ସମୟ ଅଟେ । ନିଜ ଖରଚକୁ ନ ଜଗିଲେ ଭବିଷ୍ୟତରେ ଅସୁବିଧାରେ ପଡ଼ିପାରିବେ । କାନୁନି କାମ କରିବାକୁ ଚାହୁଥିଲେ ପରବର୍ତ୍ତୀ ସମୟରେ କରିବେ । ଗାଈକୁ ରୋଟି ଖାଇବାକୁ ଦେଲେ ଘରେ ସୁଖ ଶାନ୍ତି ସଦାବେଳ ପାଇଁ ଲାଗି ରହିବ ।

ତୁଳା ରାଶି : ଆଜି ଆପଣଙ୍କ ଦିନଟି ସାମାନ୍ୟ ରହିବ । ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ଆପଣଙ୍କ ପ୍ରତିଭା ପାଇଁ ଆପଣଙ୍କ ରୋଜଗାରର ରାସ୍ତା ମିଳିବ । ପାଠ ପଢାରେ ଭାଇ ଭଉଣୀଙ୍କ ସହଯୋଗ ମିଳିବ । ଚାକିରି କରିଥିବା ଲୋକ ନିଜ କର୍ମରେ ଭଲ ପ୍ରଦର୍ଶନ କରିବେ । ଏହି ସମୟରେ ନିଜ ବଚନ ଉପରେ ନିୟନ୍ତ୍ରଣ ରଖି ନିଜ ଆତ୍ମବିଶ୍ଵାସକୁ ବଜାୟ ରଖନ୍ତୁ । ମା ଦୂର୍ଗାଙ୍କୁ ନଡିଆ ଚଢାଇଲେ ଆପଣଙ୍କର ଜୀବନରେ ଉନ୍ନତି ହେବ ।

ବିଛା ରାଶି : ଆଜି ଆପଣଙ୍କ ଦିନ ଅନୁକୂଳ ରହିବ । କୌଣସି ଜରୁରୀ କାମରୁ ଲାଭ ମିଳିବ । ଭାଇ ଭଉଣୀଙ୍କ ସହ ସମ୍ପର୍କ ଭଲ ରହିବା ବୁଧ ଦେବଙ୍କ ପ୍ରଭାବ ଯୋଗୁ ଆପଣଙ୍କ ସ୍ଵଭାବ ଭଲ ରହିବ ଯାହା ଦ୍ଵାରା ଆପଣ ସମସ୍ତଙ୍କ ମନ କିଣି ପାରିବେ । ଆପଣଙ୍କ ଯାତ୍ରା ସଫଳ ହେବାରୁ ଜୀବନର ରାସ୍ତା ସହଜ ହୋଇପାରିବ । ବିଭା ଜୀବନରେ ମତଭେଦ ସୃଷ୍ଟି ହେବା ଦ୍ଵାରା ସମ୍ପର୍କରେ ଖରାପ ପ୍ରଭାବ ପଡିବ । କୌଣସି କନ୍ୟାକୁ ନାଲି ରଙ୍ଗର ଓଢଣି ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ବିଭାହ ଯୋଗ ସମ୍ଭବ ହେବ ।

ଧନୁ ରାଶି : ଆଜି ଆପଣଙ୍କ ଦିନ ଖୁସିରେ ଅତିବାହିତ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବା ସହ ଚାକିରି କ୍ଷେତ୍ରରେ ମଧ୍ୟ ଭଲ ରହିବ । ଏହି ସମୟରେ ଆପଣଙ୍କୁ ଚଳ ଅଚଳ ସମ୍ପତିରୁ ଲାଭ ମିଳିପାରିବ । ଛାତ୍ରମାନେ ସ୍କୁଲ ବା କଲେଜରେ ଭଲ ପ୍ରଦଶନ କରିବେ । କାର୍ଯ୍ୟ କ୍ଷେତ୍ରରେ ଜଡିତ ଥିବା ଲୋକମାନେ ନିଜ ଘର ଲୋକଙ୍କୁ ସମୟ ଦେଇ ପାରିବେ ନାହିଁ । ଆପଣଙ୍କ ଭାଇ ଭଉଣୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ଆଗକୁ ସମସ୍ୟା ସୃଷ୍ଟି ହୋଇପାରେ । ମା ଦୂର୍ଗାଙ୍କୁ ପୂଜା କରି ମନ୍ଦିରରେ ଭୋଗ ବାଣ୍ଟିଲେ ଆପଣଙ୍କ ସମସ୍ତ କାମ ସଫଳ ହେବ ।

ମକର ରାଶି : ଆପଣଙ୍କ ଦିନଟି ପରିବାର ଲୋକଙ୍କ ସହ ଭଲ ରହିବ । ସାଙ୍ଗସାଥିଙ୍କ ସହ ଭଲ ସମୟ ଅତିବାହିତ କରିବେ । ଘରର ପୂଜାରେ ଯୋଗ ଦେବା ସହ ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେବେ । ବ୍ୟବସାୟ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ଭଡାରେ ଯାଇଥିବା ସମ୍ପତିଠାରୁ ଆପଣଙ୍କୁ ଲାଭ ମିଳିବ । ବୁଝି ବିଚାରୀ କାମ କଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇ ପାରିବେ । ଘରୁ ବାହାରିବା ସମୟରେ ବାପା ମାଙ୍କ ପାଦ ଛୁଇଁ ବାହାରିଲେ ଆପଣ ଆପଣଙ୍କ ଜୀବନରେ ଆଗକୁ ବଢିପାରିବେ ।

କୁମ୍ଭ ରାଶି : ଆଜି ଆପଣ ଆପଣଙ୍କ କାମରେ ସଫଳତା ପାଇବେ । ଚନ୍ଦ୍ର ଆପଣଙ୍କ ଦ୍ଵାଦଶ ଭାଗରେ ଥିବାରୁ ଆପଣ ଖୁସିରେ ରହିବେ । ଏହା ଦ୍ଵାରା ଆପଣଙ୍କ ଖରଚ ବଢିବ । ତେଣୁ ଆପଣ ଧାର୍ମିକ କାମରେ ମନ ଲଗାଇବେ । ବ୍ୟବସାୟ କରୁଥିବା ଲୋକମାନେ କୌଣସି ବ୍ୟକ୍ତି ଉପରେ ଭରସା କରିବା ଉଚିତ ନୁହେଁ । ଆପଣଙ୍କ ସନ୍ତାନ ଯୋଗୁ କୋଣସି ଲାଭ ମିଳିପାରେ । ପିଲାମାନଙ୍କୁ ଅଧିକ ପରିଶ୍ରମ କରି ନିଜ ଜୀବନରେ ଆଗକୁ ବଢିବାକୁ ପଡିବ । ଗରିବ ଦୁଖୀଙ୍କୁ ବସ୍ତ୍ର ଦାନ କାଲେ ଆପଣ ଆପଣଙ୍କ ଜୀବନରେ ସଫଳତା ପାଇପାରିବେ ।

ମୀନ ରାଶି : ଆଜି ଆପଣଙ୍କ ଦିନଟି ଅଫିସରେ ବ୍ୟସ୍ତ ରହିବ । ଆପଣଙ୍କ ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । କର୍ମ କ୍ଷେତ୍ରକୁ ଆଖି ଆଗରେ ରଖି ଆପଣ ଆପଣଙ୍କ ଜୀବନରେ ଆଗକୁ ବଢିପାରିବେ । ପିଲାମାନେ ନିଜ ପରିଶ୍ରମର ଫଳ ପାଇବେ । ଯଦି ଆପଣ ବ୍ୟବସାୟ କରୁଥିବେ ତେବେ ଏହାକୁ ବଢାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଯଦି ଦରକାର ପଡେ ତେବେ କୌଣସି ଅନୁଭବି ଲୋକଙ୍କ ଠାରୁ ପରମର୍ଶ ନିଅନ୍ତୁ । ଏହି ସମୟରେ ଆପଣଙ୍କ ସ୍ଵଭାବ ଓ ବଚନ ଉପରେ ଖରାପ ପ୍ରଭାବ ପଡିପାରେ ।ତା ଛଡା ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ଏହି ସମୟରେ ଘରର ଏମିତି କୋଣସି ନିଷ୍ପତି ନିଅନ୍ତୁ ନାହିଁ ଯାହା ଦ୍ଵାରା ଆପଣ ସମସ୍ତଙ୍କ ଆଗରେ ଖରାପ ହୋଇଯିବେ । ପଶୁମାନଙ୍କୁ ମାଟିରେ ଗାଢ ଯାଇଥିବା ଏକ ପାତ୍ରରେ ପାଣି ପିଇବାକୁ ଦିଅନ୍ତୁ ଯାହା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ଉନ୍ନତି କରିପାରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।