ପ୍ରତିଦିନ 27 km ପାଦରେ ଚାଲି ଚାଲି କାମକୁ ଯାଉଥିଲା ଏହି ଗରିବ ବ୍ୟକ୍ତି ଜଣକ, ଦିନେ ମିଳିଲା ଲିଫ୍ଟ ତ ଏମିତି ଖୋଲିଗଲା ଭାଗ୍ୟ

ଏହି ଦୁନିଆରେ ଯେତେ ପର୍ଯ୍ୟନ୍ତ ମଣିଷ ପଣିଆ ଓ ଭଲ ଲୋକ ବଞ୍ଚି ଥିବେ, ସେତେ ପର୍ଯ୍ୟନ୍ତ ଏହି ଦୁନିଆ ହସୁଥିବ । କେବେ କେବେ ଗରିବ ବ୍ୟକ୍ତିଙ୍କ ସାହାଯ୍ୟ କରିବାରେ ଯେଉଁ ଖୁସି ମିଳିଥାଏ, ତାହା ଅବର୍ଣ୍ଣନୀୟ । ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜ ହାଲାତ ସହ ସଂଘର୍ଷ କରୁଛନ୍ତି ।

ଏପରି ଅବସ୍ଥାରେ ଯଦି କେହି ତାଙ୍କୁ ଏକ ଛୋଟ ସାହାଯ୍ୟ କରି ଦିଏ ତେବେ ତାଙ୍କ ସଂଘର୍ଷ ଅନେକ ମତରେ ସହଜ ହୋଇଯାଏ । ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ଓକୋଲୋହୋମ ରେ । ସେଠାରେ ଫ୍ରାଙ୍କଲିନ ନାମକ ଏକ ଯୁବକ ନିଜ ପରିବାରକୁ ପୋଷିବା ପାଇଁ ସବୁ ଦିନ ୨୭କିମି ଚାଲି ଚାଲି କାମକୁ ଯାଉଥିଲା । ସେ କେବେ ମଧ୍ୟ କାମକୁ ଯିବା ବନ୍ଦ କରୁ ନ ଥିଲା । ସବୁ ଦିନ ୨୭କିମି ଚାଲିବା ଏତେ ସହଜ କାମ ନୁହେଁ । ଫ୍ରାଙ୍କଲିନ ବଫେଲେ ୱାଇଲ୍ଡ ୱିଙ୍ଗସରେ କୁକ ବା ରୋଷେୟା କାମ କରୁଥିଲେ ।

ଏହି କାମ କରିବା ପାଇଁ ତାଙ୍କୁ ପ୍ରତିଦିନ ୧୩ କିମି ଯିବାକୁ ଓ ଫେରିବାକୁ ପଡୁଥିଲା । ସେ ଟିକେ ଗରିବ ଥିବାରୁ ଏହି ପ୍ରକାର ସବୁ ଦିନ ୨୭କିମି ପାଦରେ ଚାଲି ଚାଲି ଯିବା ଆସିବା କରିବାକୁ ପଡୁଥିଲା । ଫ୍ରାଙ୍କଲିନଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମାଆ ଙ୍କର ନିଧନ ହୋଇ ଯାଇଥିଲା । ଏହା ପରେ ସେ ହାର ନ ମାନି ନିଜ ଗୋଡରେ ଠିଆ ହୋଇଥିଲେ । ସେ କୁହନ୍ତି ସେ ଚାଲିକରି ଯିବା ବେଳେ ଠକି ଯାଉଛନ୍ତି ବୋଲି ନ ଭାବି କିପରି କାମରେ ପହଞ୍ଚିବେ ସେହି କଥା ଭାବନ୍ତି ।

ସେ ହୁଏତ ଆହୁରି ଅନେକ ବର୍ଷ ପର୍ଯ୍ୟନ୍ତ ଏମିତି ଚାଲି ଚାଲି ଯାଇଥାନ୍ତେ । କିନ୍ତୁ ଦିନେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କୁ ଲିଫ୍ଟ ଦେଇଥିଲେ ଓ ତାଙ୍କ ଜୀବନ ପୁରା ବଦଳି ଯାଇଥିଲା । ଦିନେ ମାଇକେଲ ଲିନ ନାମକ ଏକ ବ୍ୟକ୍ତି କାରରେ ଯାଉଥିବା ବେଳେ ଦେଖିଲେ କି ପ୍ରଙ୍କଲିନ ଏତେ ଖରାରେ ମଧ୍ୟ ରାସ୍ତାରେ ଚାଲି ଚାଲି ଯାଉଛି । ଏହା ଦେଖି ସେ ଫ୍ରାଙ୍କଲିନଙ୍କୁ ଲିଫ୍ଟ ଦେଲେ ଓ କଥାବାର୍ତ୍ତାରୁ ଜାଣି ପାରିଲେ କି ସେ ପ୍ରତିଦିନ ଏମିତି ୨୭କିମି ଚାଲନ୍ତି । ଏହା ଶୁଣି ମାଇକେଲ ତାଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲେ ।

ସେ ଫ୍ରାଙ୍କଲିନଏନକେ ଏକ ଫଟୋ ସୋସିଆଲ ମିଡିଆରେ ଛାଡି ଲୋକଙ୍କୁ ସାହାଯ୍ୟ ମାଗିଲେ । କେରି କାଲିନ୍ସ ନାମକ ଜଣେ ଏହି ପୋଷ୍ଟ ଦେଖି ଚାରିଟି ସଂସ୍ଥା ଚଳଉଥିବା ତାଙ୍କ ସ୍ବାମୀଙ୍କୁ ଏହି ବିଷୟରେ ଜଣାଇଲେ । ଏହିପରି ସମସ୍ତେ ମିଶି ଫ୍ରାଙ୍କଲିନଙ୍କ ସାହାଯ୍ୟ କରିବାକୁ ଆଗେଇ ଆସିଲେ । କେରି ମଧ୍ୟ ଚାରିଟି ଗୃପ ଓ ସୋସିଆଲ ମିଡିଆ ମାଧ୍ୟମରେ ଫ୍ରାଙ୍କଲିନଙ୍କ ପାଇଁ ସାହାଜ୍ଯ ମାଗିଲେ । ଏହାପରେ ତାଙ୍କ ପକ୍ଷେ ପର୍ଯ୍ୟାପ୍ତ ଅର୍ଥ ଆସିଗଲା । ପ୍ରଥମେ ଚାରିଟି ଗୃପ ଫ୍ରାଙ୍କଲିନଙ୍କୁ ଏକ ସାଇକେଲ ଗିଫ୍ଟ ଦେଲେ ।

ତା ପରେ ‘ଗୋ ଫଣ୍ଡ ମି’ ନାମକ ଏକ କ୍ୟାମ୍ପେନ ସାହାଯ୍ୟରେ ତାଙ୍କ ପକ୍ଷେ ୩୫ ଲକ୍ଷ ଟଙ୍କା ଏକତ୍ରିତ ହୋଇଗଲା । ଏଥିରେ ଏବେ ଫ୍ରାଙ୍କଲିନ ନିଜ ପାଠପଢା ମଧ୍ୟ ଶେଷ କରି ପାରିବେ । ଏହି ପ୍ରକାରେ ସମସ୍ତେ ମିଶି ଯେପ୍ରକାର ଫ୍ରାଙ୍କଲିନଙ୍କୁ ସାହାଯ୍ୟ କଲେ ତାହା ପ୍ରଶଂସାଯୋଗ୍ୟ । ଆମେ ମଧ୍ୟ ଏହି ଘଟଣାଋ ଶିକ୍ଷା ନେଇ ଅନ୍ୟର ସାହାଯ୍ୟ ନିମନ୍ତେ ଆଗେଇ ଆସିବା ଉଚିତ । ଆମ ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଥିଲେ ଲାଇକ ଓ କମେଣ୍ଟ କରନ୍ତୁ ଏବଂ ପୋଷ୍ଟକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।