ବଲିଉଡର ଏହିସବୁ ସମ୍ପର୍କ ବିଷୟରେ ଜାଣିନଥିବେ ଆପଣ, ନମ୍ବର ୫ରେ ତ ବିଶ୍ଵାସ ହେବ ନାହିଁ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଷ୍ଟାର ନିଜ ନିଜର ସମ୍ପର୍କୀୟ ହୋଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ବଲିଉଡର ଏମିତି କିଛି ଷ୍ଟାର ମାନଙ୍କ ସମ୍ପର୍କ ବିଷୟରେ କହିବୁ, ଯାହାକୁ ବହୁତ ଲୋକ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଷ୍ଟାର ମାନଙ୍କ ସମ୍ପର୍କ ବିଷୟରେ ।

୧. ଅନୁ ମଲିକ ଏବଂ ଅରମାନ ମଲିକ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣା ଶୁଣା ଗାୟକ ଅନୁ ମଲିକ ଓ ଅରମାନ ମଲିକଙ୍କୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଅନୁ ମଲିକଙ୍କ ଭାଇର ନାମ ହେଉଛି ଦବୁ ମଲିକ ଓ ଅରମାନ ହେଉଛନ୍ତି ଦବୁଙ୍କ ପୁଅ । ସେହି ଅନୁସାରେ ଅରମାନ ହେଉଛନ୍ତି ଅନୁ ମଲିକଙ୍କ ପୁତୁରା ।

୨. ଲତା ମଙ୍ଗେସ୍କର ଓ ଶ୍ରଦ୍ଧା କପୁର


ଶ୍ରଦ୍ଧା କପୁର ହେଉଛନ୍ତି ଲତା ମଙ୍ଗେସ୍କରଙ୍କ ନାତୁନି । କାରଣ ଶ୍ରଦ୍ଧାଙ୍କ ଜେଜେ ହେଉଛନ୍ତି ଲତାଙ୍କର ସମ୍ପର୍କୀୟ ଭାଇ ।

୩. ଇମରାନ ହାସମୀ ଏବଂ ଆଲିଆ ଭଟ୍ଟ

ବଲିଉଡର ଜଣା ଶୁଣା ଷ୍ଟାର ଇମରାନ ହାସମୀ ଓ ଆଲିଆ ଭଟ୍ଟ ହେଉଛନ୍ତି ସମ୍ପର୍କରେ ଭାଇ ଭଉଣୀ । କାରଣ ମହେଶ ଭଟ୍ଟଙ୍କ କଜନ ସିଷ୍ଟର ର ପିଲା ହେଉଛନ୍ତି ଇମରାନ ହାସମୀ ।

୪. ଅୟୁବ ଖାନ ଓ ଦିଲୀପ କୁମାର


ଏହି ଦୁଇଜଣଙ୍କ ମଧ୍ୟରେ ଦାଦା ଓ ପୁତୁରା ର ସମ୍ପର୍କ ଅଛି । ଦିଲୀପ କୁମାରଙ୍କ ଭାଇର ନାମ ହେଉଛି ନାସୀର ଖାନ ଓ ନାସୀର ଖାନଙ୍କ ପୁଅ ହେଉଛନ୍ତି ଅୟୁବ ଖାନ ।

୫. ଅଲି ଜାଫର ଓ ଅମିର ଖାନ

ଅମିର ଖାନଙ୍କ କଜନ ସିଷ୍ଟର ଆୟଶା ଫାଜଲିଙ୍କ ବିବାହ ଅଲି ଜାଫରଙ୍କ ସହ ହୋଇଛି । ଏହି ଅନୁସାରେ ଅମିର ଖାନ ଓ ଅଲିଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ଅଛି । ଅଲି ଜାଫର ଅମିର ଖାନଙ୍କ ଭିଣେଇ ହେବେ ।

୬. ପ୍ରିୟମଣି ଏବଂ ବିଦ୍ୟା ବାଲନ


ବିଦ୍ୟା ଓ ପ୍ରିୟମଣି ହେଉଛନ୍ତି କଜନ ସିଷ୍ଟର । ଏହି ଦୁଇଜଣ ଅଭିନେତ୍ରୀଙ୍କର ବହୁତ ଲୋକପ୍ରିୟତା ରହିଛି । ପ୍ରିୟମଣି ବହୁତ ଶୀଘ୍ର ଅଜୟ ଦେବଗନଙ୍କ ସହ ଏକ ଫିଲ୍ମରେ ନଜର ଆସିବେ ।

୭. ସୋନମ କପୁର ଓ ରଣବିର ସିଂହ

ରଣବିର ଓ ସୋନମ ପରସ୍ପର ଭାଇ ଭଉଣୀ ଅଟନ୍ତି । କାରଣ ସୋନମ କପୁରଙ୍କ ଆଈ ଓ ରଣବିରଙ୍କ ଅଜା ଭାଇ ଭଉଣୀ ଅଟନ୍ତି ।

୮. ରୋଶନୀ ଚୋପଡା ଓ ଉଦୟ ଚୋପଡା


ରୋଶନୀ ଓ ଉଦୟଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି । ଉଦୟ ଚୋପଡାଙ୍କ ଝିଆରୀ ହେଉଛନ୍ତି ରୋଶନୀ । ରୋଶନୀଙ୍କ ପାପା ୟଶ ଚୋପଡାଙ୍କ ପୁତୁରା ଅଟନ୍ତି ।