Jyotish Shastra- ପ୍ରେମ ପାଇଁ ନିଜ ଜୀବନ ବି ଦେଇ ପାରନ୍ତି ଏହି 3 ଟି ନାମର ଝିଅ

ବନ୍ଧୁଗଣ ଆମ ନାମର ପ୍ରଥମ ଅକ୍ଷର ଆମ ସ୍ଵଭାବ ବିଷୟରେ ଅନେକ କିଛି ଜଣାଇ ଦିଏ ବୋଲି ଜ୍ଯୋତିଷ ଶାସ୍ତ୍ର କୁହେ । କାରଣ ଆମ ଜନ୍ମ ସମୟରେ ଚନ୍ଦ୍ରମାର ସ୍ଥିତି ଆଧାରରେ ହିଁ ଆମ ନାମ ରଖା ଯାଇଯାଏ ।

ବ୍ଯକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଅବସ୍ଥାନ କରିଥାଏ, ବ୍ଯକ୍ତିର ରାଶି ମଧ୍ୟ ତାହା ହିଁ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏପରି ନାମ ଥିବା ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆପଣଙ୍କ ପ୍ରେମ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଝିଅଙ୍କ ବିଷୟରେ ।

D ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ଶୀଘ୍ର ବନ୍ଧୁ ହୋଇଯାନ୍ତି । କିନ୍ତୁ ଠାରେ ଯଦି କେହି ତାଙ୍କ ନଜରରୁ ଖସି ପଡେ ତେବେ ଆଉ ଥରେ ତାଙ୍କ ବିଶ୍ବାସ ଜିତିବା ବହୁତ ମୁସ୍କିଲ ହୋଇଥାଏ । ଏମାନେ ବହୁତ ପ୍ରେମୀ ଓ ଚୁଲବୁଲି ସ୍ଵଭାବର ହୋଇଥାନ୍ତି । ଏହି ଝିଅମାନେ ନିଜ ଜୀବନସାଥିଙ୍କ ସହ ପାଦରେ ପାଦ ମିଳାଇ ଚାଲିବା ଝିଅ ହୋଇଥାନ୍ତି । ତାଙ୍କର ସବୁ ପରିସ୍ଥିତିରେ ତାଙ୍କ ସହ ଠିଆ ହୁଅନ୍ତି ଓ ତାଙ୍କର ସାହସ ବଢାନ୍ତି । ସେଥିପାଇଁ କୁହାଯାଏ ଏମାନେ ପ୍ରେମରେ ଜୀବନ ମଧ୍ୟ ଦେଇ ପାରନ୍ତି ।

N ନାମର ଝିଅମାନେ

ଏହି ନାମର ଝିଅମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନଙ୍କ ହୃଦୟରେ ଯାହା ଥାଏ ତାହା ତାଙ୍କ ପାଟିରେ ଓ ଚେହେରାରେ ମଧ୍ୟ ଦେଖିବାକୁ ମିଳିଥାଏ । ଏମାନଙ୍କୁ ଛଳ କପଟ କରି ଆସେ ନାହିଁ ଓ କଥା କହିବାରେ ଏମାନେ ବହୁତ ପାରଙ୍ଗମ ହୋଇଥାନ୍ତି । ନିଜ ବ୍ୟବହାରରେ ଏମାନେ ସମସ୍ତଙ୍କ ହୃଦୟ ଜିଣି ନିଅନ୍ତି ଓ କାହା ମନରେ ଆଘାତ ଦେବାକୁ ପସନ୍ଦ କରନ୍ତି ନାହିଁ । ନିଜ ପ୍ରେମ ବା ଜୀବନସାଥିଙ୍କ ପାଇଁ ଏମାନେ ଯେକୌଣସି ସୀମା ପାର କରି ପାରନ୍ତି ।

S ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ଅଧିକ ସ୍ବାଭିମାନୀ ହୋଇଥାନ୍ତି । ଏମାନେ ପ୍ରଥମ ନଜରରେ କାହାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ, ମାତ୍ର ଥରେ କାହାକୁ ଭଲ ପାଇଲେ ତାକୁ କେବେ ମଧ୍ୟ ଛାଡନ୍ତି ନାହିଁ । ଏମାନେ ନିଜ ଜୀବନସାଥିଙ୍କ ସହ ବହୁତ ବିଶ୍ଵସ୍ତ ରୁହନ୍ତି ଓ ତାଙ୍କ ପରିବାରର ମଧ୍ୟ ଖୁବ ଯତ୍ନ ନେବା ସହ ତାଙ୍କୁ ଖୁସିରେ ରଖିବାକୁ ସବୁବେଳେ ପ୍ରୟାସ କରିଥାନ୍ତି । ସେଥିପାଇଁ ଏହି ନାମର ଝିଅଙ୍କୁ ମଧ୍ୟ ପ୍ରେମରେ ଜୀବନ ଦେଲା ବାଲା ବୋଲି କୁହାଯାଏ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।