ଜୁହି ଚାୱଲାଙ୍କ ସମେତ Bollywood ର ଏହି 4 ହିରୋଇନ ମାନଙ୍କ ସଉତୁଣୀ ମଧ୍ୟ ଦେଖିବାକୁ ଏମାନଙ୍କଠୁ ବି ଅଧିକ ସୁନ୍ଦର

ଏବେ ପର୍ଯ୍ୟନ୍ତ ବଲିଉଡ ରେ ସଉତୁଣୀ ସମ୍ପର୍କ ଉପରେ ଅନେକ ଫିଲ୍ମ୍ ତିଆରି ହୋଇ ସାରିଛି । କିନ୍ତୁ ବଲିଉଡର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କୁ ଅସଲରେ ମଧ୍ୟ ଏହି ସମ୍ପର୍କକୁ ସହିବାକୁ ପଡୁଛି । କେଉଁ ଅଭିନେତ୍ରୀ ମାନେ ଛାଡ଼ପତ୍ର ନେଇଥିବା ବ୍ୟକ୍ତିଙ୍କୁ ବିବାହ କରିଛନ୍ତି ତ ଆଉ କାହା ସ୍ବାମୀ ତାଙ୍କୁ ହିଁ ଛାଡ଼ପତ୍ର ଦେଇ ଅନ୍ୟ କାହାକୁ ବିବାହ କରିଛନ୍ତି । ଯାହା ଯୋଗୁଁ ଏମାନଙ୍କୁ ସଉତୁଣୀ ପରି ସମ୍ପର୍କକୁ ସହ୍ୟ କରିବାକୁ ପଡୁଛି । ଚାଲନ୍ତୁ ବଲିଉଡର କିଛି ଟପ୍ ଅଭିନେତ୍ରୀଙ୍କ ସଉତୁଣୀ ଙ୍କ ବିଷୟରେ ଜାଣିବା ଯେଉଁମାନେ ଦେଖିବାକୁ ତାଙ୍କଠୁ ଅଧିକ ସୁନ୍ଦର ଓ ସଫଳ ମଧ୍ୟ ।

କରିସ୍ମା କପୁର୍

କରିସ୍ମା କପୁର୍ ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କୁ ୨୦୦୩ ମସିହାରେ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ବିବାହର କିଛି ବର୍ଷ ପରେ ତାଙ୍କ ସହ ଛାଡ଼ପତ୍ର ହୋଇ ଯାଇଥିଲା । ତା ପରେ ସଞ୍ଜୟ, ପ୍ରିୟା ସଚଦେବଙ୍କୁ ବିବାହ କରି ଆହୁରି ଦୁଇ ସନ୍ତାନ ଙ୍କ ପିତା ହୋଇ ଖୁସିରେ ଜୀବନ କାଟୁଛନ୍ତି । କିନ୍ତୁ କରିସ୍ମା କପୁର୍ ଏକା ହିଁ ନିଜ ପିଲାଙ୍କୁ ପାଳୁଛନ୍ତି ସେଥିପାଇଁ ସେ ତାଙ୍କ ସଉତୁଣୀଙ୍କୁ ଖୁବ୍ ଈର୍ଷା କରନ୍ତି । ପ୍ରିୟ ସଚଦେବା ମଧ୍ୟ ଜଣେ ଅଭିନେତ୍ରୀ ଓ ଏବେ ସେ ଜଣେ ସଫଳ ବିଜନେସ ୱମ୍ଯାନ୍ ମଧ୍ୟ ଅଟନ୍ତି ।

ବିପାଶା ବସୁ

ବଲିଉଡର ହଟ୍ ଅଭିନେତ୍ରୀ ବିପାଶା ବସୁ ଅଭିନେତା କରଣ ସିଂ ଗ୍ରୋଭର୍ଙ୍କୁ ବିବାହ କରିଛନ୍ତି ଯିଏ ପୂର୍ବରୁ ଆହୁରି ଦୁଇଟି ବିବାହ କରିଥିଲେ । କରଣ ସିଂ ଗ୍ରୋଭର୍ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ଛାଡପତ୍ର ଦେଇ ବିପାଶାଙ୍କୁ ବିବାହ କରିଥିଲେ । ଏହା ଯୋଗୁଁ ବିପାଶା ଓ ଜେନିଫର ପରସ୍ପରର ସଉତୁଣୀ ହୋଇଗଲେ । ଜେନିଫର ତାଙ୍କ ସଉତୁଣୀ ବିପାଶାଙ୍କୁ ଜମା ବି ପସନ୍ଦ କରନ୍ତିନି କାରଣ ବିପାଶାଙ୍କ ଯୋଗୁଁ ହିଁ ତାଙ୍କ ସ୍ଵାମୀ ତାଙ୍କଠୁ ଅଲଗା ହୋଇଥିଲେ । କିନ୍ତୁ ଏବେ ଜେନିଫର ସେ ସବୁ ଭୁଲି ନିଜ ଜୀବନରେ ଆଗକୁ ବଢ଼ି ସାରିଛନ୍ତି ଓ ନିଜ ପରିଶ୍ରମରେ ଟିଭିର ନଂ.୧ ଅଭିନେତ୍ରୀ ବନି ପାରିଛନ୍ତି ।

କରିନା କପୁର

କରିନା କପୁର ନିଜ ଠୁ ୧୦ବର୍ଷ ବଡ଼ ଅଭିନେତା ସୈଫ୍ ଅଲି ଖାଁଙ୍କୁ ୨୦୧୨ ମସିହାରେ ବିବାହ କରିଛନ୍ତି । ତାଙ୍କ ସଉତୁଣୀ ଅମ୍ରିତା ଙ୍କ ଠାରୁ ମଧ୍ୟ ସୈଫ୍ ଙ୍କ ର ଦୁଇଟି ସନ୍ତାନ ଅଛନ୍ତି । କରିନା ଓ ଅମ୍ରିତା ପରସ୍ପରକୁ ଜମା ବି ପସନ୍ଦ କରନ୍ତିନି । ଅମ୍ରିତା ଏବେ ମଧ୍ୟ ଫିଲ୍ମ୍ ରେ ଅଭିନୟ ଜାରି ରଖିଛନ୍ତି ।

ଜୁହି ଚାୱଲା

ଚୁଲବୁଲି ନାୟିକା ଜୁହି ଚାୱଲା ନିଜ ବୟସ ଠୁ ଦ୍ଵିଗୁଣ ବଡ଼ ଜୟ ମେହେଟାଙ୍କୁ ବିବାହ କରିଛନ୍ତି । ତାଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି । ଜୁହିଙ୍କ ପୂର୍ବରୁ ଜୟ, ସୁଜାତା ବିର୍ଲାଙ୍କୁ ବିବାହ କରିଥିଲେ । କିନ୍ତୁ ୧୯୯୦ ମସିହାରେ ତାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।