ନିଜର ସନ୍ତାନକୁ ହରାଇ ସାରିଛନ୍ତି Bollywood ର ଏହି ଷ୍ଟାରମାନେ

ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନେ ନିଜର ପର୍ଶନାଳ ଲାଇଫରେ କିଛି ଏମିତି କଷ୍ଟ ଓ ଦୁଖ ସହିଛନ୍ତି ଯେଉଁ ଦୁଖ କାରଣରୁ ସେମାନେ ଗୋଟିଏ ସମୟରେ ନିଜ ମନ ଭିତରୁ ଭାଙ୍ଗି ଯାଇଥିଲେ । କିନ୍ତୁ ସେମାନେ ଦୁନିଆ ସାମ୍ନାରେ ନିଜର ଏହି ବ୍ୟଥାକୁ ଜାହିର କରିଲେ ନାହିଁ । ଆଜି ଆମେ ଆପଣଙ୍କୁ ସେହି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ସନ୍ତାନକୁ ହରାଇ ସାରିଛନ୍ତି । ଯାହା ପରେ ଏହି ଷ୍ଟାରଙ୍କୁ ବହୁତ ବଡ ଝଟକା ଲାଗି ଥିଲା ।

ପ୍ରକାଶ ରାଜ

ବଲୀଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ବଡ ଅଭିନେତା ପ୍ରକାଶ ରାଜ ନିଜର ୫ ବର୍ଷର ପୁଅକୁ ହରାଇସାରିଛନ୍ତି । ତାଙ୍କ ପୁଅ ଗୁଡି ଉଡାଇବା ସମୟରେ କେବଳ ୧ ଫୁଟ ଉଚ୍ଚ ଟେବୁଲୁରୁ ତଳକୁ ପଡି ଯାଇ ଥିଲା । ଏହାର କିଛି ସମୟ ପରେ ତାକୁ ସ୍ଵାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ପଡିଲା । ଶେଷରେ ତାହାର ମୃତ୍ୟୁ ହୋଇଗଲା । ପ୍ରକାଶ ରାଜ ନିଜର ୫ ବର୍ଷ ପୁଅକୁ ମନେ ପକାଇ କହିଥିଲେ କି କେହି ବି ବୁଝି ପାରିଲେ ନାହିଁ କେଉଁ କାରଣରୁ ସେ ଆମକୁ ଛାଡି ଚାଲି ଗଲା । କଣ କାରଣ ଥିଲା ।

ପ୍ରକାଶ ରାଜ କହିଥିଲେ କି ମୋ ପାଇଁ ତାହାର ମୃତ୍ୟୁ ଅନ୍ୟ ସବୁ ଦୁଖ ଠାରୁ ବଡ ଦୁଖର ବିଷୟ ଥିଲା । ଏହା ପରେ ମୁଁ ନିଜର ଜୀବନକୁ ସିରିୟସ ନେଲି ।

ମୋହମ୍ମଦ ଅଜହରୁଦ୍ଦୀନ

ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମୋହମ୍ମଦ ଅଜହରୁଦ୍ଦୀନ ବି ନିଜର ପୁଅକୁ ହରାଇବାର କଷ୍ଟ ସହିଛନ୍ତି । ସେ ତାଙ୍କର ପୁଅ ଅୟାଜକୁ ୧୯ ବର୍ଷ ବୟସରେ ହରାଇଥିଲେ । ସୂଚନା ଅନୁସାରେ ତାଙ୍କର ପୁଅକୁ ଏକ ସଡକ ଦୁର୍ଘଟଣାରେ ଗଭୀର ଆଘାତ ଲାଗିଥିଲା । ଯାହାର କିଛି ସମୟ ପରେ ତାଙ୍କ ପୁଅର ମୃତ୍ୟୁ ହୋଇଯାଇଥିଲା ।

ଗୋବିନ୍ଦା

୯୦ ଦଶକର ସୁପର ଷ୍ଟାର ଗୋବିନ୍ଦା ନିଜର ଫିଲ୍ମ ଦ୍ଵାରା ଦର୍ଶକମାନଙ୍କ ମଧ୍ୟରେ ବହୁତ ପପୁଳାର ରହିଛନ୍ତି । କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ତାଙ୍କର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ସେ ନିଜର ପ୍ରଥମ ଶିଶୁ କନ୍ୟାକୁ ମାତ୍ର ୪ ମାସରେ ହରାଇ ଦେଇଥିଲେ । ସେ କହିଲେ କି ମୋର ପ୍ରଥମ ଝିଅ ସମୟ ପୂର୍ବରୁ ଜନ୍ମ ହୋଇଥିଲା । ଏହା ପରେ ଝିଅର ମୃତ୍ୟୁ ପରେ ଗୋବିନ୍ଦା ପୂରାପୂରି ଭାଙ୍ଗି ଯାଇ ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।