ଏହି ସୁପରଷ୍ଟାରଙ୍କ ପୁଅ ହେଲେ ବଲୀଉଡରେ ସୁପରଫ୍ଲପ, ଏବେ କରୁଛନ୍ତି ଏହି କାମ !

ଆଜିକାଲି ବଲୀଉଡରେ ଷ୍ଟାରକିଡ୍ସଙ୍କର ଜମାନା ଚାଲିଛି । ଆପଣ ଯଦି କୌଣସି ଷ୍ଟାରଙ୍କର ପୁଅ କିମ୍ବା ଝିଅ ଅଟନ୍ତି ତେବେ ଆପଣଙ୍କୁ ବଲୀଉଡରେ ଅତି ସହଜରେ ଫିଲ୍ମ ମିଳିଯିବ । କିନ୍ତୁ ଯାହାର ଅଭିନୟ ଭଲ ହୋଇଥାଏ ସେ ହିଁ ଚାଲିଥାଏ । ଏହାର ଏକ ବଡ ଉଦାହରଣ ଅଟେ କୁଣାଲ ଗୋସ୍ଵାମୀ । କହିବାକୁ ଗଲେ ଏମିତି ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଷ୍ଟାରକିଡ୍ସ ହେବା କାରଣରୁ ଖବର ଓ ଫିଲ୍ମରେ ଜଲ୍ଦି ହିଁ

ଆସି ଯାଆନ୍ତି କିନ୍ତୁ କିଛି ଷ୍ଟାରକିଡ୍ସ ସଫଳ ହୋଇ ଯାଆନ୍ତି ତ କିଛି ଷ୍ଟାର କିଡ୍ସ ସଫଳ ହୋଇ ପାରନ୍ତି ନାହିଁ ।

ଅନେକ ଷ୍ଟାରକିଡ୍ସ ଏମିତି ବି ଅଛନ୍ତି ଯେଉଁମାନେ ଫିଲ୍ମରେ ଫ୍ଲପ ହେବା ପରେ ଏମିତି ହଜି ଯାଆନ୍ତି କି ଆଉ କେବେ ବି ନଜର ଆସନ୍ତି ନାହିଁ । ଏମିତି ହିଁ ଜଣେ ଷ୍ଟାରକିଡ୍ସ ଅଟନ୍ତି କୁଣାଲ ଗୋସ୍ୱାମୀ । ଯିଏକି ବଲୀଉଡର ସଦାବହାର ହୀରୋ ଓ ‘ଭାରତ କୁମାର’ ନାମରେ ଜଣାଯାଉଥିବା ଅଭିନେତା ମନୋଜ କୁମାରଙ୍କର ପୁଅ ଅଟନ୍ତି ।

କୁଣାଲ ଗୋସ୍ୱାମୀଙ୍କୁ ଅଭିନୟ ବିରାସତରେ ମିଳିଛି । ପିଲାଦିନୁ ହିଁ କୁଣାଲ ଅଭିନୟ ଆରମ୍ଭ କରିଦେଇ ଥିଲେ ।  ମନୋଜ କୁମାର ନିଜ ଡିରେକ୍ସନ ଫିଲ୍ମ ‘କ୍ରାନ୍ତି’ରେ କୁଣାଲଙ୍କୁ କାସ୍ଟ କରିଥିଲେ, ଭାବି ଥିଲେ କି ତାଙ୍କ ପୁଅ ତାଙ୍କର ଅଭିନୟ ବିରାସତକୁ ଆଗକୁ ବଢାଇବ । କିନ୍ତୁ ଏହା ହୋଇ ପାରିଲା ନହିଁ ।

‘କ୍ରାନ୍ତି’ ଶିଲଭର ସ୍କ୍ରିନରେ କୁଣାଲ ଗୋସ୍ୱାମୀଙ୍କର ଅଭିନୟର ପ୍ରଥମ ଏକ୍ସପେରିଏନ୍ସ ଥିଲା । ଏହା ପରେ କୁଣାଲ ଆଉ କିଛି ଫିଲ୍ମରେ ନଜର ଆସିଲେ । କିନ୍ତୁ ସଫଳ ହୋଇ ପାରିଲେ ନାହିଁ । କିନ୍ତୁ କୁଣାଲ ଗୋସ୍ୱାମୀଙ୍କର ଫିଲ୍ମ ‘କଳାକାର’ ଆଜି ବି ମନେ ପଡିଯାଏ । ସେଥିରେ ଶ୍ରୀଦେବୀଙ୍କ ସହିତ ସେ ନଜର ଆସିଥିଲେ । ଫିଲ୍ମ ଅଧିକ ଚାଲିଲା ନାହିଁ, କିନ୍ତୁ ଏହାର ଗୀତ ‘ନୀଲେ ନୀଲେ ଅମ୍ବର’ ବହୁତ ଧମାଲ କରିଥିଲା ।

ଫିଲ୍ମରେ ଯେତେବେଳେ ସେ ସଫଳ ହୋଇ ପାରିଲେ ନାହିଁ, ତେବେ ଫିଲ୍ମ ଦୁନିଆକୁ ଛାଡି ସେ କ୍ୟାଟରିଙ୍ଗ ବିଜନେସ କରିବାକୁ ଲାଗିଲେ । କୁଣାଲଙ୍କୁ ଫିଲ୍ମରେ ସଫଳ କରିବା ପାଇଁ ମନୋଜ କୁମାର ଶେଷରେ କୁଣାଲଙ୍କ ପାଇଁ ୧୯୯୯ରେ ଅନ୍ୟ ଏକ ଫିଲ୍ମ କରିଥିଲେ ‘ଜୟ ହିନ୍ଦ’ । ଏହି ଫିଲ୍ମରେ ଋଷି କପୂର ଓ ଶିଲ୍ପା ଶିରୋଡକର ଭଳି ଷ୍ଟାର ବି ଥିଲେ, କିନ୍ତୁ ସେଥିରେ ବି ସେ ସଫଳ ହୋଇ ପାରିଲେ ନାହିଁ ।

ଏହି ଫିଲ୍ମ ପରେ ମନୋଜ କୁମାରଙ୍କ ପ୍ରଡକ୍ସନ ହାଉସ ବି ବନ୍ଦ ହୋଇଗଲା ଓ ଏହା ସହିତ କୁଣାଲ ଗୋସ୍ୱାମୀକଙ୍କର ଫିଲ୍ମି କ୍ୟାରିୟର ବି । ଆଜି କୁଣାଲ ଗୋସ୍ୱାମୀ ଫିଲ୍ମ ଦୁନିଆରୁ ଦୂରେଇ ଯାଇ କ୍ୟାଟରିଙ୍ଗ ବିଜନେସ ସମ୍ଭାଳୁଛନ୍ତି ।