ସଲମାନଙ୍କ ଡେବ୍ୟୁ ଫିଲ୍ମ ‘ମେନେ ପ୍ୟାର କିୟା’ ବିଷୟରେ କିଛି ରୋଚକ ତଥ୍ୟ ଯାହା ଆଗରୁ କେବେ ଆପଣ ଶୁଣି ନଥିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସଲମାନ ଖାଁ ଙ୍କ ଡେବ୍ୟୁଟ ଫିଲ୍ମ ମେନେ ପ୍ୟାର କିୟା ରେ ଥିବା କିଛି ରୋଚକ ତଥ୍ୟ ସମ୍ବନ୍ଧରେ ଜଣାଇବୁ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଅଭିନେତା ସଲମାନ ଖାଁ ପ୍ରଥମେ ସୁରଜ ବାର୍ଯ୍ୟତିଆ ଙ୍କ ନିର୍ଦେଶନା ରେ ହୋଇଥିବା ଫିଲ୍ମ ‘ମେନେ ପ୍ୟାର କିୟା’ ରେ ଲିଡ଼ ରୋଲ ରେ ଭୂମିକା ରେ ଅଭିନୟ କରିଥିଲେ ।

ଏହି ଫିଲ୍ମ ଜରିଆରେ ଅଭିନେତା ସଲମାନ ଖାଁ ଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ହାସଲ ହୋଇଥିଲା । ଏହି ଫିଲ୍ମ ରେ ସଲମାନ ଙ୍କ ସହ ଅଭିନେତ୍ରୀ ଭାଗ୍ୟଶ୍ରୀ ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମ ସେହି ସମୟର ସୁପରହିଟ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏହି ଫିଲ୍ମ ସମ୍ବନ୍ଧୀୟ କିଛି ଏଭଳି ରୋଚକ ତଥ୍ୟ ସମ୍ବନ୍ଧରେ କହିବୁ ଯାହା ଜାଣିଲେ ସଲମାନ ଖାଁ ଙ୍କ ଫାନ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଫିଲ୍ମ ସମ୍ବନ୍ଧୀୟ ତଥ୍ୟ ।

୧. ବନ୍ଧୁଗଣ ସଲମାନ ଖାଁ ତାଙ୍କର ଏକ ଇଣ୍ଟରବ୍ୟୁ ରେ କହିଥିଲେ ଯେ, ପୂର୍ବରୁ ସେ ନିଜର ଓଜନ କୁ ନେଇ ବହୁତ ମାତ୍ରା ରେ ଚିନ୍ତିତ ଥିଲେ ଏବଂ ନିଜର ଓଜନ ବଢାଇବା ନିମନ୍ତେ ସେ କିଛିବି ଖାଉଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଫିଲ୍ମ ମେନେ ପ୍ୟାର କିୟା ର ସୁଟିଂ ସେଟ ରେ ସେ ୩୦ଟି ରୁଟି ଏବଂ କଦଳୀ ଖାଇ ଦେଇଥିଲେ ।

୨. ବନ୍ଧୁଗଣ ଅଭିନେତ୍ରୀ ଭାଗ୍ୟଶ୍ରୀ ଫିଲ୍ମ ରେ କୌଣସି ପ୍ରକାର କିସିଙ୍ଗ ସିନ କରିବାକୁ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ । ତାଙ୍କ ପିତା ତାଙ୍କୁ କେବଳ ଚୁଡ଼ିଦାର ପିନ୍ଧିବାର ଅନୁମତି ଦିଅନ୍ତି କିନ୍ତୁ ନିଜର ପ୍ରଥମ ଫିଲ୍ମ ମେନେ ପ୍ୟାର କିୟା ନିମନ୍ତେ ସେ ଜିନ୍ସ ଏବଂ ୱାନ ପିସ ପିନ୍ଧିଥିଲେ । ୨୦୧୫ ମସିହାରେ ସଲମାନ ଖାଁ ଏକ ଇଣ୍ଟରବ୍ୟୁ ରେ କହିଥିଲେ ଯେ, ଭାଗ୍ୟଶ୍ରୀ ଙ୍କ ମନା କରିବା ସତ୍ତ୍ୱେ ମଧ୍ୟ ସୁରଜ ଏହି ଫିଲ୍ମ ରେ କିସିଙ୍ଗ ସିନ ରେ ଦୁହିଁଙ୍କ ମଧ୍ୟରେ କାଚ ର କବାଟ ଆଣିବାର ଆଇଡିଆ ଦେଇଥିଲେ ।

୩. ବନ୍ଧୁଗଣ ଏହି ଫିଲ୍ମ ର ବଜେଟ ଥିଲା ୨ କୋଟି ଟଙ୍କା ଏବଂ ଏହି ଫିଲ୍ମ ସେହି ସମୟରେ ସୁପରହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ୨୮ କୋଟି ର ଆୟ ହୋଇଥିଲା । ସେହି ସମୟରେ ସଲମାନ ଖାଁ ଙ୍କୁ ୩୧ ହଜାର ଟଙ୍କା ଫିସ ମିଳିଥିଲା ।

୪. ବନ୍ଧୁଗଣ ଏହି ଫିଲ୍ମ ଇଂଲିଶ ରେ ମଧ୍ୟ ଡେବ୍ୟୁ ହୋଇଥିଲା ଏବଂ ଟାଇଟେଲ ରହିଥିଲା ‘ହ୍ୱଏନ ଲଭ କଲ୍ସ’ ନାମରେ ଥିଲା । ଏହାଛଡା ଏହି ଫିଲ୍ମ ସ୍ପେନିସ ରେ ମଧ୍ୟ ରିଲିଜ ହୋଇଥିଲା ।

୫. ବନ୍ଧୁଗଣ ଏହି ଫିଲ୍ମ ର ସମସ୍ତ ଗୀତ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସ୍କର ଗୋଟିଏ ଦିନରେ ରେକର୍ଡ କରିଥିଲେ । କାରଣ ପରଦିନ ତାଙ୍କୁ ବିଦେଶ ଟୁର ରେ ଯିବାର ଥିଲା । ସୁରଜ ଙ୍କୁ ଏହି ଫିଲ୍ମ ର ସ୍କ୍ରିନ ପ୍ଲେ ଲେଖିବାର ୧୦ ମାସ ସମୟ ଲାଗିଥିଲା । ଫିଲ୍ମ ର ପ୍ରଥମ ହାଲ୍ଫ ୬ ମାସରେ ପୁରା ହୋଇଥିଲା ଏବଂ ଦ୍ଵିତୀୟ ହାଲ୍ଫ ୪ ମାସରେ ପୁରା ହୋଇଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।