ଦରିଦ୍ରତା ଓ ଦୁଃଖ ଏମିତି ଲୋକର ପିଛା କେବେବି ଛାଡି ନଥାଏ, ପୂର୍ବଜନ୍ମର ପୂଣ୍ୟ କେମିତି ପ୍ରାପ୍ତ କରିବେ -Shukra Neeti

ମହାନ ଗୁରୁ ଶୁକ୍ରାଚାର୍ଯ୍ୟା ନିଜ ନୀତିବାଣୀରେ ଏମିତି ବ୍ୟକ୍ତିମାନଙ୍କଳ ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ଯାହାର କେବେବି ଦୁଖ ଓ ଦାରିଦ୍ର୍ୟତା କେବେ ବି ପିଛା ଛାଡେ ନାହିଁ । ଏମିତି ମନୁଷ୍ୟ ନିଜ ଭୁଲ ପାଇଁ  ହିଁ ଦୁଃଖ ଭୋଗ ଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଅନୁଷ୍ୟ ଜୀବନରେ ଦୁଖଃ ପାଇଥାଏ । ତାଙ୍କ ମତରେ ବୁଦ୍ଧିମାନ ବ୍ୟକ୍ତି ପୁରୁଷାର୍ଥକୁ ବଡ଼ ବୋଲି ମାନି ଥାଆନ୍ତି । କିନ୍ତୁ ନଂପୁନସକ ବା ହିଞ୍ଜଡ଼ା ମାନେ ପୁରୁଷାର୍ଥ ର ଉପାସନା କରିପାରିବେ ନାହିଁ ସେମାନେ ପ୍ରାରବ୍ଧକୁ ଉପାସନା କରନ୍ତି ।

ଶୁକ୍ରା ଚାର୍ଯ୍ୟ କହନ୍ତି ଏହି ସଂସାର ପ୍ରାରବ୍ଧ ଓ ପୁରୁଷାର୍ଥରେ ହିଁ ବିଦ୍ୟମାନ । ପୂର୍ବ ଜନ୍ମର କର୍ମ କୁ ପ୍ରାରବ୍ଧ କହନ୍ତି ଓ ବର୍ତ୍ତମାନ ଜୀବନର କର୍ମକୁ ପୁରୁଷାର୍ଥ କହନ୍ତି । ଯେଉଁ ଭଳି ଗୋଟିଏ ଛକରେ ଗାଡି ଚାଲେ ନାହିଁ ସେହି ପରି କେବଳ ଭାଗ୍ୟ ଉପରେ ନିର୍ଭର କରି ଫଳ ପ୍ରାପ୍ତ କରି ହୁଏ ନାହିଁ ।

ପ୍ରାରବ୍ଧ ବିନା ପୁରୁଷାର୍ଥରେ ପ୍ରାରବ୍ଧ ମିଳେ ନାହିଁ । ଅର୍ଥାତ ଏହି ଜନ୍ମରେ ବିନା କର୍ମରେ ପୂର୍ବ ଜନ୍ମର ଫଳ ମିଳେ ନାହିଁ । ଯେପରି କୁମ୍ଭାର ମାଟିରେ ତିଆରି ଜିନିଷ କୁ ନିଜ ଇଚ୍ଛାରେ ତିଆରି କରିଥାଏ ସେହି ପରି ମନୁଷ୍ୟ ପୂର୍ବ ଜନ୍ମ ରେ କରିଥିବା କର୍ମର ଫଳ ଏହି ଜନ୍ମରେ ପରିଶ୍ରମ କରି ପାଇଥାଏ । ସାମ୍ନାରେ ପଡିଥିବା ଧନକୁ ପାଇବା ପାଇଁ ମଧ୍ୟ ପରିଶ୍ରମ କରିବାକୁ ପଡିଥାଏ । ଅର୍ଥାତ ବିନା ପୁରୁଷାର୍ଥରେ ପ୍ରାରବ୍ଧର ଫଳ ମିଳେ ନାହିଁ ।

ଯଦି ପୂର୍ବ ଜନ୍ମର ଫଳ ପାଇବାକୁ ଇଛା ତେବେ ପରିଶ୍ରମ କରିବାକୁ ପଡିବ । ଉଦ୍ୟୋଗ ଦ୍ୱାରା ଫଳ ମିଳିଥାଏ । ଫଳ ବିଧାତା ଦେଇଥାନ୍ତି ନିଜ ପରିଶ୍ରମ ଅନୁସାରେ ବା ଉଦ୍ୟୋଗ ଫଳରେ । ଯେମିତି ପୋଖରୀକୁ ବେଙ୍ଗ ବା ଚଢେଇ ଆପେ ଆପେ ଆସନ୍ତି ସେହି ପରି ଉଦ୍ୟୋଗୀ ବ୍ୟକ୍ତି ପାଖକୁ ଶମ୍ପତି ଆପେ ଆପେ ଚାଲି ଆସେ । ଯାହା ପାଖରେ ଧନ ଥାଏ ସେ ଜୀବିତ ଥାଏ ଯାହା ପାଖରେ ଭଞ ନଥାଏ ସେ ଜୀବିତ ହୋଇ ମଧ୍ୟ ମୃତ୍ୟୁ ସହ ସମାନ ଜୀବନ ପାଇଥାଏ । ଉଦ୍ୟୋଗ ବିନା ଦରିଦ୍ର ପିଛା ଛାଡେ ନାହିଁ ।

ମନୁଷ୍ୟକୁ ସୁଖ ସମୟରେ ସୁଖ ଓ ଦୁଖଃ ସମୟରେ ଦୁଖର ସେବନ କରିବାକୁ ପଡିଥାଏ କାହିଁକି ନା ଚକ୍ର ପରି ଯଦି ଦୁଖଃ ଅଛି ତେବେ ସୁଖକୁ ଅପେକ୍ଷା କର । ଯଦି ସୁଖ ଅଛି ତେବେ ଆଗକୁ ଆସୁଥିବା ଦୁଖଃ ସହିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଉଚିତ । କାହିଁକି ନା ସୁଖ ପରେ ଦୁଖଃ ଓ ଦୁଖଃ ପରେ ସୁଖ ଆସିଥାଏ । ଆଳସ୍ୟ ମନୁଷ୍ୟ ର ବଡ଼ ଶତ୍ରୁ ହୋଇଥାଏ ଓ ଉଦ୍ୟୋଗ ଭଳି କୌଣସି ବନ୍ଧୁ ନାହିଁ । କାହିଁକି ନା ଉଦ୍ୟୋଗ ଦ୍ୱାରା ଦୁଃଖ ଆସେ ନାହିଁ । ଜୀବନରେ କିଛି କରିବାକୁ ହେଲେ ସବୁ ଆଳସ୍ୟ ,ନିଦ୍ରାକୁ ଭୁଲି ପରିଶ୍ରମ କର ଫଳ ନିଶ୍ଚିତ ମିଳିବ ଓ ଧନ , ସୁଖ ନିଶ୍ଚିତ ଭାବରେ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।