ଦ୍ଵିତୀୟ ସ୍ତ୍ରୀ ହେଇ ବି ବହୁତ ଖୁସିରେ ଅଛନ୍ତି bollywood ର ଏହି 5 ହିରୋଇନ, Kareena ଙ୍କ ଠୁ ନେଇ Raveena ଙ୍କ ଯାଏ ଅଛନ୍ତି ଏଥିରେ ସାମିଲ

ବଲିଉଡ ର ଏମିତି କେତେ ଅଭିନେତା ଅଛନ୍ତି ଯେଉଁମାନେ ଦ୍ଵିତୀୟ ବିବାହ କରିଛନ୍ତି । ସେମତି ଅଭିନେତ୍ରୀ ମାନେ ମଧ୍ୟ ଛାଡ଼ପତ୍ର ହୋଇଥିବା ଲୋକଙ୍କୁ ବିବାହ କରିଛନ୍ତି । ଖୁସି ର କଥା ହେଉଛି ଏହି ଅଭିନେତ୍ରୀ ମାନେ ଦ୍ଵିତୀୟ ପତ୍ନୀ ଭାବେ ବିବାହ କରିଥିଲେ ମଧ୍ୟ ଏହା ଏମାନଙ୍କ ବୈବାହିକ ଜୀବନ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ବରଂ ଏମାନେ ଅନେକ ବର୍ଷ ରୁ ବେଶ୍ ଖୁସି ରେ ଜୀବନ କାଟୁଛନ୍ତି । ଆସନ୍ତୁ ଦେଖିବା ଏହି ତାଲିକା ରେ କେଉଁ କେଉଁ ଅଭିନେତ୍ରୀ ସାମିଲ ଅଛନ୍ତି ।

କରିନା କପୁର

ବେବୋ ତଥା ବଲିଉଡ ଅଭିନେତ୍ରୀ କରିନା କପୁର ହେଉଛନ୍ତି ଅଭିନେତା ସୈଫ ଅଲି ଖାଁ ଙ୍କ ର ଦ୍ଵିତୀୟ ପତ୍ନୀ । କରିନା ଙ୍କ ପୂର୍ବ ରୁ ସୈଫ ଅମୃତା ସିଂ ଙ୍କୁ ବିବାହ କରିଥିଲେ ଯାହା ଙ୍କ ସହ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଝିଅ ସାରା ଅଲି ଖାଁ ଏବଂ ପୁଅ ଇବ୍ରାହିମ୍ ଅଲି ଖାଁ । ସେହିପରି କରିନା ମଧ୍ୟ ଗୋଟିଏ ସନ୍ତାନ ର ମା ଏବଂ ନିକଟରେ ତାଙ୍କ ଦ୍ଵିତୀୟ ସନ୍ତାନ ହେବାକୁ ଥିବା ଖବର ମଧ୍ୟ ସୋସିଆଲ ମିଡିଆରେ ଜଣାଇଛନ୍ତି । କରିନା ତାଙ୍କ ସ୍ବାମୀ ସୈଫ ଙ୍କ ସହ ବହୁତ୍ ଖୁସି ରେ ଅଛନ୍ତି । ପ୍ରାୟ ସୋସିଆଲ ମିଡିଆରେ ଦୁଇ ଜଣଙ୍କ ଫଟୋ ଭାଇରାଲ୍ ହଉଥାଏ ଏବଂ ଏହାକୁ ତାଙ୍କ ପ୍ରଶଂସକ ମାନେ ଖୁବ୍ ପସନ୍ଦ କରିଥାନ୍ତି ।

ଶିଳ୍ପା ସେଟ୍ଟୀ

ବଲିଉଡ ର ସବୁଠୁ ଫିଟ୍ ଆଉ ହଟ୍ ଅଭିନେତ୍ରୀ ଙ୍କ ତାଲିକଭୁକ୍ତ ଶିଳ୍ପା ସେଟ୍ଟୀ ମଧ୍ୟ ରାଜ୍ କୁନ୍ଦ୍ରା ଙ୍କ ର ଦ୍ଵିତୀୟ ପତ୍ନୀ । ଶିଳ୍ପା ଙ୍କ ପୂର୍ବ ରୁ କବିତା ନାମକ ଏକ ଝିଅ କୁ ବିବାହ କରିଥିଲେ ରାଜ୍, କିନ୍ତୁ ଅଧିକ ସମୟ ଯାଏ ତାଙ୍କ ସମ୍ପର୍କ ଠିକ୍ ନ ରହି ପାରିବାରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା । ତାପରେ ରାଜ୍ ଓ ଶିଳ୍ପା ନିକଟତର ହେବାକୁ ଲାଗିଲେ ଏବଂ ୨୨ ନଭେମ୍ବର ୨୦୦୯ ରେ ଦୁଇ ଜଣଙ୍କର ବିବାହ ହୋଇଥିଲା ।

ରବିନା ଟଣ୍ଡନ

ବଲିଉଡ ର ସବୁଠୁ ଚର୍ଚ୍ଚିତ ଏବଂ ବିବାଦୀୟ ମାମଲା ମଧ୍ୟରୁ ଏକ ହେଉଛି ଅଭିନେତା ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନ୍ ଙ୍କ ସମ୍ପର୍କ । ଏମାନଙ୍କ ସଂପର୍କ ବେଶ୍ ଚର୍ଚ୍ଚା ରେ ଥିବାବେଳେ ଅକ୍ଷୟ ଏବଂ ରବିନା ଅନେକ ବର୍ଷ ଧରି ଡେଟ୍ କରୁଥିଲେ ଓ କଥା ବିବାହ ଯାଏ ପହଞ୍ଚିଥିଲେ ମଧ୍ୟ କିଛି ମନୋମାଲିନ୍ୟ ଓ ଝଗଡା କାରଣରୁ ଦୁହିଁଙ୍କର ବ୍ରେକପ ହୋଇଯାଇଥିଲା । ଏହା ପରେ ପୂର୍ବ ରୁ ଛାଡ଼ପତ୍ର ହୋଇଯାଇଥିବା ଅନିଲ୍ ଥଡାନୀ ଙ୍କ ନିକଟତର ହୋଇଥିଲେ ଅଭିନେତ୍ରୀ ରବିନା, ଏବଂ ପରେ ତାଙ୍କୁ ହିଁ ବିବାହ କରିଥିଲେ ।

ଲାରା ଦତ୍ତା

ଲାର ଦତ୍ତା ହେଉଛନ୍ତି ପ୍ରସିଦ୍ଧ ଟେନିସ୍ ଖେଳାଳି ମହେଶ ଭୂପତି ଙ୍କ ଦ୍ଵିତୀୟ ପତ୍ନୀ । ମହେଶ ଭୂପତି, ଶ୍ୱେତା ଜୟଶଙ୍କର ଙ୍କୁ ପ୍ରଥମ ବିବାହ କରିଥିଲେ କିନ୍ତୁ ଆରମ୍ଭରୁ ହି ସେମାନଙ୍କ ସଂପର୍କ ଏତେ ଭଲ ନ ଥିଲା । ଏହି କାରଣରୁ ସେମାନଙ୍କ ସମ୍ପର୍କ ବେଶୀ ଦିନ ଚାଲି ନ ପାରିବାରୁ ଛାଡ଼ପତ୍ର ହୋଇ ଯାଇଥିଲା । ଛାଡ଼ପତ୍ର ପରେ ମହେଶ ଭୂପତି, ଲାରା ଦତ୍ତା ଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ଓ ୨୦୧୧ ମସିହା ରେ ଦୁଇ ଜଣ ବିବାହ କରିଥିଲେ ।

ହେମା ମାଳିନୀ

କହି ରଖୁଛି ଯେ ହେମା ମାଳିନୀ ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଦ୍ଵିତୀୟ ପତ୍ନୀ । ଧର୍ମେନ୍ଦ୍ର, ହେମା ମାଳିନୀଙ୍କ ପୂର୍ବରୁ ପ୍ରକାଶ କୌର୍ ଙ୍କୁ ବିବାହ କରିଥିଲେ ଓ ତାଙ୍କୁ ଛାଡ଼ପତ୍ର ନ ଦେଇ ମଧ୍ୟ ହେମା ମାଳିନୀ ଙ୍କୁ ବିବାହ କରି ନେଇଥିଲେ । ଦୁଇ ପୁଅ ସନ୍ନୀ ଦେଓଲ୍ ଓ ବବୀ ଦେଓଲ, ପ୍ରକାଶ କୌର ଙ୍କ ର ହିଁ ସନ୍ତାନ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।