Bollywoodର ପପୁଲାର 3 ଷ୍ଟାର କିଡସଙ୍କୁ ହେଲା ଏହି ଗୋଟେ ହିଁ ଝିଅ ସହିତ ପ୍ରେମ

ବଲିଉଡ ସୁପରଷ୍ଟାର ମାନଙ୍କ ପୁଅ ଝିଅ ହୋଇଥିବା ହେତୁ ସେମାନଙ୍କ ପିଲାମାନେ ମଧ୍ୟ ପ୍ରାୟତଃ ଲାଇମ ଲାଇଟ୍ ରେ ରହିଥାନ୍ତି । ଏହି ଷ୍ଟାର୍ କିଡସ୍ ରେ ସାମିଲ ଅଛନ୍ତି ଆରୀୟନ୍ ଖାନ୍, ଅଲି ଇବ୍ରାହିମ, ଆହାନ୍ ସେଟ୍ଟୀ ଓ ଖିଲାଡ଼ି ଅକ୍ଷୟ କୁମାରଙ୍କ ପୁଅ ଆରବ୍ କୁମାର । ଏହି ଷ୍ଟାର୍ କିଡସ୍ ପରସ୍ପର ଠୁ ଖୁବ୍ ଅଲଗା ହେଲେ ମଧ୍ୟ ଏହି ଗୋଟିଏ ଜିନିଷରେ ଏମାନଙ୍କ ପସନ୍ଦରେ ସମାନତା ରହିଛି । ଏମାନେ ଜଣେ ହିଁ ଅଭିନେତ୍ରୀଙ୍କୁ ପସନ୍ଦ କରନ୍ତି । ସେ ହେଲେ ସିଙ୍ଘମ ଅଜୟ ଦେବଗନ ଓ କାଜଲଙ୍କ ଝିଅ ନ୍ୟାସା ଦେବଗନ । ଯାହାଙ୍କୁ ଏହି ୪ଟି ଷ୍ଟାର୍ କିଡସ୍ ବହୁତ ପସନ୍ଦ କରନ୍ତି ।

୧- ଆରୀୟନ୍ ଖାନ୍

ଏହି ତାଲିକାରେ ପ୍ରଥମେ ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନ୍ ଙ୍କ ପୁଅ ଆରୀୟନ୍ ଖାନ୍ ଙ୍କ ନାମ ସାମିଲ ଅଛି, ଯିଏ ନ୍ୟାସା ଦେବଗନ୍ ଙ୍କୁ ବହୁତ ପସନ୍ଦ କରନ୍ତି । ଆରୀୟନ୍ ଖାନ୍, ନ୍ୟାସା ଦେବଗନ୍ ଙ୍କୁ ବହୁତ ପୂର୍ବରୁ ଜାଣିଛନ୍ତି ଓ ତାଙ୍କ ସହ ବନ୍ଧୁତା ମଧ୍ୟ ଖୁବ୍ ଭଲ ଅଟେ । ପ୍ରାୟତଃ ଏହି ଦୁଇଜଣ ଏକାଠି ଭଲ ସମୟ ବିତାଉ ଥିବାର ମଧ୍ୟ ଦେଖିବାକୁ ମିଳେ । ଏହି କାରଣରୁ ଆରୀୟନ୍ ଖାନ୍, ନ୍ୟାସାଙ୍କ ବ୍ୟବହାର ସହ ଖୁବ୍ ପରିଚିତ ଅଟନ୍ତି ଓ ତାଙ୍କୁ ଖୁବ୍ ପସନ୍ଦ ମଧ୍ୟ କରନ୍ତି ।

୨- ଇବ୍ରାହିମ୍ ଅଲୀ ଖାନ୍

ନବାବ୍ ସୈଫ ଅଲି ଖାନ୍ ଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍ ମଧ୍ୟ ନ୍ୟାସା ଦେବଗନ୍ ଙ୍କ ଦିୱାନା ଅଟନ୍ତି ଓ ତାଙ୍କୁ ଖୁବ୍ ପସନ୍ଦ କରନ୍ତି । ସ୍କୁଲ ସମୟରୁ ଏମାନେ ପରସ୍ପରର ଖୁବ୍ ଭଲ ବନ୍ଧୁ ଓ ଏମାନଙ୍କ ବନ୍ଧୁତା କୁ ଅନେକ ଦିନ ମଧ୍ୟ ହୋଇଗଲାଣି । ଇବ୍ରାହିମ୍ ଅଲୀ ଖାନ୍, ନ୍ୟାସାଙ୍କୁ ଏତେ ପସନ୍ଦ କରନ୍ତି ଯେ ସେମାନଙ୍କ ଲିଙ୍କ ଅଫ୍ ଖବର ମଧ୍ୟ ଚର୍ଚ୍ଚାରେ ରହିବାକୁ ଲାଗୁଛି ।

୩- ଆହାନ୍ ସେଟ୍ଟୀ

ବଲିଉଡର ଆନ୍ନା ସୁନିଲ ସେଟ୍ଟୀ ଙ୍କ ଏକମାତ୍ର ପୁତ୍ର ଆହାନ୍ ସେଟ୍ଟୀ ମଧ୍ୟ ଷ୍ଟାର୍ କିଡସ୍ ଙ୍କ ମଧ୍ୟରୁ ଜଣେ ଯିଏ ନ୍ୟାସା ଦେବଗନ୍ ଙ୍କୁ ଖୁବ୍ ପସନ୍ଦ କରନ୍ତି । ନ୍ୟାସା, ଆହାନ୍ ସେଟ୍ଟୀ ଙ୍କ ଖୁବ୍ ଭଲ ବନ୍ଧୁ ଓ ପ୍ରତ୍ୟେକ ମୁସ୍କିଲ ସମୟରେ ନ୍ୟାସା, ଆହାନ୍ ଙ୍କ ସହ ଠିଆ ମଧ୍ୟ ହୁଅନ୍ତୁ । ନ୍ୟାସାଙ୍କ ଏହି ସ୍ଵଭାବ ଯୋଗୁଁ ଆହାନ୍ ତାଙ୍କ ଦ୍ଵାରା ଖୁବ୍ ପ୍ରଭାବିତ ହୁଅନ୍ତି । ଏହି କାରଣରୁ ଆହାନ୍, ନ୍ୟାସାଙ୍କ ପ୍ରଶଂସା କରିବାକୁ କେବେ ବି କୁଣ୍ଠାବୋଧ କରନ୍ତି ନାହିଁ । ଏକ ସାକ୍ଷାତକାରରେ ସେ କହିଥିଲେ କି ନ୍ୟାସା ଜଣେ ବହୁତ ଭଲ ଝିଅ ଯାହା ସହ ସମସ୍ତେ ବନ୍ଧୁତା କରିବାକୁ ଚାହୁଁଥିବେ ।

୪- ଆରବ୍ କୁମାର

ଅକ୍ଷୟ କୁମାରଙ୍କ ପୁଅ ଆରବ୍ କୁମାର ପ୍ରାୟ ଚର୍ଚ୍ଚାରେ ରୁହନ୍ତି । ଆଉ ଆରବ୍ ମଧ୍ୟ ନ୍ୟାସାଙ୍କୁ ପସନ୍ଦ କରନ୍ତି । ନ୍ୟାସା ଓ ଆରବ୍ ମଧ୍ୟ ଖୁବ୍ ଭଲ ବନ୍ଧୁ । ଆରବ୍ କେବେ ମଧ୍ୟ ନ୍ୟାସାଙ୍କ ପ୍ରଶଂସା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଖବର ଥିଲା କି ଆରବ୍ କୁମାର ଅନେକ ସମୟରୁ ନ୍ୟାସାଙ୍କୁ ଡେଟ୍ କରୁଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ ଏହାର ସଠିକ୍ ପ୍ରମାଣ ସାମନାକୁ ଆସିନାହିଁ । ତଥାପି ଯେଉଁ ପ୍ରକାର ଖବର ଚର୍ଚ୍ଚାରେ ଅଛି ଲାଗୁଛି କୁ ଏମାନଙ୍କ ମଧ୍ୟରେ କିଛି ତ ଅଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।