ଅରବପତି ବିଜନେସ ମ୍ୟାନ ଙ୍କ ପ୍ରେମରେ ପାଗଳ Jacqueline, ବୟ ଫ୍ରେଣ୍ଡଙ୍କ ସହ ରହିବେ ଲିଭ-ଇନରେ- Bollywood

ଶ୍ରୀଲଙ୍କାନ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡେଜ ଜଣେ ମଡେଲ ହେବା ସହ ୨୦୦୬ରେ ମିସ ୟୁନିଭର୍ସ ଶ୍ରୀଲଙ୍କା ପିଜେଣ୍ଟର ବିଜେତା ମଧ୍ୟ ଅଟନ୍ତି । ସେ ଶ୍ରୀଲଙ୍କା ତରଫରୁ ୨୦୦୬ରେ ମିସ ୟୁନିଭର୍ସ ପିଜେଣ୍ଟରେ ନିଜ ଦେଶ ତରଫରୁ ପ୍ରତିନିଧିତ୍ଵ ମଧ୍ୟ କରିଥିଲେ ।

ଜ୍ୟାକଲିନ ଏବେ ନିଜ ୩୬ତମ ଜନ୍ମଦିନ ପାଳନ କରିଛନ୍ତି । ୧୧ ଅଗଷ୍ଟ ୧୯୮୫ ରେ ସେ ବାହାରିନରେ ଜନ୍ମ ହୋଇଥିଲେ । ସେ ଆଜି ବଲିଉଡର ଜଣେ ନାମୀ ଅଭିନେତ୍ରୀ ଭାବେ ନାମ କମାଇ ପାରିଛନ୍ତି ଓ ତାଙ୍କର କୋଟି କୋଟି ପ୍ରଶଂସକ ମଧ୍ୟ ଅଛନ୍ତି । ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କାରେ ଜଣେ ମ୍ୟୁଜିସିଆନ ଅଟନ୍ତି ଓ ସେଠାକାର ମୂଳ ବାସିନ୍ଦା ଅଟନ୍ତି । ଆଉ ତାଙ୍କ ମା ଜଣେ ଏୟାର ହୋଷ୍ଟେସ ଥିଲେ ଓ ମାଲେସିଆର ବାସିନ୍ଦା ଅଟନ୍ତି । ଚାରି ଭାଇ ଭଉଣୀଙ୍କ ମଧ୍ୟରୁ ଜ୍ୟାକଲିନ ସବୁଠୁ ସାନ ଅଟନ୍ତି ।

ଜ୍ୟାକଲିନ ବଲିଉଡର ଜଣେ ଚୁଲବୁଲି ଅଭିନେତ୍ରୀ ଯିଏ ବହୁତ କମ ସମୟରେ ବଲିଉଡର ନିଜର ଭଲ ଛବି ବନେଇ ପାରିଛନ୍ତି । ଫିଲ୍ମ ସହ ଜ୍ୟାକଲିନ ସୋସିଆଲ ମିଡିଆରେ ମଧ୍ୟ ଖୁବ ସକ୍ରିୟ ରୁହନ୍ତି । ବହୁତ କମ ଲୋକଙ୍କୁ ଜଣାଅଛି କି ମାସ୍ କମ୍ୟୁନିକେଶନରେ ଗ୍ରାଜୁଏସନ କରିବା ପରେ ଜ୍ୟାକଲିନ ଜଣେ ଟିଭି ରିପୋର୍ଟର ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ଅଭିନୟ ଓ ମଡେଲିଙ୍ଗ ବ୍ଯତୀତ ରୋଷେଇ କରିବା ମଧ୍ୟ ଜ୍ୟାକଲିନଙ୍କୁ ଖୁବ ପସନ୍ଦ । ତାଙ୍କ ମତରେ କୁକିଙ୍ଗ ଏକ ଭଲ ଥେରାପି ଅଟେ ।

ଜ୍ୟାକଲିନ ଇଂରାଜୀ, ଫ୍ରେଞ୍ଚ ଓ ଆରବୀ ଭାଷା ମଧ୍ୟ ଜାଣନ୍ତି । ଜ୍ୟାକଲିନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଲେ ତାଙ୍କ ଲଭ ଲାଇଫ ମଧ୍ୟ ଖୁବ ବିବାଦୀୟ ଅଟେ । ପୂର୍ବରୁ ଜ୍ୟାକଲିନଙ୍କ ନାମ ଡାଇରେକ୍ଟର ସାଜିଦ ଖାନଙ୍କ ସହ ଯୋଡି ହୋଇ ସାରିଛି । କୁହାଯାଏ କି ଜ୍ୟାକଲିନ ସାଜିଦଙ୍କୁ ତିନି ବର୍ଷ ଯାଏ ଡେଟ କରିଥିଲେ । ଫିଲ ହାଉସଫୁଲର ସେଟରେ ସେମାନଙ୍କ ଦେଖା ସାକ୍ଷାତ ହୋଇଥିଲା । କିନ୍ତୁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ଚାଲି ପାରି ନ ଥିଲା ।

ସାଜିଦଙ୍କ ପୂର୍ବରୁ ବାହାରିନର ରୟାଲ ଫ୍ୟାମିଲିର ପ୍ରିନ୍ସ ହସନ ବିନ ରଶିଦଙ୍କ ସହ ଜ୍ୟାକଲିନଙ୍କ ନାମ ଯୋଡି ହୋଇଥିଲା । ସାଜିଦଙ୍କ ଯୋଗୁଁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଏ । ଏକ ସୂତ୍ରରୁ ଜଣା ପଡିଛି କି ବର୍ତ୍ତମାନ ଜ୍ୟାକଲିନ ସାଉଥର ଜଣେ ବିଜନେସ ମ୍ୟାନଙ୍କୁ ଡେଟ କରୁଛନ୍ତି । ନିଜ ସିକ୍ରେଟ ଲଭକୁ ନେଇ ଏବେ ଅଭିନେତ୍ରୀ ଖୁବ ଚର୍ଚ୍ଚାରେ ଅଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଜ୍ୟାକଲିନ ତାଙ୍କ ମିଷ୍ଟ୍ରି ବୟଫ୍ରେଣ୍ଡଙ୍କ ସହ ଲିଭ ଇନ ରିଲେସନଶିପରେ ରହିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ।

ମିଷ୍ଟ୍ରି ବୟଫ୍ରେଣ୍ଡଙ୍କ ସହ ରହିବା ପାଇଁ ଜ୍ୟାକଲିନ ଜୁହୁର ବାନ୍ଦ୍ରାରେ ଏକ ସି ଫେସ ଘର ମଧ୍ୟ ନେଇଛନ୍ତି ବୋଲି ଶୁଣିବାକୁ ମିଳୁଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଜ୍ୟାକଲିନଙ୍କ ନାମ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ମଧ୍ୟ ଯୋଡି ହୋଇ ସାରିଛି । ୨୦୦୯ ରେ ଯେତେବେଳେ ଜ୍ୟାକଲିନ ମଡେଲିଙ୍ଗ କରିବାକୁ ଭାରତ ଆସିଥିଲେ ସୁଭାଷ ଘାଇ ତାଙ୍କୁ ଫିଲ୍ନ ‘ଆଲାଦିନ’ ରେ କାମ କରିବାକୁ ଅଫର କରିଥିଲେ । ଏହି ଫିଲ୍ମରେ ଅଭିନେତା ରିତେଶ ଦେଶମୁଖ ତାଙ୍କ ବିପରୀତରେ ଅଭିନୟ କରିଥିଲେ ।

ଆଗାମୀ ଫିଲ୍ମ ‘ଭୁତ ପୋଲିସ’, ‘ରାମ ସେତୁ’, ‘ବଚ୍ଚନ ପାଣ୍ଡେ’ ଓ ଆଟାକରେ ଜ୍ୟାକଲିନ ନଜର ଆସିବେ । ଫିଲ୍ମ ଠୁ ଅଧିକ ନିଜ ବୋଲ୍ଡ ଫଟୋକୁ ନେଇ ଖବରରେ ଛାଇ ରହିଛନ୍ତି ଜ୍ୟାକଲିନ । ଆପଣଙ୍କୁ ଜ୍ୟାକଲିନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ବଲୀଉଡ ର ଅଧିକ ଖବର ସହ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ । ଧନ୍ୟବାଦ