ଲାଇମ ଲାଇଟ ଠାରୁ ଦୂରରେ ରୁହନ୍ତି Mukesh Ambani ଙ୍କ ଶାଳି Mamata Dalal, ଦେଖା ଯାଆନ୍ତି Nita Ambani ଙ୍କ ଠାରୁ ବି ଅଧିକ ସୁନ୍ଦର

ମୁକେଶ ଅମ୍ବାନୀଙ୍କ ନାମ ଦୁନିଆର ସବୁଠାରୁ ଧନୀ ଲୋକଙ୍କ ମଧ୍ୟରେ ଗଣାଯାଏ । ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ଲୋକମାନେ ଯେମିତିକି ତାଙ୍କ ସ୍ତ୍ରୀ ନିତା ଅମ୍ବାନୀ, ବଡ ପୁଅ ଆକାଶ ଅମ୍ବାନୀ, ଝିଅ ଈଶା ଅମ୍ବାନୀ, ସାନ ପୁଅ ଅନନ୍ତ ଅମ୍ବାନୀ, ଭାଇ ଅନିଲ ଅମ୍ବାନୀଙ୍କୁ ପ୍ରାୟତ ସମସ୍ତେ ଜାଣିଥିବେ । ଏମାନେ ସମସ୍ତେ ଲାଇମ ଲାଇଟରେ ରହିଥାନ୍ତି । କିନ୍ତୁ ନିତା ଅମ୍ବାନୀଙ୍କ ପରିବାର ମିଡିଆ ଠାରୁ ଦୂରେଇ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନିତା ଅମ୍ବାନୀଙ୍କ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ।

ନିତା ଅମ୍ବାନୀଙ୍କ ସାନ ଭଉଣୀଙ୍କ ନାଁ ମମତା ଦଲାଲ ଅଟେ । ସେ ନିତାଙ୍କ ଠାରୁ ୪ ବର୍ଷ ଛୋଟ ଅଟନ୍ତି । ତାଙ୍କ ବାପା ରବୀନ୍ଦ୍ରଭାଇ ଦଲାଲ ଓ ମା ପୂର୍ଣ୍ଣିମା ଦଲାଲ ଅଟନ୍ତି । ଏମାନେ ସମସ୍ତେ ଅମ୍ବାନୀ ପରିବାରର ବିପରୀତ ଜୀବନ ଅତିବାହିତ କରୁଛନ୍ତି । ମମତା ଦଲାଲ ଯିଏ ନିତା ଅମ୍ବାନୀଙ୍କ ଭଉଣୀ ସେ ଜଣେ ସାଧାରଣ ଶିକ୍ଷକ ଭାବେ କାମ କରୁଛନ୍ତି । ନିତା ଆମ୍ବାନୀ ଧିରୁଭାଇ ଇଣ୍ଟରନ୍ୟାସନାଲ ସ୍କୁଲର ସସ୍ଥାପକ ଅଟନ୍ତି ।

ଏହି ସ୍କୁଲରେ ତାଙ୍କ ଭଉଣୀ ଜଣେ ପ୍ରାଇମେରୀ ଶିକ୍ଷା ଭାବେ କାମ କରୁଛନ୍ତି । ସେ ଶିକ୍ଷା ହେବା ସହ ସ୍କୁଲର ମ୍ୟାନେଜମେଣ୍ଟ ମଧ୍ୟ ଦେଖନ୍ତି । ମମତା ସାରୁଖାନଙ୍କ ଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକରଙ୍କ ପିଲା ମାନଙ୍କୁ ପାଠ ପଢାଇଛନ୍ତି । ମମତା ଏକ ଇଣ୍ଟରବିୟୁରେ କହିଥିଲେ ଯେ ସାରୁଖାନଙ୍କ ଝିଅ ସୁହାନ ଖାନ ଓ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ପଢାଇଛନ୍ତି । ତାଙ୍କ ପାଇଁ ସବୁ ପିଲାମାନେ ସମାନ ବୋଲି ସେ କହିଥିଲେ ।

ସେ କାହାକୁ ସ୍ପେଶାଲ ଟ୍ରିଟମେଣ୍ଟ ଦିଅନ୍ତି ନାହି । ପାଠ ପଢା ଛଡା ମମତା ପିଲା ମାନଙ୍କୁ ୱାର୍କସପ ଓ ଫିଜିକାଲ ଆକ୍ଟିବିଟି କରାନ୍ତି । “ସି ୱାକ୍ସ ସି ଲିଡ୍ସ ” ଏକ ବହି ଯାହା ନିତା ଆମ୍ବାନୀଙ୍କ ନାମରେ ଲେଖା ଯାଇଛି । ଏହି ବହିରେ ଲେଖା ଯାଇଛି ଯେ ନିତା ଅମ୍ବାନୀଙ୍କ ବାପାଙ୍କୁ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଏହି ପ୍ରକୂତି ତାଙ୍କ ଝିଅ ମାନେ ନିତାଙ୍କ ସାନ ଭଉଣୀ ମମତାଙ୍କର ମଧ୍ୟ ପ୍ରକୂତି ହୋଇ ଯାଇଛି ।

ମମତା ଦଲାଲଙ୍କୁ ମୁକେଶ ଅବାଣିଙ୍କ ବଡ ପୁଅ ଆକାଶ ଅମ୍ବାନୀଙ୍କ ବିବାହରେ ଦେଖା ଯାଇଥିଲା । ଏହାଛଡା ଇଶା ଅମ୍ବାନୀଙ୍କ ବିବାହରେ ମମତା ଓ ନିତା ଅମ୍ବାନୀଙ୍କ ଏକ ବିଡିଓ ଭାଇରାଲ ହୋଇଥିଲା । ମମତା ଦଲାଲ ଫ୍ୟାମ୍ସ ଡିଜାଇନର ମନୀଷ ମଲ୍ହୋତ୍ରାଙ୍କ ମଡେଲିଙ୍ଗରେ କାମ କରି ସାରିଛନ୍ତି । ମମତା ନିଜ ଭଉଣୀ ନିତା ଅମ୍ବାନୀଙ୍କ ପରିବାର ସହ ଭଲ ସମ୍ପର୍କ ରଖିଛନ୍ତି । ଏକ ଇଣ୍ଟରବିୟୁରେ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ କହିଥିଲେ ଯେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ବଡ କରିବାରେ ତାଙ୍କ ମାଉସୀ ମମତା ଦଲାଲଙ୍କର ମୁଖ୍ୟ ଭୂମିକା ରହିଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ