ନିଜକୁ Amitabh Bacchan ଙ୍କ ଝିଅ ବୋଲି କହିଲେ ଏହି ମହିଳା, ସତ ଜାଣିବା ପରେ ପୋଲିସ ର ହୋସ ଉଡିଗଲା !

ବଲୀଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ନେଇ ଭୋଜପୁର ଜିଲ୍ଲା ଆରାରୁ ଏକ ରୋମାଞ୍ଚକ ପୂର୍ଣ ମାମଲା ସାମ୍ନାକୁ ଆସିଛି । ଏଠି ଜଣେ ମହିଳା ଆରା ସହରର ଟାଉନ ଥାନାରେ ରାତିରେ ଅଚାନକ ପହଞ୍ଚି ଗଲା ଓ ଥାନାରେ ପହଞ୍ଚି କହିଲେ କି ସେ ଅମିତାଭ ବଚ୍ଚନଙ୍କ ଝିଅ । ମହିଳାଙ୍କ ମୁହଁରୁ ଏହି କଥା ଶୁଣି କିଛି ସମୟ ପାଇଁ ପୋଲିସ ବି ଆଶ୍ଚର୍ଯ୍ୟ ହୋଇ ଗଲେ । ପୋଲିସ ପୁଣି ଥରେ ମହିଳାକୁ ପ୍ରଶ୍ନ କରିଲେ କଣ ବଲୀଉଡ ଅଭିନେତା ଅମିତାଭ ବଚ୍ଚନ ?

ମହିଳା ଜଣକ କହିଲା କି ହଁ, ଫିଲ୍ମ ଷ୍ଟାର ଅମିତାଭ ବଚ୍ଚନ ମୋର ପିତା ଅଟନ୍ତି । ହରିବଂଶ ରାୟ ବଚ୍ଚନ ମୋର ଜେଜେବାପା । ମହିଳାର ମୁହଁରୁ ଏହି କଥା ଶୁଣି ସବୁ ପୋଲିସ ବାଲା ଆଶ୍ଚର୍ଯ୍ୟ ହୋଇ ମହିଳା ମୁହଁକୁ ଦେଖିବାକୁ ଲାଗିଲେ । କିନ୍ତୁ ଯେତେବେଳେ ପୋଲିସ ପୁରା ମାମଲାର ଯାଞ୍ଚ କରିଲେ ତେବେ ଜଣା ପଡିଲା କି ମହିଳାର ମୁଣ୍ଡ ଦୋଷ ଅଛି ।

ପୋଲିସ ଅନୁସାରେ, ମହିଳା ଜଣକ ରାତି ପାଖାପାଖି ୩ ଟା ବେଳେ ଥାନକୁ ଆସିଲେ ଓ ଜୋର ଜୋର କାନ୍ଦିବାକୁ ଲାଗିଲେ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ତାଙ୍କ ଘରେ ଇଂରେଜଙ୍କ ଶାସନ ଚାଲିଛି । ସେ ଆଗକୁ କହିଲେ କି ସେ ଅମିତାଭ ବଚ୍ଚନଙ୍କ ଝିଅ ଓ ହରିବଂଶ ରାୟ ବଚ୍ଚନ ତାଙ୍କର ଜେଜେବାପା ଅଟନ୍ତି ।

ମହିଳା ଜଣକ ଏହା ବି କହିଲେ କି ତାଙ୍କୁ ବସିବା ପାଇଁ କଣ ଚେୟାର ମିଳିବ ନାହିଁ ? ଏହା ଶୁଣି ପୋଲିସକର୍ମୀ ତାଙ୍କୁ ବସିବା ପାଇଁ ଚେୟାର ଦେଲେ । କିନ୍ତୁ ମହିଳାଙ୍କୁ ଅଧିକ ପୁଛତାଛ କରାଗଲା ତେବେ ସେ ଆଶ୍ଚର୍ଯ୍ୟକର ବୟାନ ଦେଲେ । କହିଦେଉଛୁ କି ଆରମ୍ଭରୁ ହିଁ ମହିଳା ଜଣକ ପୋଲିସ ସାମ୍ନାରେ ପାଖାପାଖି ଅଧ ଘଣ୍ଟା ପର୍ଯ୍ୟନ୍ତ ଅଜବ ବ୍ୟବହାର କରୁଥିଲେ । ଏହା ମଧ୍ୟରେ ପୋଲିସ ବି ବୁଝି ଗଲେ କି ମହିଳାର ମାନସିକ ସ୍ଥିତି ଠିକ ନାହିଁ । ପୋଲିସ କହିଲେ କି ମହିଳା ଜଣକ ଚିତ୍ରଟୋଲୀ ଟୋଲା ଓ ତରୀ ମହୁଲ୍ଲା ଅଞ୍ଚଳରେ ଗୋଟିଏ ହୋଟେଲ ପାଖରେ ନିଜର ଠିକଣା କହୁଥିଲା ।

କହିବାକୁ ଗଲେ ଥରେ ୨୯ ବର୍ଷୀୟ ଯୁବକ ବି ଏହିଭଳି କିଛି କହିଥିଲା । ସେ କହିଥିଲା କି ବଲୀଉଡର ଅଭିନେତ୍ରୀ ଓ ଅମିତାଭ ବଚ୍ଚନଙ୍କ ବୋହୁ ଐଶ୍ୱର୍ୟା ରାୟ ବଚ୍ଚନ ତାଙ୍କର ମା ଅଟନ୍ତି । ଯୁବକ ଜଣକ ଏହା ବି କହିଲା କି ଐଶ୍ୱର୍ୟା ରାୟ ବଚ୍ଚନ ତାଙ୍କୁ ୧୯୮୮ରେ IVF ଜରିଆରେ ଜନ୍ମ ଦେଇ ଥିଲେ । ସବୁଠୁ ବଡ କଥା ହେଉଛି କି ୧୯୮୮ରେ ଐଶ୍ୱର୍ୟା ରାୟ ବଚ୍ଚନ ମାତ୍ର ୧୪ ବର୍ଷର ଥିଲେ । ଏହି ଯୁବକ ଆନ୍ଧ୍ର ପ୍ରଦେଶର ଥିଲା । କିନ୍ତୁ ପୋଲିସ ପରେ ଜାଣି ପାରିଲେ କି ଯୁବକ ଜଣକ ମାନସିକ ରୂପରେ ଅସୁସ୍ଥ ଅଛି ।