ବିବାହିତ ପୁରୁଷଙ୍କ ପ୍ରେମରେ ପାଗଳ ହେଇ ଯାଇଥିଲେ Bollywood ର ଏହି 7 ଜଣ ହିରୋଇନ, କିନ୍ତୁ ଆଜି ପର୍ଯ୍ୟନ୍ତ ଅଛନ୍ତି କୁଆଁରୀ

ବଲିଉଡରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ନ କରି ବିବାହିତ ପୁରୁଷ ମାନଙ୍କ ପ୍ରେମରେ ପାଗଳ ହୋଇଛନ୍ତି । ଏମିତି ଅଭିନେତ୍ରୀ ମାନେ ଅନ୍ୟ ସହ ସମ୍ପର୍କ ରଖିଥିଲେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରି ନାହାନ୍ତି ।

ଏହି ଅଭିନେତ୍ରୀ ମାନେ ଆଜି ଯାଏଁ ଏକା ଲାଇଫ ସ୍ପେନ୍ଡ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନେ କିଏ ଅଟନ୍ତି । “ଆଶା ପାରେଖ”-  ଅଭିନେତ୍ରୀ ଆଶା ପାରେଖ ନିଜ ଜମାନାରେ ବହୁତ ବଡ ମସୁର ଅଭିନେତ୍ରୀ ଥିଲେ । ସେ ଫିଲ୍ମ ମେକର ନାସିର ହୁସେନଙ୍କୁ ପ୍ରେମ କରିଥିଲେ । ଏହି କଥାଟିକୁ ସେ ତାଙ୍କର ଆତ୍ମକଥାରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ନାସିର ହୁସେନଙ୍କ ପ୍ରେମରେ ଆଜି ଯାଏଁ ଏକା ଅଛନ୍ତି ବୋଲି ନିଜ ମତରେ କହିଛନ୍ତି ।

“ନଗମା”: ନଗମା ସଲମାନ ଖାନଙ୍କ ସହ “ବାଗୀ” ଫିଲ୍ମରେ ନଜର ଆସିଥିଲେ । ସେ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ପ୍ରେମ କରିଥିଲେ । ଏହା ପରେ ତାଙ୍କ ନାମ ବିବାହିତ ରବି କିଶନଙ୍କ ସହ ଯୋଡା ଯାଇଥିଲା । କିନ୍ତୁ ତାଙ୍କୁ ୪୬ ବର୍ଷ ହେଲେ ମଧ୍ୟ ସେ ଆଜି ବି ଏକା ଅଛନ୍ତି ।

“ସମିତା ଶେଠୀ” : ଶିଲ୍ପା ଶେଠୀଙ୍କ ଭଉଣୀ ସମିତା ଶେଠୀଙ୍କ ବୟସ ୪୧ ବର୍ଷ ଅଟେ । ସମିତା ବିବାହିତା ମନୋଜ ବାଜପେୟୀଙ୍କୁ ଭଲ ପାଉଥିଲେ । ଏହା ପରେ ତାଙ୍କ ନାଁ ହରମନ ବାବେଜା ଓ ଆଫତାବ ଶିବଦାସାନିଙ୍କ ସାହ ଯୋଡା ଯାଇଥିଲେ ମଧ୍ୟ ସେ ଆଜି ବି ଏକା ଅଛନ୍ତି ।

“ସୁସ୍ମିତା ସେନ” : ଅଭିନେତ୍ରୀ ସୁସ୍ମିତା ସେନଙ୍କର ବଲିଉଡରେ ଅନେକଙ୍କ ସହ ସମ୍ପର୍କ ରହିଛି । ତାଙ୍କର ବିକ୍ରମ ଭଟ୍ଟ, ସଞ୍ଜୟ ଦତ୍ତ, ସଞ୍ଜୟ କପୁରଙ୍କ ବ୍ଯତୀତ ଅନ୍ୟ ବିବାହିତ ଅଭିନେତାଙ୍କ ସହ ସମ୍ପର୍କ ଥିଲା । ତାଙ୍କୁ ବର୍ତ୍ତମାନ ୪୫ ବର୍ଷ ହୋଇଥିଲେ ମଧ୍ୟ ସେ ୧୪ ବର୍ଷର ରୋହମାନ ଶାଲଙ୍କ ସହ ଡେଟ କରୁଛନ୍ତି । ସୁସ୍ମିତା ଆଜି ଯାଏଁ ବିବାହ କରି ନାହାନ୍ତି । ସେ ଦୁଇଟି ଝିଅଙ୍କୁ ଆଡପ୍ଟ କରିଛନ୍ତି ।

“ନନ୍ଦା” : ନନ୍ଦା ବିବାହିତା ଡାଇରେକ୍ଟର ମନମୋହନ ଦେସାଇଙ୍କ ପ୍ରେମରେ ପାଗଳ ଥିଲେ । ୧୯୯୨ରେ ୫୩ ବର୍ଷର ନନ୍ଦା ଡାଇରେକ୍ଟର ସହ ନିର୍ବନ୍ଧ କରିଥିଲେ । କିନ୍ତୁ ଦୂର୍ଭାଗ୍ୟବଶତ ଦୁଇ ବର୍ଷ ପରେ ମନମୋହନ ଦେସାଇଙ୍କର ଏକ ଦୁର୍ଘଟଣାରେ ମୃ-ତ୍ୟୁ ହୋଇଥିଲା । ଏହା ପରେ ନନ୍ଦା ମଧ୍ୟ କୁୱାରି ଭାବେ ମୃ-ତ୍ୟୁ-ବ-ର-ଣ କରିଥିଲେ ।

“ପରବୀନ ବାବି” : ପରବୀନ ବାବି ଏମିତି ଜଣେ ଅଭିନେତ୍ରୀ ଯିଏ ସବୁବେଳେ ବିବାହିତ ପୁରୁଷ ମାନଙ୍କୁ ଭଲ ପାଇଥିଲେ । ଡେନିଙ୍କ ବ୍ଯତୀତ ମହେଶ ଭଟ୍ଟ ଓ କବୀର ବେଦିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଏହା ବ୍ଯତୀତ ସେ ସମସ୍ତଙ୍କ ସହ ରୋମାନ୍ସ କରୁଥିଲେ ମଧ୍ୟ କେବେ ବି କାହା ସହ ବିବାହ କରି ନାହାନ୍ତି ।

“ତବୁ” : ଅଭିନେତ୍ରୀ ତବୁଙ୍କ ନାମ ଫିଲ୍ମ ମେକର ସାଜିଦ ନାଡିୟାଡ଼ବାଲାଙ୍କ ସହ ଯୋଡା ଯାଇଥିଲା । ଏହା ପରେ ସେ ସାଉଥ ସୁପରଷ୍ଟାର ବିବାହିତ ନାଗାର୍ଜୁନଙ୍କୁ ପ୍ରେମ କରିଥିଲେ ମଧ୍ୟ ୫୦ ବର୍ଷର ତବୁ ଆଜି ଯାଏଁ ବିବାହ କରି ନାହାନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ