ଦେଖନ୍ତୁ ଭିଡିଓ ଫିଲ୍ମ ହ୍ୟାକ୍ଡ ର ପ୍ରଥମ ଗୀତ ‘ଅବ ନା ଫିର ସେ’ ରିଲିଜ, ନିଶାରେ ନଜର ଆସିଲେ ଟିଭି ର ସଂସ୍କାରୀ ବୋହୂ

ଛୋଟ ପରଦାର ସିରିୟଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ହୀନା ଖାନ ବର୍ତ୍ତମାନ ବଡ ପରଦାରେ ବି ଧମାଲ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ହୀନା ଖାନ ଜଲ୍ଦି ହିଁ ବିକ୍ରମ ଭଟ୍ଟଙ୍କ ଫିଲ୍ମ ହ୍ୟାକ୍ଡରେ ନଜର ଆସିବେ । ହ୍ୟାକ୍ଡ ଫିଲ୍ମର ନୂଆ ଗୀତ ‘ଅବ ନା ଫିର ସେ’ ୟୁଟ୍ୟୁବରେ ଆସି ସାରିଛି । ଏହି ଗୀତରେ ହୀନା ଖାନ ବହୁତ ହିଁ ସୁନ୍ଦର ନଜର ଆସୁଛନ୍ତି ।

ଫିଲ୍ମ ହ୍ୟାକ୍ଡର କଥା କହିବା ତ ଏହି ଫିଲ୍ମରେ ରୋହନ ଶାହ ଏକ ପାଗଳ ପ୍ରେମୀର ରୋଲ କରୁଛନ୍ତି ଯିଏ କି ଜଣେ ହ୍ୟାକର ବି ଅଟେ । ରୋହନ ଶାହ ଏହି ଫିଲ୍ମରେ ହୀନା ଖାନଙ୍କ ଏକ ତରଫା ପ୍ରେମରେ ପାଗଳ ହେଉଛନ୍ତି ।

ଅନ୍ୟ ପଟେ ଫିଲ୍ମର ଟ୍ରେଲର ଟି ବହୁତ ଦମଦାର ବି ଅଟେ । ଟ୍ରେଲରରେ ହୀନା ଖାନଙ୍କ ଅଭିନୟକୁ ବି ବହୁତ ପସନ୍ଦ କରାଯାଉଛି ଓ ତାଙ୍କର ପ୍ରଶଂସା ବି କରାଯାଉଛି । ଏହି ଫିଲ୍ନ ପରେ ଟିଭି ଷ୍ଟାର ହୀନା ଖାନ ଓ କୁଶଳ ଟଂଡନ ଏକା ସହିତ ଧମାଲ କରିବା ପାଇଁ ବି ପ୍ରସ୍ତୁତ ଅଛନ୍ତି ।