ବହୁତ ହିଁ କମ ବୟସରେ ନିଜ ଜୀବନସାଥୀଙ୍କୁ ହରେଇଲେ Bollywood ର ଏହି 5 Actress, ଏବେ ଏକୁଟିଆ ବଞ୍ଚୁଛନ୍ତି ଜୀବନ

ବିବାହ ପୂର୍ବରୁ ପ୍ରତ୍ଯେକ ପୁଅ ଏବଂ ଝିଅ ଚାହାନ୍ତି କି ତାଙ୍କୁ ଏମିତି ଜଣେ ଜୀବନସାଥୀ ମିଳନ୍ତୁ ଯିଏ ତାଙ୍କୁ ଖୁବ୍ ଭଲ ପାଇବେ, ତାଙ୍କୁ ବୁଝିପାରିବେ ଏବଂ ଜୀବନ ସାରା ତାଙ୍କ ହାତ ଧରି ଚାଲିବେ । କିନ୍ତୁ ଅନେକ ସମୟରେ ଏହି ପବିତ୍ର ବନ୍ଧନ ଉପରେ ନିୟତିର ଏମିତି ପ୍ରହାର ଲାଗିଥାଏ କି ଏଥିରୁ ବାହାରିବା ପାଇଁ ବ୍ୟକ୍ତିଙ୍କୁ ସାରା ଜୀବନ ଲାଗିଯାଏ । ଆଜି ଆମେ ଆପଣଙ୍କୁ ବଲିଉଡର କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁମାନେ ଖୁବ୍ ବୟସରେ ନିଜ ସ୍ଵାମୀଙ୍କୁ ହରାଇ ଦେଇଛନ୍ତି ଓ ଆଜି ମଧ୍ୟ ଏକାକି ଜୀବନ ଅତିବାହିତ କରୁଛନ୍ତି ।

ରେଖା

ନିଜ ସମୟର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କୁ କିଏ ବା ନଜାଣେ ! ଆଜି ୬୫ ବର୍ଷ ବୟସରେ ପଦାର୍ପଣ କରି ସାରିଥିଲେ ମଧ୍ୟ ତାଙ୍କ ସୁନ୍ଦରତାରେ ଏହାର ପ୍ରଭାବ ତିଳେ ହେଲେ ବି ପଡିନାହିଁ । ଆଜି ବି ସେ ବହୁତ ସୁନ୍ଦର ଦେଖାଯାନ୍ତି । ରେଖା ମୁଣ୍ଡରେ ସିନ୍ଦୁର ଲଗାଉଥିଲେ ମଧ୍ୟ ସେ ସୁହାଗନ ନୁହନ୍ତି । ୧୯୯୦ରେ ରେଖା ଦିଲ୍ଲୀର ବଡ ବିଜନେସମ୍ୟାନ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ ।

କିନ୍ତୁ ଏହି ବିବାହ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରି ନଥିଲା । ୨ ଅକ୍ଟୋବର ୧୯୯୦ରେ ହିଁ ମୁକେଶ ନିଜ ଫାର୍ମ ହାଉସରେ ରେଖାଙ୍କ ଓଢଣିରେ ଫା-ଶୀ ଲଗାଇ ଦେଇଥିଲେ । ସେତେବେଳେ ରେଖାଙ୍କ ବୟସ ମାତ୍ର ୩୫ ବର୍ଷ ଥିଲା, ଆଉ ରେଖା ଆଜି ମଧ୍ୟ ଏକା ଜୀବନ କାଟୁଛନ୍ତି ।

ଲୀନା ଚନ୍ଦ୍ରୱାକର

ଲୀନା ୮୦ ଦଶକର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ସେ ଗୋଆର ଏକ ରାଜନୈତିକ ପରିବାର ସହ ଜଡିତ ସିଦ୍ଧାର୍ଥ ଭାଣ୍ଡୋଡକରଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ହିଁ ଏକ ଦୁ-ର୍ଘ-ଟ-ଣା-ରେ ସିଦ୍ଧାର୍ଥ ଦୁନିଆ ଛାଡି ଚାଲି ଯାଇଥିଲେ । ସେତେବେଳେ ଲୀନାଙ୍କର ବୟସ ମାତ୍ର ୨୫ ବର୍ଷ ଥିଲା । ଏହାପରେ ସେ ନିଜଠାରୁ ୨୦ ବର୍ଷ ବଡ କିଶୋର କୁମାରଙ୍କୁ ବିବାହ କରିଥିଲେ । କିନ୍ତୁ ୧୯୮୭ରେ କିଶୋର କୁମାରଙ୍କର ମଧ୍ୟ ନିଧନ ହୋଇଗଲା । ସେତେବେଳେ ଲୀନା ୩୩ ବର୍ଷର ହୋଇଥିଲେ ।

ବିଜେତା ପଣ୍ଡିତ

ଲଭଷ୍ଟୋରି ଓ ମୋହବତ ସମେତ ବଲିଉଡର ୧୫ଟି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ବିଜେତା ପଣ୍ଡିତଙ୍କୁ ମଧ୍ୟ ଆପଣ ନିଶ୍ଚୟ ମନେ ରଖିଥିବେ । ୧୯୯୦ରେ ପ୍ରସିଦ୍ଧ ସଂଗୀତକାର ଆଦେଶ ଶ୍ରୀବାସ୍ତବଙ୍କୁ ସେ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି । ୨୦୧୫ରେ ଆଦେଶ କ୍ୟା-ନ୍ସ-ର-ରେ ପ୍ରା-ଣ ହ-ରା-ଇ-ଥି-ଲେ । ଏହାପରେ ଦୁଇ ପୁଅଙ୍କୁ ଏକାକୀ ପାଳୁଛନ୍ତି ବିଜେତା ।

କହଙ୍କଥା ପଟେଲ

ଫିଲ୍ମ ‘କମ୍ବଖତ ଇଶ୍କ’ ର ଗୀତ ‘ଓମ ମଙ୍ଗଲମ’ ରେ ନଜର ଆସିଥିବା କହଙ୍କଥା ପଟେଲ ବିଜନେସମ୍ୟାନ ଆରିଫ ପଟେଲଙ୍କୁ ବିବାହ କରିଥିଲେ । ବିବାହ ପରେ ସେମାନେ ଦୁଇ ପୁଅଙ୍କ ପିତାମାତା ବନିଥିଲେ । ୨୦୧୮ରେ ଅଫିସରେ କାମ କରୁଥିବା ବେଳେ ହୃ-ଦ-ଘା-ତ-ରେ ଆରିଫଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ସେବେଠାରୁ କହଙ୍କଥା ପଟେଲ ନିଜ ପୁଅଙ୍କୁ ଏକାକୀ ବଡ କରୁଛନ୍ତି ।

ଶାନ୍ତିପ୍ରିୟା

ପ୍ରସିଦ୍ଧ ଅଭିନେତ୍ରୀ ଶାନ୍ତିପ୍ରିୟା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡରେ ପାଦ ଦେଇଥିଲେ । ସେ ୧୯୯୯ରେ ଅଭିନେତା ସିଦ୍ଧାର୍ଥ ରେ ଙ୍କୁ ବିବାହ କରିଥିଲେ । କିନ୍ତୁ ମାତ୍ର ୩୫ ବର୍ଷ ବୟସରେ ଶାନ୍ତିପ୍ରିୟା ନିଜ ସ୍ଵାମୀଙ୍କୁ ହ-ରା-ଇ ଦେଇଥିଲେ । ୨୦୦୪ରେ ମାତ୍ର ୪୦ ବର୍ଷ ବୟସରେ ଅଚାନକ ହୃ-ଦ-ଘା-ତ-ରେ ସିଦ୍ଧାର୍ଥ ରେ ପ୍ରା-ଣ ହ-ରା-ଇ-ଥି-ଲେ । ସେମାନଙ୍କର ଦୁଇ ଝିଅ ଅଛନ୍ତି । ସିଦ୍ଧାର୍ଥଙ୍କ ନିଧନ ପରେ ଶାନ୍ତିପ୍ରିୟା ଏକାକୀ ଦୁଇ ଝିଅଙ୍କୁ ପାଳୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କୁ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।