ଟଙ୍କା ପାଇଁ ଏତେ ତଳକୁ ଖସି ଯାଇଛନ୍ତି Ameesha Patel, ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ବଲିଉଡରେ ଅମିଶା ପଟେଲ ଜଣେ ଏପରି ଅଭିନେତ୍ରୀ ଯିଏ ନିଜର ଅଭିନୟ କିମ୍ବା ନିଜର ସିନେମା ପାଇଁ ନୁହଁ ବରଂ ନିଜର ଝଗଡା ଓ ବିବାଦ ପାଇଁ ବେଶି ପ୍ରସିଦ୍ଧ । ଅମିଶା ପଟେଲ ନିଜର ଅଭିନୟ ହ୍ରୀତିକ୍ ରୋଶନ ଙ୍କ ସହ ‘କହୋ ନା ପ୍ୟାର ହେ’ ରୁ ଆରମ୍ଭ କରିଥିଲେ । ଏବଂ ଏହି ଫିଲ୍ମଟି ସୁପରହିଟ ହୋଇଥିଲା ଏବଂ ଏହି ଦୁଇ କଳାକାର ରାତାରାତି ପ୍ରସିଦ୍ଧି ଅର୍ଜନ କରିଥିଲେ । ଏବଂ ଏହା ପରେ ଅମିଶା ବଲିଉଡରେ ଅନେକ ସିନେମା କଲେ ଏବଂ ବହୁତ ସୁନାମ ଅର୍ଜନ କରିଥିଲେ କିନ୍ତୁ ତା ଠାରୁ ଅଧିକ ସେ ବିବାଦ ଯୋଗୁଁ ଅଧିକ ଚର୍ଚ୍ଚାରେ ରହିଥାନ୍ତି । ଆଜିର ଏହି ବିଷୟରେ ଅମିଶା ଙ୍କ ବିବାଦ ବିଷୟରେ ଆଲୋଚନା କରିବା ।

‘କହୋ ନା ପ୍ୟାର ହେ’ ଫିଲ୍ମ ପରେ ସମସ୍ତ ପ୍ରଯୋଜକଙ୍କ ର ପ୍ରଥମ ପସନ୍ଦ ଥିଲେ । ତାପରେ ସେ ଅନେକ ସଫଳ ସିନେମା ଯଥା ‘ଗଦର ଏକ ପ୍ରେମ କଥା’ ଭଳି ସିନେମା ରେ ସେ କାମ କରି ଅନେକ ସଫଳତା ପାଇଁ ଥିଲେ । କିନ୍ତୁ ତାପରେ ତାଙ୍କ ଅଭିନୟ କ୍ୟାରିୟର ଥମିବାକୁ ଲାଗିଲା ।

ଏହାପରେ ବହୁତ ବିବାଦ ହେଲା ଯେଉଁଥି ପାଇଁ ତାଙ୍କ କ୍ୟାରିୟର ଅସୁବିଧାରେ ପଡ଼ିଗଲା । ସବୁଠୁ ଅଧିକ ବିବାଦର ଶିକାର ହୋଇଥିଲେ ନିଜର ଓ ବିକ୍ରମ ଭଟ୍ଟଙ୍କ ସହ ନିଜର ପ୍ରେମ ସମ୍ପର୍କକୁ ନେଇ । ଗଦର ଫିଲ୍ମ ପରେ ଅମିଶା ସମସ୍ତ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ର ପ୍ରଥମ ପସନ୍ଦ ହୋଇଯାଇଥିଲେ । ତାଙ୍କର ସମସ୍ତ ଫିଲ୍ମ ସୁପରହିଟ ହୋଇଥିଲା ।

ଏବଂ ଏହା ଭିତରେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବଂ ଏହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଏହି ପ୍ରେମ ପାଇଁ ସେ ଅନେକ ବିବାଦର ଘେରାଉରେ ଆସି ଯାଇଥିଲେ । ଏବଂ ପରେ ଦୁଇ ଜଣ ଅଲଗା ମଧ୍ୟ ହୋଇ ଯାଇଥିଲେ ।

ଏବଂ ସେ ନିଜର ମାଆଙ୍କ ଉପରେ ଚପଲରେ ମାଡ଼ମାରିବାର ଆରୋପ ମଧ୍ୟ ଆଣିଥିଲେ । ସେ ନିଜର ଏକ ଇଣ୍ଟରଭିଉରେ କହିଥିଲେ କି ତାଙ୍କର ଓ ବିକ୍ରମ ଭଟ୍ଟଙ୍କ ସହ ଥିବା ପ୍ରେମ ସମ୍ପର୍କ କୁ ସ୍ବୀକାର କରୁ ନଥିଲେ ସେଥିପାଇଁ ତାଙ୍କୁ ଚପଲରେ ମାରିଘରୁ ବାହାର କରିଦେଇଥିଲେ । ଏହା ଛଡା ସେ ନିଜର ବାପାଙ୍କ ଉପରେ ମଧ୍ୟ ଗମ୍ଭୀର ଆରୋପ ଲଗାଇ ଥିଲେ । ଏବଂ ସମ୍ପତ୍ତି ପାଇଁ ମଧ୍ୟ ଅନେକ ଝଗଡା କରିଥିଲେ ଏବଂ ଏଥିପାଇଁ ସେ ବିବାଦ ରେ ପଡି ଯାଇଥିଲେ ।

ଟିଭିର ଅଭିନେତା କୁଶଲ ଟଣ୍ଡନ ଓ ଅମିଶା ପଟେଲ ସୋସିୟାଲ ମିଡ଼ିଆରେ ବହୁତ ଖରାପ ଭାବରେ ଝଗଡା କରିଥିଲେ । ଗୋଟିଏ ଇଭେଣ୍ଟରେ ରାଷ୍ଟ୍ରୀୟ ସଂଗୀତ ବାଜିଲା ପରେ ଅମିଶା ଛିଡା ହୋଇ ନଥିଲେ । ଏଥିପାଇଁ ତାଙ୍କୁ କୁଶଲ ରାଷ୍ଟ୍ର ଗୀତର ସମ୍ମାନ କରୁ ନାହାନ୍ତି ବୋଲି ଆରୋପ ଲଗେଇଥିଲେ । ଏଥିପାଇଁ ଦୁଇ ଜଣଙ୍କ ମଧ୍ୟ ରେ ବହୁତ ଝଗଡା ହୋଇଥିଲା ।

ଅମିଶା ନିଜର କ୍ୟାରିୟର ଉପରେ ଧ୍ୟାନ ନଦେଇ ବିବାଦ ରେ ଫସି ରହୁଥିଲେ । ସେଥିପାଇଁ ତାଙ୍କ କ୍ୟାରିୟର ଖରାପ ହୋଇଯାଇଥିଲା । ଏବଂ ସେଥିପାଇଁ ସେ ସବୁବେଳେନି -ଶାସେବନ କରିବାକୁ ମଧ୍ୟ ଲାଗିଲେ ଓ ଅନେକ ଭିଡିଓରେ ସେନି -ଶାରେରହି ଝଗଡା କରିବାର ନଜର ଆସିଥିଲେ । ଓ ନିଜେ ନିଜର କ୍ୟାରିୟରକୁ ବର୍ବାଦ କରିଦେଇଥିଲେ । ଏବଂ ଏବେ ସେ ପଇସା କମେଇବା ପାଇଁ କିଛି ବି କରିବା ପାଇଁ ରାଜି ହୋଇଯାଉଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।