4 ସାଉଥ ହିରୋ ଯେଉଁମାନେ କରିଛନ୍ତି 2ରୁ ଅଧିକ ବିବାହ

କହିବାକୁ ଗଲେ ବର୍ତ୍ତମାନ ପୁରା ଦେଶର ସିନେମା ପ୍ରେମୀମାନେ ସାଉଥ ଫିଲ୍ମ ଗୁଡିକୁ ବହୁତ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଏହା ପଛରେ ଅସଲ କାରଣ ସାଉଥ ସିନେମାରେ କାମ କରୁଥିବା କଳାକାରମାନଙ୍କୁ କୁହାଯାଇପାରେ । କାରଣ ତାଙ୍କର ଅଭିନୟ ଅପ୍ରତିଭା କାରଣରୁ ଆଜି ସାଉଥ ଫିଲ୍ମ ଗୁଡିକୁ ପୁରା ବିଶ୍ଵରେ ଲୋକମାନେ ପସନ୍ଦ କରୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ସାଉଥ ଇଣ୍ଡଷ୍ଟ୍ରିର ସେହି କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନେ ଅସଲ ଜୀବନରେ ଦୁଇ କିମ୍ବା ତିନୋଟି ବିବାହ କରିଛନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ଅଭିନେତାଙ୍କ ବିଷୟରେ ।

ପ୍ରକାଶ ରାଜ

ପ୍ରକାଶ ରାଜ ସାଉଥ ଇଣ୍ଡଷ୍ଟ୍ରି ଓ ବଲୀଉଡ ଇଣ୍ଡଷ୍ଟ୍ରିର ପ୍ରାୟତଃ ଫିଲ୍ମରେ ଖଳନାୟକ ରୂପରେ ନଜର ଆସିଥାନ୍ତି । ଯଦି ତାଙ୍କର ବିବାହ ବିଷୟରେ କଥାବାର୍ତ୍ତା କରିବା ତେବେ ସେ ୧୯୯୪ରେ ଲଲିତା କୁମାରୀଙ୍କୁ ପ୍ରଥମ ବିବାହ କରିଥିଲେ ଓ ତାଙ୍କୁ ସେ ୨୦୦୯ରେ ଛାଡପତ୍ର ଦେଇ ଦେଲେ । ପ୍ରକାଶ ରାଜ ଓ ଲଲିତା କୁମାରୀଙ୍କ ଦୁଇଟି ଝିଅ ବି ଅଛି । ଏହା ପରେ ପ୍ରକାଶ ରାଜ ଦ୍ଵିତୀୟ ବିବାହ ୨୦୧୦ରେ ପୋନୀ ବର୍ମାଙ୍କ ସହ କରିଲେ । ପ୍ରକାଶ ରାଜ ଓ ପୋନୀ ବର୍ମାଙ୍କ ଗୋଟିଏ ପୁଅ ବି ଅଛି ।

କମଳ ହାସନ

କମଳ ହାସନ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ପ୍ରଥମ ବିବାହ ୧୯୭୮ରେ ବାଣୀ ଗଣପତିଙ୍କ ସହ କରିଥିଲେ ଓ ଏହା ପରେ ୧୯୮୮ରେ କମଳ ହାସନ ତାଙ୍କୁ ଛାଡପତ୍ର ଦେଇ ଦେଲେ । ଏହା ପରେ କମଳ ହାସନ ୧୯୮୮ରେ ଦ୍ଵିତୀୟ ବିବାହ ସାରିକାଙ୍କ ସହ କରିଲେ ଓ ତାଙ୍କୁ ବି ସେ ୨୦୦୪ରେ ଛାଡପତ୍ର ଦେଇ ଦେଲେ । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ସାରିକଙ୍କ ଠାରୁ କମଳ ହାସନଙ୍କୁ ଦୁଇଟି ଝିଅ ବି ଅଛି । ଯାହାଙ୍କୁ ଆପଣ ଫିଲ୍ମରେ ଦେଖି ଥିବେ ।

ଅକକିନେନୀ ନାଗାର୍ଜୁନ

ଅକକିନେନୀ ନାଗାର୍ଜୁନ ବି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ଲକ୍ଷ୍ମୀ ଡଗୁବତୀଙ୍କ ସହ ୧୯୮୪ରେ ପ୍ରଥମ ବିବାହ କରିଥିଲେ ଓ ସେ ତାଙ୍କୁ ୧୯୯୦ରେ ଛାଡପତ୍ର ଦେଇ ଦେଲେ । କିନ୍ତୁ ଅକକିନେନୀ ନାଗାର୍ଜୁନ ଓ ଲକ୍ଷ୍ମୀ ଡଗୁବତୀଙ୍କ ସନ୍ତାନ ନାଗା ଚୈତନ୍ୟ ଅଟନ୍ତି । ଏହା ପରେ ନାଗାର୍ଜୁନ ଦ୍ଵିତୀୟ ବିବାହ ଅମଲା ଅକକିନେନୀଙ୍କ ସହ ୧୯୯୨ରେ କରିଛନ୍ତି ଓ ତାଙ୍କର ଦ୍ଵିତୀୟ ପୁଅ ଅଖିଲ ଅକକିନେନୀ ଅଟନ୍ତି । ନାଗାର୍ଜୁନଙ୍କ ଦୁଇ ପୁଅ ଅଭିନେତା ଅଟନ୍ତି ।

ପବନ କଲ୍ୟାଣ

ପବନ କଲ୍ୟାଣ ସାଉଥର ଅଭିନେତା ସହ ଜଣେ ରାଜନେତା ବି ଅଟନ୍ତି । ସେ ପ୍ରଥମ ବିବାହ ନନ୍ଦିନୀଙ୍କ ସହ ୧୯୯୭ରେ କରିଥିଲେ ଓ ନନ୍ଦିନୀଙ୍କୁ ସେ ୨୦୦୮ରେ ଛାଡପତ୍ର ଦେଇ ଦେଲେ । ଏହା ପରେ ପବନ କଲ୍ୟାଣ ୨୦୦୯ରେ ରେଣୁ ଦେଶାଇଙ୍କ ସହ ଦ୍ଵିତୀୟ ବିବାହ କରିଲେ । ଯାହାଙ୍କୁ ସେ ୨୦୧୨ରେ ଛାଡପତ୍ର ଦେଇ ଦେଲେ । ଏହା ପରେ ପବନ କଲ୍ୟାଣ ତୃତୀୟ ବିବାହ ଅନ୍ନ ଲେଜ୍ହନେବାଙ୍କ ସହ ୨୦୧୩ରେ କରିଛନ୍ତି ଓ ବର୍ତ୍ତମାନ ସେ ନିଜର ତୃତୀୟ ପତ୍ନୀଙ୍କ ସହ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।