ଅଜୟ ଦେବଗନଙ୍କ ସହିତ 90s ରେ Bollywoodରେ ରାଜ କରୁଥିବା 11 ହିରୋଙ୍କର ସୁନ୍ଦର ଝିଅମାନେ, ଆଗରୁ ଦେଖିନଥିବେ

୯୦ ଦଶକରେ ବଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଅଭିନେତାମାନେ ନିଜର ଅଭିନୟ ପାଇଁ  ଆଜି ବି ଦର୍ଶକମାନଙ୍କ ହୃଦୟରେ ଘର କରି ରହିଛନ୍ତି । ଆଜି ଆମେ ଆପଣମାନଙ୍କୁ ସେହି ଅଭିନେତା ମାନଙ୍କର ସୁନ୍ଦର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ । ଅନିଲ କପୁର : ଅନିଲ କପୁର ବଲିଉଡ ଦୁନିଆରେ ନିଜର ସୁନ୍ଦର ଅଭିନୟ ପାଇଁ ପ୍ରସିଦ୍ଧ । ସୋନାମ ଓ ରିଆ କପୁର ଦୁହେଁ ଅନିଲ କପୁରଙ୍କ ଝିଅ ଅଟନ୍ତି । ସୋନାମ ଜଣେ ଭଲ ଅଭିନେତ୍ରୀ ଭାବେ ବଲିଉଡ ଜଗତରେ ନିଜକୁ ପ୍ରମାଣ କରି ସାରିଛନ୍ତି । ୨୦୧୮ରେ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ବିବାହ କରି ସୋନାମ ଖୁସିରେ ଅଛନ୍ତି । ରିୟା କପୁର ଫିଲ୍ମର ନିର୍ମାତା ଭାବେ କାମ କରୁଛନ୍ତି ।

ସଞ୍ଜୟ ଦତ୍ତ : ସଞ୍ଜୟ ଦତ୍ତ ବଲିଉଡ ଜଗତର ଖଳନାୟକ ଭାବେ ପରିଚିତ । ତ୍ରିଶାଲା ଓ ଇକ୍ରା ନାମରେ ସଞ୍ଜୟଙ୍କର ଦୁଇ ଝିଅ ଅଛନ୍ତି । ତ୍ରିଶାଲା ୟୁରୋପରେ ସାଇକୋ ଥେରାପିଷ୍ଟ ଭାବେ କାମ କରୁଛନ୍ତି । ଇକ୍ରା ୯ ବର୍ଷର ହୋଇଥିବାରୁ ପାଠ ପଢୁଛନ୍ତି ।

ଅମିର ଖାନ : ଅମିର ଖାନ ୯୦ ଦଶକରେ ବଲିଉଡ ଜଗତର ଜାନ ଥିଲେ । ତାଙ୍କ ଝିଅ ଇରା ଖାନ ବର୍ତ୍ତମାନ ଆସିଷ୍ଟାଣ୍ଟ ଡାରେକ୍ଟର ଭାବେ କାମ କରୁଛନ୍ତି ।

ଅର୍ଜୁନ ରାମପାଲ : ବଲିଉଡ ଦୁନିଆରେ ଅର୍ଜୁନ ନିଜର କିଛି ଖାସ ଅନ୍ଦାଜ ପାଇଁ ଜଣାଶୁଣା ଅଟନ୍ତି । ତାଙ୍କର ମହେକା ଓ ମାଏରା ନାଁରେ ଦୁଇ ଝିଅ ଅଛନ୍ତି । ମହେକା ବର୍ତ୍ତମାନ ମଡଲିଙ୍ଗ କରୁଛନ୍ତି ଓ ମାଏରା ପାଠ ପଢୁଛନ୍ତି ।

ସେଫ ଅଲ୍ଲୀ ଖାନ : ସେଫ ନିଜର ଅଭିନୟ ପାଇଁ ଦର୍ଶକମାନଙ୍କୁ ନିଜର ଦିୱାନା କରିପାରିଛନ୍ତି । ସେଫଙ୍କ ଝିଅ ସାରା ଖାନ ବର୍ତ୍ତମାନ ତାଙ୍କ ପରି ବଲିଉଡରେ ଅଭିନେତ୍ରୀ ଭାବେ ନିଜର ନୂଆ ସ୍ଥାନ ସୃଷ୍ଟି କରିଛନ୍ତି ।

ଗୋବିନ୍ଦା : ଗୋବିନ୍ଦା ବଲିଉଡ ଜଗତରେ ଅନେକ ହିଟ ଫିଲ୍ମ ଦେଇ ନିଜର ଅଲଗା ଜାଗା ବନେଇଛନ୍ତି । ତାଙ୍କ ଝିଅ ଟିନା ଆହୁଜା ଅଭିନେତ୍ରୀ ହେବା ସହ ଫ୍ୟାସନ ଡିଜାଇନର ଅଟନ୍ତି ।

ସୁନୀଲ ସେଠୀ : ସୁନୀଲ ସେଠୀ ନିଜର ଦମଦାର ଅଭିନୟ ପାଇଁ ବଲିଉଡ ଦୁନିଆରେ ଜଣାଶୁଣା ଅଭିନେତା ଅଟନ୍ତି । ତାଙ୍କ ଝିଅ ଅଠାୟା ସେଠୀ ତାଙ୍କ ଭଳି ଅଭିନେତ୍ରୀ ଅଟନ୍ତି ।

ଫରଦିନ ଖାନ : ଫରଦିନ ଖାନ ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ରହିଛନ୍ତି । ତାଙ୍କ ଝିଅ ଡାଏନୀ ଜୱେର ଖାନ ୭ବର୍ଷର ହୋଇଥିବାରୁ ବର୍ତ୍ତମାନ ପାଠ ପଢୁଛନ୍ତି ।

ଅକ୍ଷୟ କୁମାର : ବଲିଉଡ ଦୁନିଆରେ ଅକ୍ଷୟ କୁମାର ସୁପର ଆକ୍ଟର ଭାବେ ପରିଚିତ । ତାଙ୍କ ଝିଅ ନିତାରା ୮ ବର୍ଷର ହୋଇଥିବାରୁ ସ୍କୁଲରେ ପାଠ ପଢୁଛନ୍ତି ।

ଅଜୟ ଦେବଗନ : ୯୦ ଦଶକର ଅଭିନେତା ଅଜୟ ଦେବଗନ ନିଜ ରୋମାନ୍ସ ଓ ଆକ୍ସନ ଷ୍ଟଣ୍ଡ ପାଇଁ ବଲିଉଡ ଜଗତରେ ପରିଚିତ । ତାଙ୍କ ଝିଅ ନେୟାସା ଦେବଗନ ୧୬ ବର୍ଷର ହୋଇଥିବାରୁ ପାଠ ପଢୁଛନ୍ତି ।

ଚୁଙ୍କି ପାଣ୍ଡେ : ବଲିଉଡ ଦୁନିଆରେ ନିଜର ଅଭିନୟ ପାଇଁ  ଚୁଙ୍କି ପାଣ୍ଡେ ନିଜର ଏକ ଅଲଗା ଜାଗା ସୃଷ୍ଟି କରିପାରିଛନ୍ତି । ତାଙ୍କ ବଡ ଝିଅ ଅନନ୍ୟା ପାଣ୍ଡେ ଯିଏ ଫିଲ୍ମ “ଷ୍ଟୁଡେଣ୍ଟ ଅଫ ଦି ଇଅର” ରେ ନିଜର ଡ୍ବ୍ଯୁ କରିସାରି ଛନ୍ତି । ତାଙ୍କ ସାନ ଝିଅ ରାଏସା ଯିଏ ପାଠ ପଢୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।