ଏହି ଫିଲ୍ମ ଷ୍ଟାରମାନେ ସତରେ କରିଛନ୍ତି ଭୂତର ସାମନ୍ନା, ଗୋବିନ୍ଦାଙ୍କ ସାଙ୍ଗରେ ହୋଇଥିଲା ସବୁଠୁ ଭୟାନକ ଘଟଣା

ଆପଣ ଭୁତକୁ କେତେ ମାନନ୍ତି…? ଏହା କିଛି ଏମିତି ପ୍ରଶ୍ନ ଅଟେ ଯାହାକି ନିଜ ସହିତ କେବେ ବି ଗୋଟିଏ ଉତ୍ତର ଆଣି ନ ଥାଏ । କିଛି ଲୋକମାନେ ଭୁତକୁ ମାନନ୍ତି ଏବଂ କିଛି ଲୋକମାନଙ୍କର କହିବା ଅଟେ କି ଆତ୍ମା ଅଛି ଏବଂ କିଛି ଲୋକମାନେ ମାନନ୍ତି କି ଏହା କେବଳ ମନର କଳ୍ପନା ଅଟେ । ଆମେ ଆପଣଙ୍କୁ ଏହା କହୁ ନାହୁଁ କି ଆପଣ ଏହି କଥାକୁ ବିଶ୍ଵାସ କରନ୍ତୁ କି ମାନି ନିଅନ୍ତୁ । କିନ୍ତୁ କିଛି ଏମିତି ଘଟଣା ହୋଇଥାଏ ଯାହାକୁ ଲୋକମାନେ କିଛି ଅଜୀବ କିମ୍ବା କିଛି ଅଲଗା ଅନୁଭବ କରିଥାନ୍ତି । ଏହା କେବଳ ସାଧାରଣ ମଣିଷ ସହିତ ହୋଇନଥାଏ ସେଲିବ୍ରିଟୀମାନଙ୍କ ସହିତ ମଧ୍ୟ ହୋଇଥାଏ ଯେତେବେଳେ ସେମାନେ ନିଜ ଛଡା ଅନ୍ୟ କାହାକୁ ଅନୁଭବ କରିଥାନ୍ତି ।

ବିପାଶା ବସୁ

ବଲୀଉଡର ଅଭିନେତ୍ରୀ ବିପାଶା ବସୁ ନିଜର କାରିୟରରେ ବହୁତ ବେଶୀ ଭୁତ ଏବଂ ଭୟଙ୍କର ଫିଲ୍ମ କରିଛନ୍ତି । ଥରେ ବିପାଶା, ଯେତେବେଳେ ଗୁନାହ ଫିଲ୍ମର ଶୁଟିଙ୍ଗ ମୁକେଶ ମିଲରେ କରୁଥିଲେ ସେହି ସମୟରେ ତାଙ୍କୁ କିଛି ଅଲଗା ଅନୁଭବ ହେଲା । ସେ ନିଜର ଅଭିନୟ କରି ପାରୁନଥିଲେ ଏବଂ କିଛି ଦିନ ପର୍ଯ୍ୟନ୍ତ ସେ ଡିସଟର୍ବ ରହୁଥିଲେ । ଏତିକି ନୁହେଁ ସେହି ଲୋକେସନରେ କୌଣସି ଅନ୍ୟ ଫିଲ୍ମର ମଧ୍ୟ ସୁଣ୍ଟିଙ୍ଗ ଚାଲିଥିଲା । କୁହାଯାଏ କି ସେହି ଫିଲ୍ମ ର ହିରୋଇନ ଶରୀରରେ ଆତ୍ମା ଚଢି ଯାଇଥିଲା ଏବଂ ହସ୍ପିଟାଲରେ ତାହାର ମୁର୍ତ୍ୟୁ ହୋଇ ଯାଇଥିଲା ।

ଇମରାନ ହାଶମୀ

ଇମରାନ ହାଶମୀ ବି କହୁଥିଲେ କି ସେ ଛୁଟିଦିନରେ ନିଜର ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ । ସେ ଯେଉଁ ହୋଟେଲରେ ରହିଥିଲେ ସେହି ହୋଟେଲରେ ତାଙ୍କ ଛଡା ଆଉ କେହି ନଥିଲେ । ତାଙ୍କୁ ହଠାତ କୌଣସି ମଣିଷ ଚିଲାଇବାର ଆବାଜ ଶୁଣାଗଲା । ତେବେ ସେ ଦଉଡି ଯାଇ ସେହି ଜାଗାକୁ ଗଲେ କିନ୍ତୁ ସେଠୀ ବହୁତ ସମୟ ପର୍ଯ୍ୟନ୍ତ ଆବାଜ ଶୁଣିଲେ, କିନ୍ତୁ ତାଙ୍କୁ କେହି ଦେଖା ଗଲେନି । ତାପର ଦିନ ସେ ଅନ୍ୟ ଏକ ହୋଟେଲକୁ ପଳାଇଲେ ।

ରଣବୀର ସିଂହ

ବାଜୀରାୱ ମସ୍ତାନୀ ର ଶୁଟିଙ୍ଗ ସମୟରେ ରଣୱୀର ସିଂହଙ୍କୁ ମଧ୍ୟ କିଛି ଅନୁଭବ ହୋଇଥିଲା । ଏତିକି ନୁହେଁ ସେ ନିଜେ ବାଜିରାୱଙ୍କ ଆତ୍ମା ଥିବାର ଅନୁଭବ କରିଛନ୍ତି । ସେ କହିଲେ କି କଳା ବୋର୍ଡରେ ସେ ଏକ ଆକୃତି ହେବାର ଦେଖିଲେ ଯାହା ପୂରାପୂରି ପେଶୱା ବାଜୀରୱଙ୍କ ଭଳି ଥିଲା । ସେ କହିଲେ କି ତାହା କେବଳ ତାଙ୍କର କଳ୍ପନା ଥିଲା ନା ସତରେ କେହି ଥିଲା ।

ଗୋବିନ୍ଦା

କମେଡି କିଙ୍ଗ ଗୋବିନ୍ଦାଙ୍କ ସହ ମଧ୍ୟ ଏହିଭଳି ଭୟାନକ ଘଟଣା ଘଟିଛି । ସେ ଏକ ପାହାଡୀ ଜାଗାରେ କୌଣସି ଏକ ଫିଲ୍ମ ଶୁଟିଙ୍ଗ କରୁଥିଲେ ଏବଂ ସେହି ସମୟରେ ସେ ଏକ ହୋଟେଲରେ ରହିଥିଲେ । ସେ କହିଲେ କି ଯେତେବେଳ ରାତି ଅଧରେ ତାଙ୍କର ଆଖି ଖୋଲିଲା ତାଙ୍କୁ ଲାଗିଲା କି କୌଣସି ମହିଳା ତାଙ୍କ ଛାତିରେ ବସିଛି ଏବଂ ତା ସହିତ ପୁରା ଘରର ସବୁ ଜିନିଷ ଖେଳେଇ ହୋଇଥିଲା ।

ସରୋଜ ଖାନ

ବଡ ବଡ ହିରୋଇନଙ୍କୁ ନିଜ କଥାରେ ନଚାଇଛନ୍ତି ସରୋଜ ଖାନଙ୍କ ସହିତ ମଧ୍ୟ ଏହିଭଳି ଘଟଣା ଘଟିଛି । ସେ ଏକ ହୋଟେଲରେ ନିଜର ଏକ ଗ୍ରୁପ ସହ ରହିଥିଲେ । ତାଙ୍କୁ ଲାଗିଲା କି କିଏ ଜଣେ ଉପର ମହଲାରେ ଜିନିଷ ଗୁଡିକ ବାରମ୍ବାର ପକାଉଛି । ଏହାପରେ ସେ ସମସ୍ତଙ୍କୁ ଡାକି ସେହି କଥା କହିଲେ କିନ୍ତୁ ତାଙ୍କୁ କୁହାଗଲା କି ଉପରେ କୋଣସି ଘର ନାହିଁ ।